ଏକ୍ଟୋପିକ୍‌ ଗର୍ଭାବସ୍ଥା

”ଏକ୍ଟୋପିକ୍‌ ଗର୍ଭାବସ୍ଥା ସେତେବେଳେ ହୋଇଥାଏ, ଯେତେବେଳେ ପ୍ରଜନନ ହୋଇଥିବା ଡିମ୍ବାଣୁ ନିଜକୁ ଗର୍ଭାଶୟର ବାହାରେ ସ୍ଥାପିତ କରିଥାଏ; ସାଧାରଣତଃ ଏହା ନିଜକୁ ଏକ ଟ୍ୟୁବ୍‌ରେ ସ୍ଥାପନା କରିଥାଏ। ଏହି ପରିସ୍ଥିତିରେ ଭ୍ରୂଣ ବିକଶିତ ହୋଇ ଶିଶୁରେ ପରିଣତ ହୋଇ ନ ଥାଏ, କାରଣ ଶିଶୁର ବୃଦ୍ଧି ପାଇଁ ଫାଲୋପିଆନ୍‌ ଟ୍ୟୁବ୍‌ର ଆକାର ଯଥେଷ୍ଟ ବଡ଼ ହୋଇ ନ ଥାଏ। ଏକ୍ଟୋପିକ୍‌ ଗର୍ଭାବସ୍ଥା ଫାଲୋପିଆନ୍‌ ଟ୍ୟୁବ୍‌ ନଷ୍ଟର କାରଣ ହୋଇଥାଏ, ଯାହା ଦ୍ୱାରା ଡିମ୍ବାଣୁ ଗର୍ଭାଶୟରେ
ପହଞ୍ଚତ୍ ନ ଥାଏ।“

ଏକ୍ଟୋପିକ୍‌ ଗର୍ଭାବସ୍ଥା ହେଉଛି ବିରଳ। କିନ୍ତୁ ଏହା ଅତ୍ୟନ୍ତ ବିପଜ୍ଜନକ। ଏକ୍ଟୋପିକ୍‌ ଗଭର୍ର୍ାବସ୍ଥା ସେତେବେଳେ ହୋଇଥାଏ, ଯେତେବେଳେ ପ୍ରଜନନ ହୋଇଥିବା ଡିମ୍ବାଣୁ ନିଜକୁ ଗର୍ଭାଶୟର ବାହାରେ ସ୍ଥାପିତ କରିଥାଏ; ସାଧାରଣତଃ ଏହା ନିଜକୁ ଏକ ଟ୍ୟୁବ୍‌ରେ ସ୍ଥାପନା କରିଥାଏ। ଏହି ପରିସ୍ଥିତିରେ ଭ୍ରୂଣ ବିକଶିତ ହୋଇ ଶିଶୁରେ ପରିଣତ ହୋଇ ନ ଥାଏ, କାରଣ ଶିଶୁର ବୃଦ୍ଧି ପାଇଁ ଫାଲୋପିଆନ୍‌ ଟ୍ୟୁବ୍‌ର ଆକାର ଯଥେଷ୍ଟ ବଡ଼ ହୋଇ ନ ଥାଏ। ଏକ୍ଟୋପିକ୍‌ ଗର୍ଭାବସ୍ଥା ଫାଲୋପିଆନ୍‌ ଟ୍ୟୁବ୍‌ ନଷ୍ଟର କାରଣ ହୋଇଥାଏ, ଯାହାଦ୍ୱାରା ଡିମ୍ବାଣୁ ଗର୍ଭାଶୟରେ ପହଞ୍ଚତ୍ ନ ଥାଏ। ଅଧିକାଂଶ କ୍ଷେତ୍ରରେ ଗର୍ଭଧାରଣର ପ୍ରଥମ ସ୍ତରକୁ ଚିହ୍ନଟ କରିବା କଷ୍ଟ ହୋଇଥାଏ, କାରଣ ଏକ୍ଟୋପିକ୍‌ ଗର୍ଭାବସ୍ଥାର ଲକ୍ଷଣ ସାଧାରଣ ଗର୍ଭଧାରଣ ଭଳି ସମାନ ହୋଇଥାଏ। ଏକ୍ଟୋପିକ୍‌ ଗର୍ଭାବସ୍ଥାର ଚିକିତ୍ସା ରୋଗ ଚିହ୍ନଟ ହେବା ପରେ ତୁରନ୍ତ କରିବା ଦରକାର, କାରଣ ଏକ୍ଟୋପିକ୍‌ ଗର୍ଭାବସ୍ଥାର ଚିକିତ୍ସା ନ କରାଇବା ଦ୍ୱାରା ଏହା ମା’ର ଜୀବନ ପ୍ରତି ବିପଦ ପକାଇପାରେ।
ଏକ୍ଟୋପିକ୍‌ ଗର୍ଭାବସ୍ଥା କ’ଣ : ସାଧାରଣ ଗର୍ଭାବସ୍ଥାରେ ଏକ ପ୍ରଜନନ ହୋଇଥିବା ଡିମ୍ବାଣୁ ଫାଲୋପିଆନ୍‌ ଟ୍ୟୁବ୍‌ ଦେଇ ଯାଇସାରିବା ପରେ ଶିଶୁ ଭ୍ରୂଣରୁ ଗର୍ଭାଶୟ ମଧ୍ୟରେ ବଢ଼ିଥାଏ ଏବଂ ୟୁଟେରିନ୍‌ ଲାଇନିଂ ସହିତ ଯୋଡ଼ି ହୋଇଥାଏ। ପ୍ରଜନନ ହୋଇଥିବା ଡିମ୍ବାଣୁ ଫାଲୋପିଆନ୍‌ ଟ୍ୟୁବ୍‌, ଓଭାରି ଓ ତଳିପେଟର କେଉଁଠାରେ ମଧ୍ୟ ଯୋଡ଼ି ହୋଇଥାଏ। ଯଦି ଏହାର ଚିକିତ୍ସା କରା ନ ଯାଏ, ଏହା ଗର୍ଭବତୀ ମହିଳାଙ୍କ ପ୍ରମୁଖ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ହୋଇପାରେ। ଯଦି ବର୍ଦ୍ଧିତ ଗର୍ଭାବସ୍ଥା ସହିତ ଫାଲୋପିଆନ୍‌ ଟ୍ୟୁବ୍‌ ଅଧିକ ସଂପ୍ରସାରିତ ହୋଇଥାଏ, ତେବେ ଏହା ନଷ୍ଟ ହୋଇଯାଇଥାଏ। ଏହା ଭିତରେ ରକ୍ତସ୍ରାବ, ସଂକ୍ରମଣ ଓ ବେଳେବେଳେ ମୃତ୍ୟୁର କାରଣ ହୋଇଥାଏ।
କାରଣ: ଏକ୍ଟୋପିକ୍‌ ଗର୍ଭାବସ୍ଥାର କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ନ ଥାଏ, କିନ୍ତୁ ଅଧା କ୍ଷେତ୍ରରେ ବିପଦର ଆଶଙ୍କା ନ ଥାଏ। ଯଦି ଆପଣଙ୍କଠାରେ ନିମ୍ନଲିଖିତ ବିପଦପୂର୍ଣ୍ଣ ଲକ୍ଷଣରୁ ଗୋଟିଏ ଥାଏ, ତେବେ ଆପଣଙ୍କୁ ଏହା ହେବାର ଆଶଙ୍କା ଥାଏ।
ପୂର୍ବ ଏକ୍ଟୋପିକ୍‌ ଗର୍ଭାବସ୍ଥା : ଦ୍ୱିତୀୟ ଥର ପାଇଁ ଏହି ଅବସ୍ଥା ୧୫-୨୦% ଅଧିକ ବିପଦପୂର୍ଣ୍ଣ।
ପେଲ୍‌ଭିକ୍‌ ଇନ୍‌ଫ୍ଲାମେଟୋରି ରୋଗ : ମହିଳାଙ୍କ ପ୍ରଜନନ ଅଙ୍ଗରେ ଏକ ସଂକ୍ରମଣ, ଯାହା କ୍ଲାମିଡିଆରେ ସଂକ୍ରମିତ ବ୍ୟକ୍ତି ସହିତ ଯୌନ କ୍ରିୟା କରିବା ଦ୍ୱାରା ହୋଇଥାଏ।
ପୂର୍ବରୁ ଅସ୍ତ୍ରୋପଚାର : ପୂର୍ବରୁ ପେଲ୍‌ଭିକ୍‌ କିମ୍ବା ତଳିପେଟର ଅସ୍ତ୍ରୋପଚାର ହୋଇଥିଲେ, ଯେପରି କି ଏକ ଓଭାରିଆନ୍‌ ସିଷ୍ଟର ବହିଷ୍କରଣ।
ଟ୍ୟୁବାଲ୍‌ ଲିଗେସନ୍‌ର ରିଭର୍ସାଲ୍‌ ପରେ ଗର୍ଭଧାରଣ : ଟ୍ୟୁବାଲ୍‌ ଲିଗେସନ୍‌ ରିଭର୍ସାଲ୍‌ ହେଉଛି ଏକ ଅସ୍ତ୍ରୋପଚାର, ଯାହା ଗର୍ଭଧାରଣ ପାଇଁ ଆପଣଙ୍କ ପାଲୋଫିଆନ୍‌ ଟ୍ୟୁବ୍‌କୁ ପୁଣି ଥରେ ଖୋଲିଥାଏ। ପ୍ରାୟ ତିନି ଭାଗରୁ ଭାଗେ ମହିଳା ଟ୍ୟୁବାଲ୍‌ ଲିଗେସନ୍‌ ରିଭର୍ସାଲ୍‌ର ସମ୍ମୁଖୀନ ହେବା ପରେ ଗର୍ଭଧାରଣ କରିଥାଆନ୍ତି।
ଆଇୟୁଡି କିମ୍ବା ଆଇୟୁଏସ୍‌ ସହିତ ଗର୍ଭଧାରଣ କରିବା : ଏହି ଉପାୟରେ ଗର୍ଭଧାରଣ କରିବା ବିରଳ। କିନ୍ତୁ ଯଦି ଆପଣ ଏହାକୁ କରିବେ ତେବେ ଆପଣଙ୍କ ପାଖରେ ଗର୍ଭଧାରଣର ଅଧିକ ସମ୍ଭାବନା ବଢ଼ିଯାଇଥାଏ।
୩୫ ବର୍ଷ କିମ୍ବା ଅଧିକ ବୟସ- ବୟସାନୁସାରେ ଏକ୍ଟୋପିକ୍‌ ଗର୍ଭାବସ୍ଥାର ଅଧିକ ଆଶଙ୍କା ଥାଏ।
ଧୂମପାନ : ବେଶି ଧୂମପାନ କରୁଥିଲେ ଏହା ହେବାର ଅଧିକ ଆଶଙ୍କା ଥାଏ। ଧୂମପାନ କରୁ ନ ଥିବା ମହିଳାଙ୍କଠାରୁ ଧୂମପାନ କରୁଥିବା ମହିଳାଙ୍କୁ ୫ରୁ ୨୦ ପ୍ରତିଶତ ଅଧିକ ଏକ୍ଟୋପିକ୍‌ ଗର୍ଭାବସ୍ଥା ହେବାର ଆଶଙ୍କା ଥାଏ।
ଲକ୍ଷଣ: ଏକ୍ଟୋପିକ୍‌ ଗର୍ଭାବସ୍ଥା ଚିହ୍ନଟ କରିବା କଷ୍ଟକର ହୋଇଥାଏ, କାରଣ ଏହାର ଲକ୍ଷଣ ସାଧାରଣ ଗର୍ଭାବସ୍ଥା ପରି ସମାନ ହୋଇଥାଏ। ଯେପରି କି ସମୟ ହରାଇବା, ସ୍ତନର କୋମଳତା, ବାନ୍ତି ଲାଗିବା, ବାନ୍ତି ହେବା, ହାଲିଆ ଲାଗିବା ତଥା ବାରମ୍ବାର ପରିସ୍ରା ଲାଗିବା ଇତ୍ୟାଦି। ଏହାଦ୍ୱାରା ଗୋଟିଏ ପାର୍ଶ୍ୱରେ ଆପଣ ଯନ୍ତ୍ରଣା ହେବା ଅନୁଭବ କରିପାରନ୍ତି। ଏହି ଯନ୍ତ୍ରଣା ଲଗାତର ଓ ଜଟିଳ ହୋଇପାରେ। ଭାଜିନାରେ ରକ୍ତସ୍ରାବ ନିୟମିତ ଋତୁସ୍ରାବଜନିତ ରକ୍ତସ୍ରାବଠାରୁ ଭିନ୍ନ ଅଟେ। ଏହି ରକ୍ତସ୍ରାବ ସବୁବେଳେ ଆରମ୍ଭ ହୋଇଥାଏ ଓ ବନ୍ଦ ହୋଇଥାଏ ଏବଂ ହାଲୁକା ତଥା ଗାଢ଼ ଲାଲ୍‌ ହୋଇପାରେ। ଅନେକ ସମୟରେ ଯଦି ଜଣେ ମହିଳା ଏଥିପ୍ରତି ସଚେତନ ନ ଥାନ୍ତି, ଗର୍ଭବତୀ ଥାଆନ୍ତି ଏବଂ ସବୁ ସମୟରେ ଏହି ରକ୍ତସ୍ରାବକୁ ଅଣଦେଖା କରନ୍ତି, ତେବେ ଏହା ଜଟିଳ ସମସ୍ୟା ଦେଖାଇପାରେ। କାନ୍ଧ ସରିବା ଓ ବାହୁ ଆରମ୍ଭ ହେବା ସ୍ଥାନରେ ଯନ୍ତ୍ରଣା ହୋଇଥାଏ। ଯଦି ଆପଣ ଉପରୋକ୍ତ ମଧ୍ୟରୁ ଏକ୍ଟୋପିକ୍‌ ଗର୍ଭାବସ୍ଥାର କୌଣସି ଲକ୍ଷଣର ସାମ୍‌ନା କରୁଛନ୍ତି ତୁରନ୍ତ ଡାକ୍ତରଙ୍କ ସହାୟତା ନେବା ଆବଶ୍ୟକ।
ଚିକିତ୍ସା : ଏକ୍ଟୋପିକ୍‌ ଗର୍ଭାବସ୍ଥା ବଞ୍ଚତ୍ପାରେ ନାହିଁ, କାରଣ ଗର୍ଭାଶୟ ବାହାରେ ଏକ ଡିମ୍ବାଣୁ ଠିକ୍‌ ଭାବରେ ବୃଦ୍ଧିପାଇ ନ ଥାଏ। ଏକ୍ଟୋପିକ୍‌ ଗର୍ଭାବସ୍ଥା ଚିହ୍ନଟ ହେବା ପରେ ଏହାର ଚିକିତ୍ସା ତୁରନ୍ତ କରିବା ଦରକାର। ଯଦି ଚିକିତ୍ସା କରା ନ ଯାଏ ତେବେ ଏହା ଅଧିକ କ୍ଷତି ଘଟାଇପାରେ। ଏଥିପାଇଁ ଦୁଇଟି ବିକଳ୍ପ-ଔଷଧ ଓ ଅସ୍ତ୍ରୋପଚାର। ତେଣୁ ତୁରନ୍ତ ଅଭିଜ୍ଞ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।
ସଫଳ ଗର୍ଭଧାରଣର ଆଶଙ୍କା ସବୁବେଳେ ଆପଣଙ୍କ ଫାଲୋପିଆଲ୍‌ ଟ୍ୟୁବ୍‌ର ଉତ୍ତମ ସ୍ବାସ୍ଥ୍ୟାବସ୍ଥା ଓ ପରିସ୍ଥିତି ଉପରେ ନିର୍ଭର କରିଥାଏ। ଯଦି ଆପଣ ସାଧାରଣ ଭାବରେ ଗର୍ଭଧାରଣ କରିପାରୁନାହାନ୍ତି, ତେବେ ଆପଣ ଇନ୍‌-ଭିଟ୍ରୋ ପ୍ରଜନନତା (ଆଇଭିଏଫ୍‌) ଭଳି ଚିକିତ୍ସା କରିପାରନ୍ତି। ଆଇଭିଏଫ୍‌ ଚିକିତ୍ସାରେ ଗର୍ଭାଶୟ ବାହାରେ (ପ୍ରାୟତଃ ଏକ ଟେଷ୍ଟ ଟ୍ୟୁବ୍‌ରେ) ଡିମ୍ବାଣୁକୁ ଶୁକ୍ରାଣୁ ଦ୍ୱାରା ପ୍ରଜନନ କରାଯାଇଥାଏ ଏବଂ ପ୍ରଜନନ ପରେ ଏହି ଭ୍ରୂଣକୁ ଅସ୍ତ୍ରୋପଚାର ମାଧ୍ୟମରେ ଗର୍ଭାଶୟରେ ସ୍ଥାପନ କରାଯାଏ।
-ସ୍ତ୍ରୀ ରୋଗ ଓ ଆଇଭିଏଫ୍‌
ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ୍‌, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri