ଏକଦା ଏହି ହିରୋଙ୍କୁ ପିଟିପିଟି ମାରି ଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଅର କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ ଅଜୟ ଆରମ୍ଭରୁ ଷ୍ଟଣ୍ଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ କଲେଜ ଦିନରେ ଅନେକ ଲୋକଙ୍କୁ ମାରିଛନ୍ତି ଏବଂ ଅନେକ ଲୋକଙ୍କଠାରୁ ମାଡ ମଧ୍ୟ ଖାଇଛନ୍ତି। ହେଲେ ଏକଦା ଅଜୟଙ୍କୁ ୨୫-୩୦ ଜଣ ଲୋକେ ମାରିବାକୁ ଆସିଥିଲେ। ଏହି କଥା ସେ ନିଜେ ଶୋ’ ‘ୟାଦୋଁ କି ବାରାତ’ ରେ କହିଥିଲେ।
ସେ କହିଥିଲେ, ଜଣେ ଅଭିନେତା ହେବା ପୂର୍ବରୁ ମୋର ଅନେକ ଲୋକଙ୍କ ସହ ଝଗଡା ହୋଇଥିଲା। ଅନେକ ଲୋକଙ୍କୁ ମାଡ଼ ମାରିଛି ଅନେକ ଲୋକଙ୍କଠାରୁ ମାଡ଼ ଖାଇଛି। ଥରେ ୨୦-୨୫ ଲୋକ ଏକାଠି ମାରିବାକୁ ଆସିଥିଲେ। ସେହି ସମୟରେ ଅଜୟଙ୍କ ସହ ଶୋ’ର ହୋଷ୍ଟ ସାଜିଦ ଖାନ ମଧ୍ୟ ଉପସ୍ଥିତ ଥିଲେ।
ସାଜିଦ କହିଛନ୍ତି, ଅଜୟଙ୍କର ଏକ ଧଳା ଜିପ ଥିଲା ଯେଉଁଥିରେ ଆମେ ସମସ୍ତେ ବୁଲୁଥିଲୁ । ହଲିଡେ ହୋଟେଲ ନିକଟରେ ଏକ ସଂକୀର୍ଣ୍ଣ ରାସ୍ତା ଥିଲା। ଆମେ ଜିପ୍‌ ନେଇ ଯାଉଥିଲୁ, ସେତେବେଳେ ଆମ ଜିପ୍‌ ସାମ୍ନାକୁ ଏକ ପିଲା ଦୌଡିକି ପଳେଇ ଆସଥିଲା। ଅଜୟ ହଠାତ୍‌ ବ୍ରେକ୍‌ ମାରିଲେ। ସୌଭାଗ୍ୟବସତଃ ପିଲାଟିର କିଛି ହୋଇ ନ ଥିଲା। ମାତ୍ର ପିଲାଟି ଭୟରେ କାନ୍ଦିବାକୁ ଲାଗିଲା। ଏଥିରେ ବହୁତ ଲୋକ ଆସିଲେ। ଅମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲୁ। ମାତ୍ର ସେମାନେ ଆମ କଥା ଶୁଣିଲେନି। ଆମକୁ କହିଲେ ବଡ଼ ଘର ପିଲା ବୋଲି ଦୃତଗତିରେ ଗାଡ଼ି ଚଲାଇବ। ପରେ ସେମାନେ ଆମକୁ ମାରିବାକୁ ଲାଗିଲେ ବୋଲି ଦୁହେଁ କହିଥିଲେ। ଏହି ଖବର ଅଜୟଙ୍କ ବାପା ଜାଣିବା ପରେ ସେ ତାଙ୍କୁ ବଞ୍ଚାଇବାକୁ ୧୫୦ ଜଣ ବ୍ୟକ୍ତିଙ୍କୁ ଧରି ପହଞ୍ଚିଥିଲେ। ସେଠାରେ ସେ ଅଜୟ, ସାଜିଦ୍‌ ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ବଞ୍ଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri