Categories: ଖେଳ

ଏଟିପି କପ୍‌: ଜେଭରେଭ, ତିସିତ୍‌ସିପାସ୍‌ ପରାସ୍ତ

ସିଡ୍‌ନୀ, ୪ା୧ (ଏଏଫ୍‌ପି)-ଉଦ୍‌ଘାଟନୀ ଏଟିପି କପ୍‌ରେ ଆଲେକ୍‌ଜାଣ୍ଡର ଜେଭରେଭ ଏବଂ ଷ୍ଟିଫାନସ ତିସିତ୍‌ସିପାସଙ୍କ ବିପର୍ଯ୍ୟୟ ଘଟିଛି। ପ୍ରତିଯୋଗିତାରେ ଉଭୟେ ସେମାନଙ୍କ ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି। ବିଶ୍ୱର ୭ ନମ୍ବର ତଥା ଜର୍ମାନୀର ଜେଭରେଭ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାରଙ୍କଠାରୁ ୪-୬, ୭-୬ (୭/୩) ୬-୨ ସେଟ୍‌ରେ ପରାସ୍ତ ହୋଇଛନ୍ତି। ବିଶ୍ୱର ୬ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା ଲଣ୍ଡନରେ ୨୦୧୯ ସିଜନ ଶେଷ ଏଟିପି ଫାଇନାଲ ବିଜେତା ଗ୍ରୀକ୍‌ ଷ୍ଟାର ତିସିତ୍‌ସିପାସ କାନାଡାର ଡେନିସ ଶାପୋଭାଲୋଭଙ୍କଠାରୁ ୭-୬ (୮-୬) ୭-୬ (୭/୪)ରେ ପରାଜିତ ହୋଇଯାଇଛନ୍ତି। ଇଭେଣ୍ଟରେ ୨୪ଟି ଦେଶ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତିଯୋଗିତାର ମ୍ୟାଚ ଗୁଡ଼ିକ ଏକ ସଙ୍ଗରେ ସିଡ୍‌ନୀ, ବ୍ରିସ୍‌ବେନ ଏବଂ ପର୍ଥରେ ଖେଳାଯାଉଛି। ଏହାରାଉଣ୍ଡ ରବିନ୍‌ ଭିତ୍ତିରେ ଖେଳାଯାଉଛି। ଶ୍ରେଷ୍ଠ ୮ଟି ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହା ସିଡ୍‌ନୀରେ ଖେଳାଯିବ। ଅଷ୍ଟ୍ରେଲିଆ ଓ କାନାଡ଼ା ବ୍ୟତୀତ ବେଲଜିୟମ ମଧ୍ୟ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଛି।

Share