ଏଇ ଭାରତରେ

ମାନବ ସେବା ହିଁ ମାଧବ ସେବା। ଏହାକୁ ନିଜ କାର୍ଯ୍ୟରେ ପ୍ରଦର୍ଶନ କରିଛନ୍ତି ଜଣେ ପୋଲିସ ଅଫିସର। ଶ୍ରାବଣରେ ଆରମ୍ଭ ହୋଇଯାଇଛି କାଉଡ଼ି ଯାତ୍ରା। ବିଶେଷ କରି ଉତ୍ତରପ୍ରଦେଶରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ଏମାନଙ୍କ ପାଇଁ ଖୋଲାଯାଇଥିବା ପ୍ରାକୃତିକ ଚିକିତ୍ସା ସେବା ଶିବିରର ଉଦ୍‌ଘାଟନ କରିବାକୁ ଶାମ୍‌ଲିର ଏସ୍‌ପି ଅଜୟ କୁମାରଙ୍କୁ ଡକାଯାଇଥିଲା। ସେ ସେଠାରେ ପହଞ୍ଚିବା ପରେ ଶିବିର ମଧ୍ୟରେ ଜଣେ କାଉଡିଆ ଅତ୍ୟନ୍ତ ଥକ୍କାହୋଇ ଶୋଇ ପଡ଼ିଥିବା ଦେଖି ଏସ୍‌ପି ନିଜ ହାତରେ କାଉଡିଆଙ୍କ ଗୋଡ ଚିପି ଦେଇଥିଲେ। ଜଣେ ପୋଲିସ ଅଫିସରଙ୍କ ଏହି କାର୍ଯ୍ୟକୁ ସଂକୀର୍ଣ୍ଣ ଦୃଷ୍ଟିରେ ଦେଖିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ତାଙ୍କ ମତରେ ମାନବ ସେବା ହିଁ ପରମ ଧର୍ମ । ଏସ୍‌ପିଙ୍କ ଏହି କାମ ଏବେ ସବୁଠି ଆଲୋଚନାର ବିଷୟ ପାଲଟିଥିବାବେଳେ ସେ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।