ଦାରୁକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦାବି

ଖୋର୍ଦ୍ଧା ଅଫିସ,୧୬।୭: ଖୋର୍ଦ୍ଧାଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଧିମାଛଗାଡ଼ିଆ ଗ୍ରାମ। ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ଏହି ଗ୍ରାମ ପରିଚିତ। ୧୯୯୬ ନବକଳେବରରେ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ନିମନ୍ତେ ଏହି କ୍ଷେତ୍ରରୁ ଦାରୁ ଚିହ୍ନଟ ହୋଇଥିବାରୁ ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଏଠାରେ ପତିତପାବନ ପୂଜା ପାଉଛନ୍ତି। ସବୁଜିମାଭରା ପରିବେଶ ମଧ୍ୟରେ ଏହି କ୍ଷେତ୍ରରେ ଆଧ୍ୟାତ୍ମିକ ବାତାବରଣ ରହିଛି। ବର୍ଷ ତମାମ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥା’ନ୍ତି। ଏଯାବତ୍‌ ସରକାରଙ୍କ ପକ୍ଷରୁ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିନାହିଁ। ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ବିକାଶ କରାଗଲେ ଏହି କ୍ଷେତ୍ରର ବିକାଶ ଘଟିବ। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।
ସୂଚନାଥାଉ କି, ଦଧିମାଛଗାଡିଆ ଗ୍ରାମର ପ୍ରସନ୍ନ ପଟ୍ଟନାୟକଙ୍କ ବାରିପଟ ବିଲରେ ଥିବା ଏକ ନିମ୍ବଗଛକୁ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ଦାରୁ ଚିହ୍ନଟ କରିଥିଲେ। ଏନେଇ ମାନସ ରଞ୍ଜନ ପଟ୍ଟନାୟକ (ପ୍ରସନ୍ନଙ୍କ ବଡ଼ ପୁଅ) କୁହନ୍ତି, ୧୯୯୬ ମେ’ ୪ରେ ୨୧ଜଣ ଦଇତାଙ୍କ ସହ ବିଦ୍ୟାପତି, ବିଶ୍ୱାବସୁ, ବିଶ୍ୱକର୍ମା, ଚଡ଼ଉକରଣ, ଦେଉଳକରଣ, ରାଜ ପୁରୋହିତ ଗ୍ରାମରେ ପହଞ୍ଚିଥିଲେ। ଦାରୁବୃକ୍ଷ ନିକଟରେ ଯଜ୍ଞମଣ୍ଡପ, ଶବରପଲ୍ଲୀ ପ୍ରସ୍ତୁତ କରାଯାଇଥିଲା। ୫ରେ ପୂଜାବିଧି ଆରମ୍ଭ ହୋଇଥିଲା। ୮ରେ ବନଯାଗଯଜ୍ଞ ଓ ୯ ତାରିଖରେ ପୂର୍ଣ୍ଣାହୁତିି ହୋଇଥିଲା। ଅପରାହ୍ନ ୨ଟାରେ ସୁନା ଓ ରୁପା କୁରାଢ଼ିରେ ଦାରୁଛେଦନ ଆରମ୍ଭ ହୋଇଥିଲା। ମେ’ ୧୨ରେ ଦାରୁ ଚଉପଟ କରାଯାଇ ଏକ ଶଗଡ଼ିିରେ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଦାରୁଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଦାରୁ ପ୍ରସ୍ଥାନ ପରେ ବି ଭକ୍ତଙ୍କ ଆଗମନ ସୁଅ ଛୁଟିଥିଲା। ପରବର୍ତ୍ତୀ ସମୟରେ ଏହି ସ୍ଥାନ କଣ୍ଟାଘାସ ପୂର୍ଣ୍ଣ ହୋଇଯାଇଥିଲା। ଜଣେ ବୃଦ୍ଧ ସନ୍ନ୍ୟାସୀ ଆସି ଏହି ସ୍ଥାନକୁ ପରିଷ୍କାର କରିଥିଲେ। ଏହି ଜାଗାରେ ଏକାଦଶୀ ଦିନ ଖେଚୁଡି ଭୋଗ ଅର୍ପଣ ଲାଗି ମା’ଙ୍କୁ ସ୍ବପ୍ନାଦେଶ ଏବଂ ମନ୍ଦିର ନିର୍ମାଣ ଲାଗି ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ପରେ ମନ୍ଦିର ନିର୍ମାଣ ପାଇଁ ଶ୍ରୀମନ୍ଦିର ମୁକ୍ତିମଣ୍ଡପରୁ ଅନୁମତି ଆଣିଥିଲେ। ଏ ସମ୍ପର୍କରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରାଯାଇଥିଲା। ରାମେଶ୍ୱରରୁ କାରିଗର ଆସି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୯ରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଠାକୁରଙ୍କ ସେବାନୀତି ପାଇଁ ଜମିବାଡି, ମନ୍ଦିର ବେଢାରେ ତୁଳସୀ ଉଦ୍ୟାନ, ଯଜ୍ଞଶାଳା, ରୋଷଘର ନିର୍ମାଣ କରାଯାଇଛି। ଏଥିସହ ମନ୍ଦିର ଚତୁଃପାର୍ଶ୍ୱରେ ରଘୁନାଥ, ହନୁମାନ, ମା’ଲକ୍ଷ୍ମୀ, ବିମଳା, ଲକ୍ଷ୍ମୀନୃସିଂହଙ୍କ ସମେତ ଅନ୍ୟ ଠାକୁର ପୂଜା ପାଉଛନ୍ତି। ଶ୍ରୀକ୍ଷେତ୍ର ଭଳି ଏଠାରେ ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ। ରଥଯାତ୍ରା ମଧ୍ୟ ଆଡ଼ମ୍ବରରେ ପାଳିତ ହୋଇଥାଏ। ମନ୍ଦିର ପରିଚାଳନା ନିମନ୍ତେ ଶ୍ରୀଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ଗଠନ କରାଯାଇଛି। ଗ୍ରାମବାସୀ ଏବଂ ମନ୍ଦିର ପରିଚାଳନା କମିଟି ସହଯୋଗରେ ପର୍ବପର୍ବାଣି ପାଳନ ହୋଇଥାଏ। ଦାରୁ ଚିହ୍ନଟ ପରେ ଦଧିମାଛଗାଡିଆ ତୀର୍ଥକ୍ଷେତ୍ର ପାଲଟି ଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତିବର୍ଷ ଭକ୍ତଙ୍କ ଦ୍ୱାରା ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ, ପ୍ରବଚନ, ଭଜନ କୀର୍ତ୍ତନ ହୋଇଥାଏ ବୋଲି ମାନସଙ୍କ ସାନଭାଇ ନୃସିଂହ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?