ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି ଦୁଇ ପ୍ରକ୍ରିୟା ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ସେନ୍‌ସସ୍‌ ଏବଂ ଏନ୍‌ପିଆର୍‌ ପ୍ରକ୍ରିୟାରେ ଘର ଘର ବୁଲି ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ ପାଇଁ ବହୁସଂଖ୍ୟକ ଜନଗଣନାକାରୀଙ୍କ ଆବଶ୍ୟକତା ଥିବାରୁ ବର୍ତ୍ତମାନ ସ୍ଥିତିରେ ଏହି କାର୍ଯ୍ୟ କରିବା ଅସମ୍ଭବ। ତେଣୁ ସରକାର ଏହାକୁ ସ୍ଥଗିତ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବ୍ୟାପୀ ୨୧ ଦିନ ଧରି ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ଏନ୍‌ପିଆର୍‌ ଏବଂ ଜନଗଣନା ୨୦୨୧କୁ ଅପ୍‌ଡେଟ୍‌ କରିବା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ସେନ୍‌ସସ୍‌-୨୦୨୧ ଦୁଇଟି ପର୍ଯ୍ୟାୟରେ ଶେଷ ହେବାର ଥିଲା। ହାଉସ୍‌ ଲିଷ୍ଟିଙ୍ଗ୍‌ ବା ଘରଗୁଡ଼ିକୁ ତାଲିକାଭୁକ୍ତ କରିବା ଏବଂ ହାଉସିଂ ସେନ୍‌ସସ୍‌ ବା ଘର ଘର ବୁଲି ଜନଗଣନା କାର୍ଯ୍ୟ ଏପ୍ରିଲ-ସେପ୍ଟେମ୍ବରରେ ହେବାର ଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ଆସନ୍ତା ବର୍ଷ ଫେବୃୟାରୀ ୯ରୁ ୨୮ରେ କରିବା ପାଇଁ ସ୍ଥିର ହୋଇଥିଲା।

ଅନୁରୂପ ଭାବେ ଏନ୍‌ପିଆର୍‌ ଅପ୍‌ଡେଟିଂ କାର୍ଯ୍ୟକୁ ଆସାମ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସହ ଏକସଙ୍ଗେ କରିବା ପାଇଁ ଧାର୍ଯ୍ୟ ହୋଇଥିଲା। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୧ ଏବଂ ଏନ୍‌ପିଆର୍‌ ଅପ୍‌ଡେଟିଂକୁ ସ୍ଥଗିତ ରଖାଯାଇଛି, ଯାହାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୧ରେ ଆରମ୍ଭ ହେବାର ଥିଲା। ନୂଆ ନିର୍ଦ୍ଦେଶନାମା ଜାରି ହେବା ଯାଏ ଏହି କାର୍ଯ୍ୟକୁ ସ୍ଥଗିତ କରାଯାଇଥିବା ବିବୃତିରେ କୁହାଯାଇଛି।
ପ୍ରକାଶ ଯେ, ଏନ୍‌ପିଆର୍‌କୁ କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ ଓ ବିହାର ଭଳି ରାଜ୍ୟ ବିରୋଧ କରିଆସୁଛନ୍ତି। ତେବେ ଜନଗଣନାର ଘର ତାଲିକାଭୁକ୍ତ କରିବା ପର୍ଯ୍ୟାୟକୁ ସେମାନେ ସହଯୋଗ କରିବେ ବୋଲି କହିଛନ୍ତି। ଦେଶରେ ବସବାସ କରୁଥିବା ପ୍ରତ୍ୟେକ ସ୍ବାଭାବିକ ବାସିନ୍ଦାଙ୍କୁ ନେଇ ଏକ ବିସ୍ତୃତ ଡାଟାବେସ୍‌ ପ୍ରସ୍ତୁତ କରିବା ହେଉଛି ଏନ୍‌ପିଆର୍‌ର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri