Posted inଖେଳ

ଏକରମ୍ୟାନଙ୍କ ନାମରେ ଟି୨୦ ବିଶ୍ୱ ରେକର୍ଡ

ଲଣ୍ଡନ, ୮।୮ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ସ୍ପିନର କଲିନ୍‌ ଏକରମ୍ୟାନ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ ଫିଗର୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା ଟି୨୦ ବ୍ଲାଷ୍ଟର ଏକ ମ୍ୟାଚ୍‌ରେ ସେ ୧୮ ରନ୍‌ ବିନିମୟରେ ୭ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡକୁ ନିଜ ନାମରେ ପ୍ରତିଷ୍ଠା କରିଛନ୍ତି। ୨୮ ବର୍ଷୀୟ କଲିନ୍‌ ଲିସେଷ୍ଟରଶାୟର ଅଧିନାୟକ ରହିଥିବାବେଳେ ଓ୍ବର୍କଶାୟର ବିପକ୍ଷରେ ଏହି ମାରାତ୍ମକ ସ୍ପେଲ ବୋଲିଂ କରିଥିଲେ। ଟସ୍‌ ଜିତି ଲିସେଷ୍ଟରଶାୟର ଅଧିନାୟକ କଲିନ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହ୍ୟାରୀ ସ୍ବିଣ୍ଡେଲ୍ସ (୬୩) ଓ ଉଇକେଟ୍‌କିପର ଲୁଇସ୍‌ ହିଲ୍‌ (୫୮)ଙ୍କ ଅର୍ଦ୍ଧଶତକ ବଳରେ ଲିସେଷ୍ଟରଶାୟର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୮୯ ରନ୍‌ କରିଥିଲା। ଜବାବରେ ଓ୍ବର୍କଶାୟର ୧୭.୪ ଓଭରରେ ୧୩୪ ରନରେ ସୀମିତ ରହିଥିଲା। ଦଳ ଏକଦା ୧୩ ଓଭରରେ ୧୧୪ ରନ କରି ଦୃଢ଼ସ୍ଥିତିରେ ରହିଥିଲେ ମଧ୍ୟ ଏକରମ୍ୟାନଙ୍କ ଅଫ୍‌ସ୍ପିନକୁ ବୁଝି ନ ପାରି ୨୦ ରନରେ ବଳକା ୮ ଉଇକେଟ୍‌ ହରାଇଥିଲା। ମ୍ୟାଚ୍‌ ବିଜୟୀ ବୋଲିଂ ଲାଗି ଏକରମ୍ୟାନଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ପୂର୍ବରୁ ଟି୨୦ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ଫିଗର ମାଲେସିଆର ଅରୁଲ ସୁଇଫ୍‌ଙ୍କ ନାମରେ ରହିଥିଲା। ୨୦୧୧ରେ ସେ ସମରସେଟ୍‌ ପକ୍ଷରୁ ଖେଳି ଗ୍ଲାମରଗନ୍‌ ବିପକ୍ଷରେ ୫ ରନରେ ୬ ଉଇକେଟ୍‌ ଅକ୍ତିଆର କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ଫିଗର୍‌ ଇଂଲଣ୍ଡର ହେର୍ଡଲୀ ଭରିଟ୍‌ଙ୍କ ନାମରେ ରହିଛି। କାଉଣ୍ଟି କ୍ଲବ ୟର୍କଶାୟର ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ବାମହାତୀ ସ୍ପିନର ୧୯୩୨ରେ ନଟ୍ଟିଂହାମଶାୟର ବିପକ୍ଷରେ ୧୦ ରନରେ ସମସ୍ତ ୧୦ ଉଇକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ଲ୍‌ିଷ୍ଟ-ଏ କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ଫିଗର୍‌ ଭାରତର ଶାହବାଜ ନଦୀମଙ୍କ ନାମରେ ରହିଛି। ୨୦୧୮/୧୯ ସିଜନରେ ଝାଡ଼ଖଣ୍ଡ ପକ୍ଷରୁ ଖେଳୁଥିବାବେଳେ ରାଜସ୍ଥାନ ବିପକ୍ଷରେ ୧୦ ରନରେ ୮ ଉଇକେଟ୍‌ ଦଖଲ କରିଥିଲେ। ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ ଫିଗର୍‌ ଏବେ ଏକରମ୍ୟାନଙ୍କ ନାମରେ ଲିପିବଦ୍ଧ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?