Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୧୦-୦ ହରାଇଲା ଭାରତ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଗୋଲ ବର୍ଷା କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି। ଅନୁକୂଳ ପାଗ, ମନୋରମ ପରିିବେଶ ଓ ଦର୍ଶକଙ୍କ ଉପସ୍ଥିତିରେ ଆରମ୍ଭରୁ ଉତ୍ସାହୀ ପ୍ରଦର୍ଶନ କରିଥିବା ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ୩ ପଏଣ୍ଟ ସହିତ ମନପ୍ରୀତ ବାହିନୀ ଆଗକୁ ବଢ଼ିଛି। କଳିଙ୍ଗ ଷ୍ଟାଡିୟମରେ ୧୦-୦ ଗୋଲ ଦ୍ୱିତୀୟ ସର୍ବାଧିକ ଗୋଲ ବ୍ୟବାଧାନ ବିଜୟ। ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଶ୍ୱକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚାଇନାକୁ ହରାଇ କଳିଙ୍ଗ ଷ୍ଟାଡିୟମରେ ସର୍ବାଧିକ ଗୋଲ ବ୍ୟବଧାନ ବିଜୟ ରେକର୍ଡର ଅଧିକାରୀ ଅଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା ଅତିଥିଭାବେ ଯୋଗଦେଇ ଭାରତୀୟ ଦଳର ନୀଳକାନ୍ତ ଶର୍ମାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମ ସ୍ଥାନରେ ଥିବା ଭାରତକୁ ଏଠାରେ ମୁକାବିଲା କରିବାରେ ଅସଫଳ ରହିଥିଲା ୨୨ନମ୍ବର ଦଳ ରୁଷିଆ। ମ୍ୟାଚ ଆରମ୍ଭ ପାଇଁ ରେଫରିଙ୍କ ହ୍ବିସିଲ ବାଜିବାକ୍ଷଣି ଭାରତ ଆକ୍ରମଣ ଆରମ୍ଭ କରିଥିଲା। ଫଳ ସ୍ବରୂପ ୩ୟ ମିନିଟରେ ଭାରତକୁ ପେନାଲ୍ଟି କର୍ନର ମିଳି ଯାଇଥିଲା। ରମଣଦୀପ ସିଂ ବଲ୍‌ ପୁଶ୍‌ କରିଥିବାବେଳେ ହରମନପ୍ରୀତ ସିଂଙ୍କ ଶଟ୍‌ ରୁଷିଆ ଖେଳାଳିଙ୍କ ପାଦରେ ବାଜି ଫେରି ଆସିଥିବା। ଫଳରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ନର ଅଫର ଦିଆ ଯାଇଥିଲା। ଏଥର ମଧ୍ୟ ହରମନପ୍ରୀତ ବିଫଳ ହୋଇଥିଲେ। ଏହି କ୍ବାର୍ଟରରେ ଭାରତ ବଲ୍‌କୁ ରୁଷିଆ ହାଫ୍‌ରେ ରଖି ଘନଘନ ଆକ୍ରମଣ କରିଥିଲା। ଫଳ ସ୍ବରୂପ ୧୩ତମ ମିନିଟରେ ଭାରତ ପାଇଁ ସୁଯେଗ ସୃଷ୍ଟି ହୋଇଥିଲା ଏବଂ ନୀଳକାନ୍ତ ଶର୍ମାଙ୍କ ଫିଲ୍ଡ ଗୋଲ ମାଧ୍ୟମରେ ଭାରତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅନୁରୂପ ଖେଳ ଦେଖିବାକୁ ମିିଳିଥିଲା। ରୁଷିଆର ଆକ୍ରମଣକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହିତ ପ୍ରତିହତ କରିଥିଲେ। ଅନ୍ୟପକ୍ଷରେ ଭାରତ ଆଧିପତ୍ୟ ଜାରି ରଖି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ୧୯ତମ ମିନିଟରେ ସିମରନଜିତ ସିଂ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ୨୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ରମଣଦୀପ ସିଂଙ୍କ ପୁଶ୍‌କୁ ଓଡ଼ିଆ ଖେଳାଳି ଅମିତ ରୋହି ଦାସ ଗୋଲରେ ପରିଣତ କରି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୩-୦ ଗୋଲରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ରୁଷିଆ ଗୋଲ ପରିଶୋଧ ଚକ୍କରରେ ଥିବାବେଳେ ଭାରତ ଆକ୍ରମଣକୁ ଅଧିକ ଜୋରଦାର କରିଥିଲା। ରୁଷିଆ ଖେଳାଳିମାନେ ଏକାଧିକ ତୃଟି କରିିଥିବାବେଳେ କେବଳ ତୃତୀୟ କ୍ବାର୍ଟରରେ ଭାରତ ୫ଟି ଗୋଲ ସ୍କୋର କରିଥିଲା। ୩୨ତମ ମିନିଟରେ ଭାରତକୁ ମିିଳିଥିବା ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରି ଅଗ୍ରଣୀ ବ୍ୟବଧାନକୁ ୪-୦ରେ ପହଞ୍ଚାଇଥିଲେ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୪ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନରକୁ ବରୁଣ କୁମାର ଗୋଲରେ ପରିଣତ କରିଥିଲେ। ୩୭ତମ ମିନିଟରେ ସିମରନଜିତ ସିଂଙ୍କ ପାସ୍‌କୁ ଗୁରସାହିବଜିତ ସିଂ ଗୋଲରେ ପରିଣତ କରିଥିବାବେଳେ ୪୨ତମ ମିନିଟରେ ଆକାଶଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇଥିଲେ। ରୁଷିଆର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ୪୫ତମ ମିନିଟରେ ବିବେକ ପ୍ରସାଦ ଆଉ ଏକ ଗୋଲ ଦେଇ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନକୁ ୮-୦ରେ ପହଞ୍ଚାଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ରୁଷିଆ ଗୋଲକିପର ବଦଳାଇ ଇଭାନ ଓଝେରଲେଭଙ୍କୁ ଆଣିଥିଲେ ହେଁ କିଛି ଫରକ ପଡ଼ି ନ ଥିଲା। ୪୮ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିଲେ। ମ୍ୟାଚରେ ଏହାଥିଲା ତାଙ୍କର ଦ୍ୱିତୀୟ ଗୋଲ। ୫୬ତମ ମିନିଟରେ ଆକାଶଦୀପ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୧୦ମ ଗୋଲ ସ୍କୋର କରିଥିଲେ। ଭାରତ ଶୁକ୍ରବାର ଏହାର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri