ଦାରୁକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦାବି

ଖୋର୍ଦ୍ଧା ଅଫିସ,୧୬।୭: ଖୋର୍ଦ୍ଧାଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଧିମାଛଗାଡ଼ିଆ ଗ୍ରାମ। ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ଏହି ଗ୍ରାମ ପରିଚିତ। ୧୯୯୬ ନବକଳେବରରେ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ନିମନ୍ତେ ଏହି କ୍ଷେତ୍ରରୁ ଦାରୁ ଚିହ୍ନଟ ହୋଇଥିବାରୁ ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଏଠାରେ ପତିତପାବନ ପୂଜା ପାଉଛନ୍ତି। ସବୁଜିମାଭରା ପରିବେଶ ମଧ୍ୟରେ ଏହି କ୍ଷେତ୍ରରେ ଆଧ୍ୟାତ୍ମିକ ବାତାବରଣ ରହିଛି। ବର୍ଷ ତମାମ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥା’ନ୍ତି। ଏଯାବତ୍‌ ସରକାରଙ୍କ ପକ୍ଷରୁ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିନାହିଁ। ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ବିକାଶ କରାଗଲେ ଏହି କ୍ଷେତ୍ରର ବିକାଶ ଘଟିବ। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।
ସୂଚନାଥାଉ କି, ଦଧିମାଛଗାଡିଆ ଗ୍ରାମର ପ୍ରସନ୍ନ ପଟ୍ଟନାୟକଙ୍କ ବାରିପଟ ବିଲରେ ଥିବା ଏକ ନିମ୍ବଗଛକୁ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ଦାରୁ ଚିହ୍ନଟ କରିଥିଲେ। ଏନେଇ ମାନସ ରଞ୍ଜନ ପଟ୍ଟନାୟକ (ପ୍ରସନ୍ନଙ୍କ ବଡ଼ ପୁଅ) କୁହନ୍ତି, ୧୯୯୬ ମେ’ ୪ରେ ୨୧ଜଣ ଦଇତାଙ୍କ ସହ ବିଦ୍ୟାପତି, ବିଶ୍ୱାବସୁ, ବିଶ୍ୱକର୍ମା, ଚଡ଼ଉକରଣ, ଦେଉଳକରଣ, ରାଜ ପୁରୋହିତ ଗ୍ରାମରେ ପହଞ୍ଚିଥିଲେ। ଦାରୁବୃକ୍ଷ ନିକଟରେ ଯଜ୍ଞମଣ୍ଡପ, ଶବରପଲ୍ଲୀ ପ୍ରସ୍ତୁତ କରାଯାଇଥିଲା। ୫ରେ ପୂଜାବିଧି ଆରମ୍ଭ ହୋଇଥିଲା। ୮ରେ ବନଯାଗଯଜ୍ଞ ଓ ୯ ତାରିଖରେ ପୂର୍ଣ୍ଣାହୁତିି ହୋଇଥିଲା। ଅପରାହ୍ନ ୨ଟାରେ ସୁନା ଓ ରୁପା କୁରାଢ଼ିରେ ଦାରୁଛେଦନ ଆରମ୍ଭ ହୋଇଥିଲା। ମେ’ ୧୨ରେ ଦାରୁ ଚଉପଟ କରାଯାଇ ଏକ ଶଗଡ଼ିିରେ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଦାରୁଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଦାରୁ ପ୍ରସ୍ଥାନ ପରେ ବି ଭକ୍ତଙ୍କ ଆଗମନ ସୁଅ ଛୁଟିଥିଲା। ପରବର୍ତ୍ତୀ ସମୟରେ ଏହି ସ୍ଥାନ କଣ୍ଟାଘାସ ପୂର୍ଣ୍ଣ ହୋଇଯାଇଥିଲା। ଜଣେ ବୃଦ୍ଧ ସନ୍ନ୍ୟାସୀ ଆସି ଏହି ସ୍ଥାନକୁ ପରିଷ୍କାର କରିଥିଲେ। ଏହି ଜାଗାରେ ଏକାଦଶୀ ଦିନ ଖେଚୁଡି ଭୋଗ ଅର୍ପଣ ଲାଗି ମା’ଙ୍କୁ ସ୍ବପ୍ନାଦେଶ ଏବଂ ମନ୍ଦିର ନିର୍ମାଣ ଲାଗି ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ପରେ ମନ୍ଦିର ନିର୍ମାଣ ପାଇଁ ଶ୍ରୀମନ୍ଦିର ମୁକ୍ତିମଣ୍ଡପରୁ ଅନୁମତି ଆଣିଥିଲେ। ଏ ସମ୍ପର୍କରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରାଯାଇଥିଲା। ରାମେଶ୍ୱରରୁ କାରିଗର ଆସି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୯ରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଠାକୁରଙ୍କ ସେବାନୀତି ପାଇଁ ଜମିବାଡି, ମନ୍ଦିର ବେଢାରେ ତୁଳସୀ ଉଦ୍ୟାନ, ଯଜ୍ଞଶାଳା, ରୋଷଘର ନିର୍ମାଣ କରାଯାଇଛି। ଏଥିସହ ମନ୍ଦିର ଚତୁଃପାର୍ଶ୍ୱରେ ରଘୁନାଥ, ହନୁମାନ, ମା’ଲକ୍ଷ୍ମୀ, ବିମଳା, ଲକ୍ଷ୍ମୀନୃସିଂହଙ୍କ ସମେତ ଅନ୍ୟ ଠାକୁର ପୂଜା ପାଉଛନ୍ତି। ଶ୍ରୀକ୍ଷେତ୍ର ଭଳି ଏଠାରେ ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ। ରଥଯାତ୍ରା ମଧ୍ୟ ଆଡ଼ମ୍ବରରେ ପାଳିତ ହୋଇଥାଏ। ମନ୍ଦିର ପରିଚାଳନା ନିମନ୍ତେ ଶ୍ରୀଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ଗଠନ କରାଯାଇଛି। ଗ୍ରାମବାସୀ ଏବଂ ମନ୍ଦିର ପରିଚାଳନା କମିଟି ସହଯୋଗରେ ପର୍ବପର୍ବାଣି ପାଳନ ହୋଇଥାଏ। ଦାରୁ ଚିହ୍ନଟ ପରେ ଦଧିମାଛଗାଡିଆ ତୀର୍ଥକ୍ଷେତ୍ର ପାଲଟି ଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତିବର୍ଷ ଭକ୍ତଙ୍କ ଦ୍ୱାରା ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ, ପ୍ରବଚନ, ଭଜନ କୀର୍ତ୍ତନ ହୋଇଥାଏ ବୋଲି ମାନସଙ୍କ ସାନଭାଇ ନୃସିଂହ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri