Posted inଖେଳ

ଏଏଆଇ ଉପରୁ ସସ୍‌ପେଣ୍ଡ ଆଦେଶ ଉଠି ପାରିବ

ନୂଆଦିଲ୍ଲୀ,୧୦ା୮ (ପି.ଟି.):  ଭାରତୀୟ ତୀରନ୍ଦାଜୀ ଆସୋସିଏଶନ (ଏଏଆଇ) ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ହୋଇପାରିବ। ଏଥିପାଇଁ ବିଶ୍ୱ ତୀରନ୍ଦାଜୀ ମହାସଂଘ (ଡବ୍ଲ୍ୟୁଏଏଫ୍‌) ତରଫରୁ ଏକ ସର୍ତ୍ତାରୋପ କରାଯାଇଛି। ଚଳିତମାସ ଶେଷ ସୁଦ୍ଧା ଆସୋସିଏଶନକୁ ଏକ ସ୍ପଷ୍ଟ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିବାକୁ ପଡ଼ିବ। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଡବ୍ଲ୍ୟୁଏଏଫ୍‌ ଏହା ପ୍ରକାଶ କରିଛି। ସାନି ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଆସୋସିଏଶନର କାର୍ଯ୍ୟ ଦେଖା ଚାହାଁ କରିବା ଲାଗି ଏକ ଅସ୍ଥାୟୀ କମିଟି ଗଠନ ଲାଗି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ଜଷ୍ଟିସ ଏସ୍‌, ମୁରଲୀଧର ଓ ନାଜ୍‌ମି ଓ୍ବାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାୟୀ କମିଟି ଅଗଷ୍ଟ ୨୩ ସୁଦ୍ଧା ଗଠନ ହେବ। ଏହାର ପ୍ରଥମ ବୈଠକ ଅଗଷ୍ଟ ୨୪ରେ ବସିବ। ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ବି. ଡି ଅହମ୍ମଦ କମିଟିର ଅଧ୍ୟକ୍ଷ ରହିବେ। ଏଥିରେ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ ଅଲିମ୍ପିକ ଆସୋସିଏଶନ ଏବଂ ଏଏଆଇର ଦୁଇଗୋଷ୍ଠୀରୁ ଜଣେ ଲେଖାଏଁ ସଦସ୍ୟ ସ୍ଥାନ ପାଇବେ। ଡବ୍ଲ୍ୟୁଏଏଫ୍‌ ସେକ୍ରେଟାରୀ ଜେନେରାଲ ଟମ୍‌ ଡିଲେନ୍‌ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟାଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ଅସ୍ଥାୟୀ କମିଟିକୁ ତୁରନ୍ତ ଗଠନ କରିବା ଲାଗି କୁହାଯାଇଛି। କମିଟିରେ ଆଇଓଏରୁ ମେହେଟାଙ୍କୁ, କ୍ରୀଡ଼ା ମନ୍ତ୍ରଣାଳୟରୁ ଆର. ରାଜଗୋପାଳ ଏବଂ ଏଏଆଇର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀରୁ ବି.ଭି.ପି. ରାଓ ଏବଂ ବୀରେନ୍ଦ୍ର ସଚଦେବାଙ୍କୁ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଅସ୍ଥାୟୀ କବିଟି ଉଭୟ ଭାରତୀୟ କ୍ରୀଡ଼ା ଆଚରଣ ବିଧି ଏବଂ ବିଶ୍ୱ ତୀରନ୍ଦାଜୀ ସମ୍ବିଧାନକୁ ଦୃଷ୍ଟିରେ ରଖି ଏକ ସମ୍ବିଧାନ ଗଠନ ସହ ନୂଆ କର୍ମକର୍ତ୍ତା ନିର୍ବାଚନ ପାଇଁ ଏକ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିବେ। ଏହି ‘ରୋଡ୍‌ ମ୍ୟାପ୍‌’ ବିଶ୍ୱ ଆର୍ଚେରୀ ମହାସଂଘ ଦ୍ୱାରା ଗୃହୀତ ହେବା ପରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରି ନିଆଯିବ ବୋଲି ଡିଲେନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri