ଏନ୍‌ଏଲ୍‌ସି ଇଣ୍ଡିଆ ପାଓ୍ବାରପ୍ଲାଣ୍ଟ ଜନଶୁଣାଣିକୁ ହିରିମା ପଞ୍ଚାୟତବାସୀଙ୍କ ବିରୋଧ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୨।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ହିରିମା ପଞ୍ଚାୟତରେ ନେଭେଲ୍‌ ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏଲ୍‌ସିଆଇଏଲ୍‌)ନାମକ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରିବାପାଇଁ କମ୍ପାନୀ ପ୍ରସ୍ତାବ ରଖିଛି। ଏନେଇ କମ୍ପାନୀ ତରଫରୁ ଜିଲାପ୍ରଶାସନ ଜରିଆରେ ମଙ୍ଗଳବାର ଗରିହାଡିହି ସ୍କୁଲ୍‌ ପଡିଆରେ ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି ଆୟୋଜନ ହୋଇଥିଲା। ଏଥିରେ ଉପଜିଲାପାଳ ଶିବ ଟପ୍ପୋ, ଅତିରିକ୍ତ ଜିଲାପାଳ ଆଲୋମଣି ସେଠୀ, ଅତିରିକ୍ତ ତହସିଲଦାର ଗୋଲଖ ବିହାରୀ ମଙ୍ଗରାଜ, ଇଡ୍‌କୋ ଅଧିକାରିଣୀ ହେମବନ୍ତୀ ପାତ୍ର,ଜ୍ୟୋତ୍ସାରାଣି ନନ୍ଦ,ଏନ୍‌ଏଲ୍‌ସିଆଇଏଲ୍‌ ଅଧିକାରୀ ଟି ସତ୍ୟମୂର୍ତ୍ତି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଏହାକୁ ପଞ୍ଚାୟତବାସୀ ପ୍ରଥମରୁ କଡ଼ା ବିରୋଧକରି ହୋହାହ୍ଲା କରିଥିଲେ। ପ୍ରଦୂଷଣକୁ ଦୃଷ୍ଟିରେରଖି ଏଠାରେ ପାଓ୍ବାରପ୍ଲାଣ୍ଟ ନ କରିବାପାଇଁ ପଞ୍ଚାୟତବାସୀ ଦାବି କରିଥିଲେ ା ପଞ୍ଚାୟତବାସୀଙ୍କ ବିରୋଧ ଯୋଗୁ ଜନଶୁଣାଣି ହୋଇପାରିନାହିଁ ା