Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର ବଶବର୍ତ୍ତୀ ନ ହୋଇ ଭାରତ ୩-୧ ଗୋଲରେ ବିଜୟୀ ହେଲା। ଭାଗ୍ୟ ସହାୟ ନ ହେବାରୁ ନେଦରଲାଣ୍ଡ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କଲା। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏପରି ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଶୁଟ୍‌ ଆଉଟରେ ଫଳାଫଳ ନିର୍ଣ୍ଣିତ ହୋଇଥିବାରୁ ନିୟମ ଅନୁସାରେ ଭାରତ ୨ ଓ ନେଦରଲାଣ୍ଡ୍ସ ୧ ପଏଣ୍ଟ ହାସଲ କରିଛି। ଶନିବାର ଏହି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ବିଜୟୀ ହୋଇ ୩ ପଏଣ୍ଟ ପାଇଥିଲା। ତେଣୁ ପ୍ରୋ ଲିଗ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଶେଷରେ ଭାରତ ୫ ଓ ନେଦରଲାଣ୍ଡ୍ସ ୧ ପଏଣ୍ଟ ପାଇଛି।

କଡ଼ା ଟକ୍କର
ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଥିଲା। ତ୍ରୁଟିରୁ ଶିକ୍ଷାଲାଭ କରିଥିବା ନେଦରଲାଣ୍ଡ୍ସ ଦ୍ୱିତୀୟ ମ୍ୟାଚ୍‌ରେ କଡ଼ା ଟକ୍କର ଦେଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ ହେଁ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଖେଳିଥିଲା ନେଦରଲାଣ୍ଡ୍ସ। ୨୩ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାନ୍‌ ଡର ଓ୍ବିର୍ଡେନ ମିଙ୍କ୍‌ ମ୍ୟାଚ୍‌ରେ ଗୋଲ ସ୍କୋରିଂ ଖାତା ଖୋଲିଥିଲେ। ଏହାର ୨ ମିନିଟ୍‌ ପରେ ଲଳିତ ଉପାଧ୍ୟାୟ ଗୋଲ୍‌ଟି ପରିଶୋଧ କରିବାରୁ ମ୍ୟାଚ୍‌ ରୋମାଞ୍ଚକ ହୋଇଥିଲା। ତେବେ ୨୬ତମ ମିନିଟରେ ଜେରୋନ ହର୍ଜବର୍ଜର ଓ ୨୭ତମ ମିନିଟରେ ଜର୍ନ କିଲରମ୍ୟାନ ଗୋଟିଏ ଲେଖାଏ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ନେଦରଲାଣ୍ଡ୍ସ ୩-୧ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ତୃତୀୟ କ୍ୱାର୍ଟରରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତ ଜୋର୍‌ଦାର ଉଦ୍ୟମ କରିଥିଲା। ତେବେ ୪୧ତମ ମିନିଟ୍‌ରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ପାଇବାରୁ ତୃତୀୟ କ୍ୱାର୍ଟରର ଶେଷ ୧୦ ମିନିଟ୍‌ ଭାରତ ୧୦ ଜଣିଆରେ ଖେଳିଥିଲା। ତେବେ ନେଦରଲାଣ୍ଡ୍ସ ଏଥିରୁ ଫାଇଦା ନେଇପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଅସଲ ଖେଳ ହୋଇଥିଲା। ଘରୋଇ ପରିବେଶ ଓ ଦର୍ଶକଙ୍କ ସମର୍ଥନରେ ଉତ୍ସାହିତ ହୋଇ ଭାରତୀୟ ଖେଳାଳିମାନେ ଜୋସ୍‌ ଦେଖାଇଥିଲେ। ୫୧ତମ ମିନିଟ୍‌ରେ ଭାରତ ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଏସ୍‌.ଭି. ସୁନୀଲଙ୍କ ପୁସ୍‌ରେ ରୂପିନ୍ଦରପାଲ ସିଂଙ୍କ ଶଟ୍‌ ନେଦରଲାଣ୍ଡ୍ସ ଗୋଲକିପରଙ୍କ ପ୍ୟାଡ୍‌ରେ ବାଜି ଫେରି ଆସୁଥିବାବେଳେ ବନଦୀପ ସିଂଙ୍କ ରିବାଉଣ୍ଡ ଶଟ୍‌ ଗୋଲରେ ପରିଣତ ହୋଇଥିଲା। ୫୫ତମ ମିନିଟରେ ଦଳକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ରୂପିନ୍ଦରପାଲ ଭୁଲ କରି ନ ଥିଲେ। ଡ୍ରାଗ୍‌ ଫ୍ଲିକ୍‌ ଶଟ୍‌ ଜରିଆରେ ସେ ଗୋଲ ଦେବାରୁ ମ୍ୟାଚ୍‌ ସମାନ ସ୍ତରକୁ ଚାଲିଆସିଥିଲା। ଶେଷ ୫ ମିନିଟ୍‌ର ଲଢ଼େଇ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୫୯ତମ ମିନିଟ୍‌ରେ ନେଦରଲାଣ୍ଡ୍ସ ପାଇଁ ମ୍ୟାଚ୍‌ ଜିତିବାକୁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ମାତ୍ର ଭାରତୀୟ ଦ୍ୱିତୀୟ ପସନ୍ଦ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରି ମ୍ୟାଚ୍‌କୁ ଶୁଟ୍‌ ଆଉଟକୁ ପଠାଇ ଦେଇଥିଲେ।

ଶୁଟ୍‌ ଆଉଟର ରୋମାଞ୍ଚ
ଶୁଟ୍‌ ଆଉଟ ପର୍ଯ୍ୟାୟରେ ପ୍ରଥମେ ଆସିଥିଲେ ଭାରତର ହରମନପ୍ରୀତ ସିଂ। ମାତ୍ର ସେ ନେଦରଲାଣ୍ଡ୍ସ ଗୋଲକିପର ଭାନ ଡର ଭେନ୍‌ ସାମ୍‌ଙ୍କୁ ଅତିକ୍ରମ କରିବାକୁ ସକ୍ଷମ ହୋଇ ନ ଥିଲେ। ନେଦରଲାଣ୍ଡ୍ସର ଜେରୋନ ହର୍ଜବର୍ଜର ମଧ୍ୟ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ଦ୍ୱିତୀୟରେ ଆସିଥିବା ବିବେକ ସାଗର ପ୍ରସାଦ କିନ୍ତୁ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ନେଦରଲାଣ୍ଡ୍ସର ଗ୍ଲେନ ସ୍କୃରମ୍ୟାନ ବିଫଳ ହେବାରୁ ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଭାରତର ରୂପିନ୍ଦରପାଲ ବିଫଳ ହେବାରୁ ନେଦରଲାଣ୍ଡ ଆଶା ଉଜ୍ଜୀବିତ ରହିଥିଲା। ମାତ୍ର ଦଳକୁ ଭାଗ୍ୟଦେବୀ ସହାୟ ହୋଇ ନ ଥିଲେ। ଥିଏରୀ ବ୍ରିଙ୍କମ୍ୟାନ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ଭାରତର ୪ର୍ଥ ଷ୍ଟ୍ରାଇକର ଗୁରଜାନ୍ତ ସିଂ ଗୋଲ ଦେବାରୁ ଘରୋଇ ଦଳର ପଲା ଭାରି ହୋଇଯାଇଥିଲା। ନେଦରଲାଣ୍ଡ୍ସର ମିର୍କୋ ପ୍ରୁଜ୍‌ସେର ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ତେବେ ଆକାଶଦୀପ ସିଂ ଗୋଲ ଦେବା ପରେ ଭାରତୀୟ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଭାରତ ୩-୧ରେ ଅଗ୍ରଣୀ ହୋଇଥିବାରୁ ଆଉ ନେଦରଲାଣ୍ଡ୍ସ ଖେଳାଳି ଶୁଟ୍‌ ଆଉଟ ମାରିବା ଆବଶ୍ୟକ ହୋଇ ନ ଥିଲା। ମ୍ୟାଚ୍‌ ଓ ଶୁଟ୍‌ ଆଉଟରେ ଗୋଲ ଦେଇଥିବା ରୂପିନ୍ଦରପାଲ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri