Posted inଖେଳ

ଏଟିପି, ଡବ୍ଲ୍ୟୁଟିଏର ବିଲୟ ପାଇଁ କିଙ୍ଗ୍‌, ଫେଡରର, ନାଡାଲଙ୍କ ପ୍ରସ୍ତାବ

ପ୍ୟାରିସ,୨୩।୪ (ଏଏଫ୍‌ପି): ପୁରୁଷ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଟିପି ଓ ମହିଳା ଟେନିସର ଡବ୍ଲ୍ୟୁଟିଏର ବିଧିବଦ୍ଧ ବିଲୟ ପାଇଁ ଏବେ ପ୍ରସ୍ତାବ ଦିଆଯାଇଛି। ଡବ୍ଲ୍ୟୁଟିଏ ପ୍ରତିଷ୍ଠାତା ବିଲି ଜିନ୍‌ କିଙ୍ଗ୍‌, ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ ତାରକା ରୋଜର ଫେଡରର ଓ ସ୍ପେନର ରାଫାଲ ନାଡାଲ ଏଟିପି ଓ ଡବ୍ଲ୍ୟୁଟିଏର ବିଲୟ ପାଇଁ ମିଳିତ ଭାବେ ପ୍ରସ୍ତାବ ଦେଇଛନ୍ତି। ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଫେଡରର ପ୍ରଥମେ ଟୁଇଟ୍‌ କରି ଏ ନେଇ ପ୍ରସ୍ତାବ ଦେଇଥିଲେ। ଏହାପରେ ନାଡାଲ ଓ କିଙ୍ଗ୍‌ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏବେ ପୁରୁଷ ଓ ମହିଳା ଟେନିସ ଏକାଠି ହେବାର ସମୟ ଆସି ଉପନୀତ ହୋଇଛି। ମହିଳା ଓ ପୁରୁଷ ଟେନିସ କୋର୍ଟ ନୁହଁ ଦୁଇଟି ପ୍ରଶାସନିକ ସଂଗଠନର ବିଲୟ ହେଉ। ପୁରୁଷ ଓ ମହିଳା ଟେନିସ୍‌ର ପେସାଦାର ଟୁର ସମ୍ପର୍କରେ ଏହି ଦୁଇ ସଂଗଠନ କାର୍ଯ୍ୟ କରିଥାନ୍ତି। ଏହି ଦୁଇ ଗଭର୍ଣ୍ଣିଂ ବଡିର ବିଲୟ ଚାହୁଁଛୁ ବୋଲି ଫେଡରର କହିଛନ୍ତି।
ସେହିପରି ୧୯୭୩ରେ ଡବ୍ଲ୍ୟୁଟିଏ ପ୍ରତିଷ୍ଠା କରିଥିବା କିଙ୍ଗ୍‌ ମଧ୍ୟ ସମାନ ମତ ରଖିଛନ୍ତି। କେତେ ଦଶନ୍ଧି ପୂର୍ବରୁ ଏ ନେଇ ମୋର ସମର୍ଥନ ରହିଆସିଛି। ୧୯ ଗ୍ରାଣ୍ଡସ୍ଳାମ ଟାଇଟଲ ଜିତିଥିବା ନାଡାଲ ମଧ୍ୟ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଫେଡରରଙ୍କ କଥାକୁ ସମର୍ଥନ କରିଛନ୍ତି। ଏହା ଟେନିସର ବୃହତ୍ତର ସ୍ବାର୍ଥ ସାଧନ କରିବ ଓ ଟେନିସ ଆହୁରି ଦୃଢ ହୋଇପାରିବ ବୋଲି ନାଡାଲ କହିଛନ୍ତି। ବହୁ ପୂର୍ବରୁ ଦୁଇଟି ସଂସ୍ଥାର ବିଲୟ ହେବାର ଥିଲା। ଚଳିତ ପଦ୍ଧତିରେ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ, ଭିନ୍ନ ଭିନ୍ନ ଲୋଗୋ, ଭିନ୍ନ ଓ୍ବେବ୍‌ସାଇଟ୍‌, ଭିନ୍ନ ଟୁର୍ନାମେଣ୍ଟ କାଟାଗୋରୀକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ସେହିପରି ୩ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଷ୍ଟାନିସ୍‌ଲାସ ଓ୍ବାରିଙ୍କା ଏନେଇ ଏଟିପି ଚେୟାରମ୍ୟାନ ଆଣ୍ଡିଆ ଗାଉଡେଞ୍ଜିଙ୍କ ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି। ଅଷ୍ଟ୍ରେଲୀୟ ତାରକା ଖେଳାଳି ନିକ୍‌ କିର୍ଗିୟସ, ଦୁଇଥର ଗ୍ରାଣ୍ଡସ୍ଲାମ ଜିତିଥିବା ରୋମାନିଆର ସିମୋନା ହାଲେପ ଏହି ପ୍ରସ୍ତାକୁ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri