Categories: ଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍ସ ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ସହିତ ମ୍ୟାଚ୍‌ ଖେଳିବା ପାଇଁ ନେଦରଲାଣ୍ଡ୍ସ ଦଳ ବୁଧବାର ରାତିରେ ଏଠାରେ ପହଞ୍ଚିଛି। ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚଳିତମାସ ୧୮ ଓ ୧୯ ତାରିଖରେ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ ନମ୍ବରରେ ଥିବାବେଳେ ୨୦୧୮ ହକି ବିଶ୍ୱକପ ରନର୍ସଅପ୍‌ ନେଦରଲାଣ୍ଡ୍ସ ୩ ନମ୍ବର ସ୍ଥାନରେ ରହିଛି। ତେଣୁ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ନେଦରଲାଣ୍ଡ୍ସ ଦଳ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବା କାର୍ଯ୍ୟକ୍ରମ ରହିଛି।

Share