ଏକ ରୁଗ୍‌ଣ ସମାଜର ପ୍ରତିନିଧି ଶେଖର

ଶେଖର ଜଣେ ସଂଘର୍ଷ କରୁଥିବା ଯୁବକ। ସେ ଏକ ରୁଗ୍‌ଣ ସମାଜର ପ୍ରତିନିଧି। ସେ ସଂଗ୍ରାମ କରୁଛି ଦାରିଦ୍ର୍ୟ ବିରୋଧରେ। ନିଜେ ବଞ୍ଚତ୍ବ। ଗୋଟିଏ ବୋଲି ଭଉଣୀକୁ ବଞ୍ଚେଇବ। ଚାକିରି ମିଳୁନି। ରୋଜଗାର ନାହିଁ। ନିଜର ବୟସ ଗଡ଼ି ଯାଉଛି। ସାନଭଉଣୀର ବୟସ ବଢ଼ି ଯାଉଛି। ଦାରିଦ୍ର୍ୟ ସିନା ତାକୁ ଡହଳ ବିକଳ କରି ମାରୁଛି। ହେଲେ ତା’ ମନୋବଳକୁ ହ୍ରାସ କରିପାରୁନି। ତା’ ଭିତରେ ଥିବା ସ୍ବପ୍ନକୁ ଦୁର୍ବଳ କରିପାରୁନି। ଭଉଣୀ ସହିତ ମିଶି ସେ ଜୀବନ ବଞ୍ଚତ୍ବାର ସ୍ବପ୍ନ ଦେଖୁଛି। ତେବେ ସତରେ କ’ଣ ଶେଖରର ସ୍ବପ୍ନ ପୂରଣ ହେଉଛି। ଏ ପୃଥିବୀରେ କ’ଣ ଏବେ ବି ଏକ ସମାନ୍ତରାଳ ସମାଜର ପ୍ରତିଷ୍ଠା ହୋଇ ପାରିଛି? ଶେଖର ଭଳି ଅହରହ ସଂଘର୍ଷ କରୁଥିବା ଶିକ୍ଷିତ ଉଦ୍ୟମୀ ଯୁବକମାନଙ୍କୁ ନ୍ୟାୟ ମିଳୁଛି? ଏମିତି ଅନେକ ପ୍ରଶ୍ନର ସମାହାରରେ ସୃଷ୍ଟି ହୋଇଛି ଚରିତ୍ର ଶେଖର; ଯେଉଁ ଚରିତ୍ରଟିକୁ ନିର୍ବାହ କରିଛନ୍ତ ି ଓଡ଼ିଶାର ଜଣେ ସ୍ବନାମଧନ୍ୟ ଅଭିନେତା ଦୀପକ କୁମାର ମହାନ୍ତି ଓରଫ୍‌ ଦୀପୁ। ଏହି ନାଟକଟି ତାଙ୍କୁ ମିଳିଛି ‘ରଙ୍ଗମହଲ’ ପ୍ରଯୋଜିତ ମହେଶ ହାଜରାଙ୍କ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ ନାଟକରେ। ଭଦ୍ରକର ଦାମୋଦରପୁରରେ ଜନ୍ମଗ୍ରହଣ କରିଥିବା ଦୀପୁ ପୂର୍ବରୁ ସାତଶଙ୍ଖ, ଧଉଳି, ସଚ୍ଚିଦାନନ୍ଦମ୍‌ ଆଦି ଗଣନାଟ୍ୟରେ ଅଭିନୟର ଯାଦୁ ଦେଖେଇ ଏବେ ଆସି ପହଞ୍ଚତ୍ଛନ୍ତି ସତ୍ୟଜେନାଙ୍କ ‘ରଙ୍ଗମହଲ’ରେ। ପୂର୍ବରୁ ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ଏ ଗଉରା କାଇଁ କାନ୍ଦୁଛୁ, କହଇ ମନ ଆରେ ମୋ ବୋଲ କର, କନିଆ ସାଜିଛି କଣ୍ଢେଇ ରାଣୀ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri