ଏକା ସମୟରେ କାମ ଆରମ୍ଭ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ସମାନ ସମୟରେ କାମ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସକାଳ ୯ରୁ ୩ଟା, ୧୦ଟାରୁ ୪ ଟା ଅଥବା ୧୧ଟାରୁ ୫ ଟା ୬ ଘଣ୍ଟିଆ ବ୍ୟାଙ୍କିଙ୍ଗ କାରବାର ପାଇଁ ଏକ ବ୍ୟାଙ୍କର କମିଟି ପକ୍ଷରୁ ସୁପାରିସ୍‌ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ତିନୋଟି ସମୟସୀମା ମଧ୍ୟରୁ ଯେକୌଣସି ଗୋଟିଏକୁ ସାରା ଦେଶରେ ଅନୁସରଣ କରିବା ଲାଗି କମିଟି ତା’ର ସୁପାରିସ୍‌ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ୍‌ସ ଆସୋସିଏଶନ ସିଇଓ ଭି.ଜି.କାନନ କହିଛନ୍ତି ଯେ, ତିନୋଟି ସମୟସୀମା ପ୍ରସ୍ତାବ ଦିଆଯାଇଛି। ତେବେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ଯେକୌଣସି ଗୋଟିଏ ସମୟସୀମାକୁ ଆପଣାଇବାକୁ ହେବ। ଗୋଟିଏ ଅଞ୍ଚଳରେ ଗୋଟିଏ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅନ୍ୟ ଏକ ବ୍ୟାଙ୍କ ଶାଖା ସକାଳ ୧୦ଟାରେ ଯେପରି ନ ଖୋଲିବ, ତାହାକୁ ରୋକିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆବାସିକ ଅଞ୍ଚଳରେ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅଥବା ସନ୍ଧ୍ୟାରେ ଖୋଲା ରଖିହେବ। ତେବେ ଏହା ସମାନ ସମୟସୀମା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ସେ କହିଛନ୍ତି ଯେ, ଅଧିକାଂଶ ବାଣିଜି୍ୟକ ବ୍ୟାଙ୍କ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଖୋଲିଯାଉଛି। ସେ କହିଛନ୍ତି ଯେ, ସମାନ ସମୟ ଲାଗୁ କରିବା ନେଇ ବ୍ୟାଙ୍କଗୁଡ଼ିକ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଆଲୋଚନା କରିବାକୁ ହେବ। ଏନେଇ ସେମାନଙ୍କ ଉପରେ ନିଷ୍ପତ୍ତି ଲଦି ଦିଆଯିବ ନାହିଁ। ସୂଚନାଥାଉ କି, ଚଳିତବର୍ଷ ଜୁନ୍‌ରେ ଅର୍ଥ ମନ୍ତ୍ରଣାଳୟ ସହ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ)ର ବୈଠକ ବେଳେ ଏଭଳି ଏକ ଯୋଜନା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କରେ ସୁପାରିସ୍‌ କରିବାକୁ ଆଇବିଏ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଜୁନ ୨୪ରେ ଏକ ସବ୍‌ କମିଟି ଗଠନ କରାଯାଇଥିଲା। ଅଗଷ୍ଟ ପହିଲାରେ ବସିଥିବା ବୈଠକରେ ସବ୍‌ କମିଟି ନିଜ ଆଡୁ ନିଷ୍ପତ୍ତି ନ ନେଇ ଶୀର୍ଷ ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ ଏହି ଦାୟିତ୍ୱ ଅର୍ପଣ କରିଥିଲେ। ଜିଲାସ୍ତରରେ ବ୍ୟାଙ୍କ କମିଟି ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବାକୁ ସେମାନଙ୍କୁ କୁହାଯାଇଥିଲା। ସେମାନେ ନିଷ୍ପତ୍ତି ନେବା ପରେ ଏହାକୁ ସାରା ଦେଶରେ ଲାଗୁ କରାଯିବ। ଫଳରେ ସାରା ଦେଶରେ ଗୋଟିଏ ସମୟରେ ବ୍ୟାଙ୍କ ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri