Posted inଖେଳ

ଏନ୍‌ସିଏ ମୁଖ୍ୟ ଡ୍ରାଭିଡଙ୍କୁ ଭେଟିବେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୯|୧୦(ପି.ଟି.)- ଦୀର୍ଘଦିନ ଧରି ଟିମ୍‌ମେଟ୍‌ ରହିଆସିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ବୁଧବାର ବେଙ୍ଗାଲୁରୁରେ ପରସ୍ପରକୁ ଭେଟିବେ। ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀ(ଏନ୍‌ସିଏ)ର ମୁଖ୍ୟ ଅଛନ୍ତି। ଉଭୟେ ଭାରତୀୟ କ୍ରିକେଟ୍‌ର ‘ରୋଡ୍‌ ମ୍ୟାପ୍‌’ ନେଇ ଆଲୋଚନା କରିବେ। ଡ୍ରାଭିଡ ଜୁଲାଇରେ ଏନ୍‌ସିଏର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରତିଷ୍ଠାନ ପାଇଁ ସେ ଇତିମଧ୍ୟରେ ଏକ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିସାରିଛନ୍ତି। ଦୁଇ ପୂର୍ବତନ ଅଧିନାୟକ ଯେତେବେଳେ ଭେଟାଭେଟି ହେବେ ସେତେବେଳେ ଗାଙ୍ଗୁଲି କ୍ରିକେଟ୍‌ରେ ଉନ୍ନତି ପାଇଁ ତାଙ୍କ ମନରେ ରହିଥିବା ଚିନ୍ତାଧାରାକୁ ଉପସ୍ଥାପନ କରିବେ। ଗତ ୨୩ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବା ବିସିସିଆଇର ନବନିର୍ବାଚିତ କର୍ମକର୍ତ୍ତାଗଣ ଏହି ବୈଠକରେ ଉପସ୍ଥିତ ରହିବେ। ଏନ୍‌ସିଏର ସିଇଓ ତୁଫାନ୍‌ ଘୋଷ୍‌ ମଧ୍ୟ ଆଲୋଚନାରେ ଭାଗନେବେ। ଗାଙ୍ଗୁଲି ଓ ଡ୍ରାଭିଡ ଅତୀତରେ ବିସିସିଆଇର ବୈଷୟିକ କମିଟି ବୈଠକରେ କେତେଥର ଏକାଠି ହୋଇଛନ୍ତି। ‘ପ୍ରିନ୍ସ ଅଫ୍‌ କୋଲ୍‌କାତା’ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଡ୍ରାଭିଡ ୧୯ ବର୍ଷରୁ କମ୍‌ ଏବଂ ଭାରତ ଏ’ ଟିମ୍‌ କୋଚ୍‌ ଭାବେ ଏଥିରେ ଯୋଗଦେଇଛନ୍ତି। କହିବାକୁ ଗଲେ, ଭାରତୀୟ କ୍ରିକେଟକୁ ଖେଳାଳି ଯୋଗାଇବା ଲକ୍ଷ୍ୟ ନେଇ ଏନ୍‌ସିଏ ଗଠନ କରାଯାଇଥିଲା। ମାତ୍ର ଏହା ଏକ ରିହାବିଲିଟେଶନ ସେଣ୍ଟରରେ ପରିଣତ ହୋଇଯାଇଛି। ଗାଙ୍ଗୁଲି କିନ୍ତୁ ଏନ୍‌ସିଏକୁ ନୂଆ ରୂପ ଦେବାକୁ ଚାହୁଁଛନ୍ତି। ଏହାକୁ କିପରି କାର୍ଯ୍ୟକାରୀ କରିହେବ, ସେନେଇ ଗାଙ୍ଗୁଲି ଓ ଡ୍ରାଭିଡ ଆଲୋଚନା କରିପାରନ୍ତି ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ପୃଥ୍ବୀ ଶ’ଙ୍କ ଭଳି ଖେଳାଳିଙ୍କ ଲାଗି କରାଯାଇଥିବା ରିହାବିଲିଟେଶନ ପ୍ରୋଗ୍ରାମ୍‌ ସମ୍ପର୍କରେ ନୂଆ ସଭାପତି ହୁଏତ ଜାଣିବାକୁ ଚାହିଁ ପାରନ୍ତି। ପୃଥ୍ବୀ ଶ’ ଡୋପିଂ ପାଇଁ ବାସନ୍ଦ ହେବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାଛଡ଼ା ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଷ୍ଟ୍ରେନ୍ଥ୍‌ ଏବଂ କଣ୍ଡିଶନିଂ କ୍ୟାମ୍ପ୍‌ ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିପାରନ୍ତି। ଭିଭିଏସ୍‌ ଲକ୍ଷ୍ମଣ ଏବଂ ଭାରତର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବହୁ ପୂର୍ବତନ ଖେଳାଳି ଏହି ଦୁଇ ସେଲିବ୍ରିଟି ଗାଙ୍ଗୁଲି ଏବଂ ଡ୍ରାଭିଡଙ୍କଠାରୁ ଅନେକ କିଛି ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri