Posted inଖେଳ

ଏକମାତ୍ର ଟେଷ୍ଟରେ ବାଂଲାଦେଶ ବିଜୟୀ

ଢାକା, ୨୫।୨ (ଏଏଫ୍‌ପି)- ଅଫ୍‌-ସ୍ପିନର ନଇମ୍‌ ହାସାନଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଏକ ଇନିଂସ ଓ ୧୦୬ ରନର ବୃହତ୍‌ ବ୍ୟବଧାନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ସ୍ଥାନୀୟ ଶେର୍‌ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ମଙ୍ଗଳବାର ୪ର୍ଥ ଦିବସରେ ସମାପ୍ତ ହୋଇଯାଇଛି। ୨୯୫ ରନ ପଛରେ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭ୍ରମଣକାରୀ ଜିମ୍ବାଓ୍ବେ ଦଳ ମାତ୍ର ୧୮୯ ରନରେ ସୀମିତ ରହିଥିଲା। ଅଧିନାୟକ କ୍ରେଗ ଇର୍ଭିନ (୪୩), ସିକନ୍ଦର ରାଜା (୩୭), ତିମେସେନ ମାରୁମା (୪୧) ଓ ବ୍ରେଣ୍ଡନ ଟେଲର (୧୭)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବ୍ୟାଟ୍ସମ୍ୟାନ ସଫଳ ହୋଇପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ନଇମ ୫ ଓ ତାଇଜୁଲ ଇସଲାମ ୪ ଉଇକେଟ୍‌ ନେଇଥିଲେ। ଫଳରେ ପ୍ରଥମ ଇନିଂସରେ ୪ ଉଇକେଟ୍‌ ନେଇଥିବା ନଇମ ମ୍ୟାଚ୍‌ରେ ମୋଟ୍‌ ୯ ଉଇକେଟ୍‌ ସଫଳତା ପାଇଛନ୍ତି। ଅଧିନାୟକ ଭାବେ ମୋମିନୁଲ ହକ ପ୍ରଥମ ଟେଷ୍ଟ ବିଜୟ ସ୍ବାଦ ଚାଖିଛନ୍ତି।
ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ ଇନିଂସରେ ଇର୍ଭିନ (୧୦୭)ଙ୍କ ଶତକ ବଳରେ ୨୬୫ ରନ କରିଥିଲା। ଜବାବରେ ବାଂଲାଦେଶ ଉଇକେଟ୍‌କିପର ମୁସଫିକର ରହିମ (୨୦୩)ଙ୍କ ଅପରାଜିତ ଦ୍ୱିଶତକ ଓ ଅଧିନାୟକ ମୋମିନୁଲ ହକ୍‌ (୧୩୨)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୬ ଉଇକେଟ୍‌ ବିନିମୟରେ ୫୬୦ ରନ କରି ଇନିଂସ ଘୋଷଣା କରିଥିଲା। ଦ୍ୱିଶତକୀୟ ଇନିଂସ ଲାଗି ମୁସଫିକର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ମାର୍ଚ୍ଚ ୧ରୁ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri