Categories: ଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଟିମ ଇଣ୍ଡିଆର ନୂଆ ଜର୍ସି

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆନ୍ତର୍ଜାତିକ ହକି ଫେହେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲରେ ଭାଗ ନେବାକୁ ଯାଉଥିବା ଘରୋଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚତ ହୋଇଛି। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ କ୍ରୀଡ଼ା ସଚିବ ବଶାଲ ଦେବଙ୍କୁ ପ୍ରଦାନ କରିଛନ୍ତି। ଏହି ଜର୍ସି ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ଟିମ୍‌ ଇଣ୍ଡିଆର ଅଫିସିଆଲ କିଟିଂ ପାର୍ଟନର ଶିବ ନରେଶ ଏହି ଜର୍ସି ପ୍ରସ୍ତୁତ କରିଛନ୍ତି। ଜର୍ସିର ରଙ୍ଗ ଗାଢ ନୀଳ ରହିଛି। ଏହାର ଭାରତୀୟ ଦଳର ଆକ୍ରମଣାତ୍ମକ ଅଭିମୁଖ୍ୟକୁ ସୂଚାଉଛି। ଏହା ବେଶ ହାଲକା ଓ ଏଥିରେ ପବନ ଜିବା ଆସିବା କରିପାରିବ। ମିଡଫିଲ୍ଡର ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ଏହି ନୂଆ ଜର୍ସି ପରିଧାନ କରି ପଡିଆକୁ ଓହ୍ଲାଇବେ। ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ଏହି ଟୁର୍ନାମେଣ୍ଟ ୧୫ ତାରିଖା ଶେଷ ହେବ। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ୨୦୨୦ ଅଲିମ୍ପିକ୍ସ ପାଇଁ ଏହି ଟୁର୍ନାମେଣ୍ଟ ଭାରତ ପାଇଁ ଯୋଗ୍ୟତା ହାସଲ କରିବାର ପ୍ରଥମ ପାହାଚ ସଦୃଶ ହେବ। ପୁଲ୍‌ ଏ’ରେ ଭାରତ ସମେତ ପୋଲାଣ୍ଡ, ରୁଷିଆ ଓ ଉଜ୍‌ବେକିସ୍ତାନ ସ୍ଥାନ ପାଇଛନ୍ତି। ସେହିପରି ପୁଲ୍‌ ବି’ରେ ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ସ୍ଥାନ ପାଇଛନ୍ତି।

Share