Posted inଖେଳ

ଏକମାତ୍ର ଟେଷ୍ଟ: ଦୃଢ଼ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୮।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆଫଗାନିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ଅଗ୍ରଣୀ ହାସଲ କରିବା ସହ ସ୍ଥିତି ଦୃଢ କରିଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ୧୧୭ ଓଭରରେ ୩୪୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ୭୦.୫ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଆଫଗାନିସ୍ତାନ ୧୩୭ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଫଗାନିସ୍ତାନ ଶନିବାର ତୃତୀୟ ଦିବସ ଖେଳ ଶେଷସୁଦ୍ଧା ୮୩.୪ ଓଭରରେ ୮ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକିଥିବା ବେଳେ ୨ ଉଇକେଟ ବାକି ରଖି ୩୭୪ ରନର ଅଗ୍ରଣୀ ହାସଲ କରିଛି। କ୍ୟାରିୟର ତୃତୀୟ ଟେଷ୍ଟ ଖେଳୁଥିବା ଆଫଗାନିସ୍ତାନ ବିଜୟୀ ହେଲେ ଇତିହାସ ସୃଷ୍ଟି କରିବ। ଷ୍ଟମ୍ପ ଅପସାରଣ ବେଳକୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଅଫସର ଜଜାଇ ୩୪ ଓ ୟାମିନ ଅହମ୍ମଦଜାଇ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଟେଷ୍ଟ ପଦାର୍ପଣ କରିଥିବା ଓପନର ଇବ୍ରାହିମ ଜଡ୍ରାନ ୮୭ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସେହିପରି ଅସଘର ଆଫଗାନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଧିନାୟକ ରସିଦ ଖାଁ ୨୪, କ୍ୱାଇସ୍‌ ଅହମ୍ମଦ ୧୪ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସ୍ପିନର ତଥା ଅଧିନାୟକ ସାକିବ ଅଲ ହାସନ ୩, ତାଇଜୁଲ ଇସ୍‌ଲାମ ଓ ନଇମ ହାସନ ୨ଟି ଲେଖାଏ, ମେହିଦି ହାସନ ମିରାଜ ଗୋଟିଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୯୪/୮ରୁ ଖେଳ ଆରମ୍ଭ କରି ବାଂଲାଦେଶ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ମୋସାଡେକ ହୋସେନ ୪୪ରୁ ଖେଳ ଆରମ୍ଭ କରି ୪୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଓଭରନାଇଟ ସ୍କୋର ୧୪ରୁ ଖେଳ ଆରମ୍ଭ କରି ତାଇଜୁଲ ଇସ୍‌ଲାମ ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଆଉଟ ହୋଇଥିଲେ। ଶେଷରେ ନଇମ ହାସନ ୭ ରନ କରି ଆରଟ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରସିଦ ଖାଁ ସର୍ବାଧିକ ୫, ମହମ୍ମଦ ନବୀ ୩, ୟାମିନ ଅହମ୍ମଦଜାଇ ଓ କ୍ୱାଇସ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୧୧୭ ଓଭରରେ ୩୪୨ ଅଲ୍‌ଆଉଟ।
ବାଂଲାଦେଶ ପ୍ରଥମ ଇନିଂସ- ୭୦.୫ ଓଭରରେ ୨୦୫ ଅଲଆଉଟ
(ମୋମିନୁଲ ହକ- ୫୨, ଲିଟନ ଦାସ-୩୩, ମୋସାଡେକ ହୋସେନ- ୪୮*, ରସିଦ ଖାଁ- ୫/୫୫, ମହମ୍ମଦ ନବୀ- ୩/୫୬)।
ଆଫଗାନିସ୍ତାନ ଦ୍ୱିତୀୟ ଇନିଂସ- ୮୩.୪ ଓଭରରେ ୨୩୭/୮
(ଇବ୍ରାହିମ ଜଡ୍ରାନ- ୮୭, ଅସଘର ଆଫଗାନ- ୫୦, ଅଫସର ଜଜାଇ- ୩୪*, ରସିଦ ଖାଁ- ୨୪, ସାକିବ ଅଲ ହାସନ- ୩/୫୩, ତାଇଜୁଲ ଇସ୍‌ଲାମ- ୨/୬୮, ନଇମ ହାସନ- ୨/୬୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri