ଏପ୍ରିଲରୁ ମୂଲ ହେବା ମଡେଲ ସ୍କୁଲ: ଦରଖଁଡ଼ିଆ ହେଇ ପଡ଼ିଛେ ନୂତନ କୁଠା

ବିଜେପୁର, ୩।୩ (ଡି.ଏନ୍‌.ଏ.)-
ଗଁାଗଁଲିର ମେଧାବୀ ପିଲାକୁଁ ଉଚ ଧରନ୍‌ର ଶିକ୍ଷା ଦେବାକେ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଥାପନା କରବାକେ ରାଏଜ୍‌ ସରକାର୍‌ ଯୋଜନା କରିଛନ୍‌। ଇଥିରଲାଗି ସରକାର ରାଜ୍‌କୋଷନୁ ପାଏନ୍‌ ମିତାର ଟଁକା ଖରଚ୍‌ କରୁଛନ୍‌। ହେଲେ ବିଭାଗୀୟ ଅଧିକାରୀମାନକଁର ଉଦାସୀନତା ଲାଗି କେନ୍‌ଠାନେ କୁଠା ତ ଆର୍‌ କେନ୍‌ଠାନେ ଶିକ୍ଷକ୍‌ ସମସିଆ ରହିଛେ। ଏନ୍‌ତାଥି ସରକାରକଁର ଇ ମହତ୍‌ ଯୋଜନା ଫସର ଫାଟୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ବିଜେପୁର ବ୍ଲକ ସଦରଥି।
ସୂଚନା ଅନ୍‌ସାରେ ୨୦୨୦-୨୧ ଶିକ୍ଷା ବଛରରେ ବିଜେପୁର ବ୍ଲକରେ ଆଦର୍ଶ ବିଦ୍ୟାଳୟ ମୂଲ ହେବାକେ ଯାଉଛେ। ଇଥିରଲାଗି ଏମ.ଗଣ୍ଡପାଲି ଗଁା ସାମନାରେ ୩୨୩.୨୫ ଲାଖ୍‌ ଟଁକାରେ ସ୍କୁଲ କୁଠା ତିଆରି ହେଉଛେ। ଆଏବା ଶିକ୍ଷାବଛର ଏପ୍ରିଲ ମାସେ ଇଠାନେ ୬ଷ୍ଠ ଶ୍ରେଣୀ ଖୁଲବା। ସେନ୍‌ତା ଇଠାନେ କୁଲ ୮୦ ଝନ୍‌ ଛାତ୍ରୀଛାତ୍ର ପାଠ୍‌ପଢ଼ବାର ଯୋଜନା ଅଛେ। ନୂତନ ଶିକ୍ଷା ବଛର ମୂଲ ହେବାକେ ଆର କୁଲ ୩୦ ଦିନ ବାକି ଅଛେ। ହେଲେ ଏଭ୍‌ତକ କୁଠା ତିଆରି କାମ୍‌ ନୁହେ ସରେ। ଏନ୍‌ତାଥି ନଁା ଲେଖା ପିଲାକର ପାଠ୍‌ପଢ଼ାରେ ପଢ଼ାକୁଠି ଅଭାବଟା ବାଧକ ହେବା ବଲି ଆଶଁକା ଦେଖାଦେଇଛେ। ହେଲେ ଏପ୍ରିଲ ମାସୁ ଥାନୀଅ ସରକାରୀ ହାଇସ୍କୁଲରେ ପିଲାକୁ ପାଠ୍‌ ପଢ଼ାବାର ଯୋଜନା କରାଯାଇଥିବାର ଭିତରିଆ ହିସାବେ ଜନାପଡ଼ିଛେ। ଇଆଡ଼େ ଇ ହାଇସ୍କୁଲଥି ଛାତ୍ରୀଛାତ୍ରକଁର ଲାଗି ପଢ଼ାକୁଠି ସମସିଆ ରହିଥିଲାବେଲେ ଇଠାନେ କେନ୍‌ଥେଇ ଆଦର୍ଶ ସ୍କୁଲର ଛାତ୍ରୀଛାତ୍ର ପାଠ୍‌ ପଢ଼ବେ ବଲି ସାଧାରନରେ ଚରଚା ହେଉଛେ। ଇ ବାବ୍‌ଦେ ଛାତ୍ରୀର ଅଭିଭାବକ ଭରତ ସାହୁକୁଁ ପଚ୍‌ରାଲାରୁ ମୋର ଝି’ ଆଦର୍ଶ ବିଦ୍ୟାଲୟରେ ନଁା ଲେଖାବାର ଲାଗି ପରୀକ୍ଷା ଦେଇଛେ। ପରୀକ୍ଷା ବି ଭଲ କରିଛେ, ପାସ୍‌ ବି କରବା। ହେଲେ ଏଭ୍‌ତକ ଇ ସ୍କୁଲର କୁଠା ତିଆରି କାମ୍‌ ନୁହେ ସରେ କି ଶିକ୍ଷକ ନିଯୁକ୍ତ ନୁହେ ହୁଅନ୍‌। ତ ଏନ୍‌ତାଥି ପାଠ୍‌ପଢ଼ା କେନ୍‌ଠାନେ ହେବା ଆର କେନ୍‌ଥେଇ ହେବା କେଜାନେ। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାର କଥା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧ୍‌କାରୀ ଅମୂଲ୍ୟ ପଧାନକୁଁ ପଚ୍‌ରାଲାରୁ ଆମକୁ ଖାଲି ପରୀକ୍ଷା ପରିଚାଲନା କରବାକେ ନିରଦେଶ ରହିଛେ। ବାକି ବିଷେଥି ମୁଇଁ ନାଇଁ ଜାନି ବଲି ସେ କହିଥିଲେ। ଇ ବାବ୍‌ଦେ ଆର୍‌ଡି ଏସ୍‌ଡିଓ ଜଗନ୍ନାଥ ମହାନ୍ତିକୁଁ ପଚ୍‌ରାଲାରୁ ଚଲତି ମାର୍ଚ୍ଚ ମାସ ଭିତରେ କାମ୍‌ ଶେଷ କରବାକେ ଠିକାଦାରକୁଁ ଟାର୍ଗେଟ ଦିଆଯାଇଛେ। ସୂଚନା ଫଲକଟେ ଲଗାଯାଇଥିଲା, ହେଲେ କିଏ ଭାଂଗି ଦେଇଛେ। ନୂଅଁା ସୂଚନା ଫଲକଟେ ଲଗା ଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri