ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ ଓ୍ବାରି’ ଯାତ୍ରା କରିଥିଲେ। ପ୍ରେମ ସଚିନ ନିଫାଡେ ନାମକ ଏହି ବାଳକଙ୍କ ମାତାପିତା ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହା ନାଶିକ ସାଇକ୍ଲିଷ୍ଟ ଫାଉଣ୍ଡେଶନ୍‌ ଦ୍ୱାରା ଆୟୋଜିତ ହୋଇଥିଲା। ନାଶିକଠାରୁ ପଣ୍ଢରପୁରକୁ ତୀର୍ଥଯାତ୍ରା ପାଇଁ ପାଦରେ ଚାଲିଚାଲି ଯିବାକୁ ହୋଇଥାଏ। ଏହା ଏକ ପବିତ୍ର ସ୍ଥାନ। ଏଠାରେ ଭଗବାନ ବିଠୋବାଙ୍କ ପୀଠ ରହିଛି। କିନ୍ତୁ ବିଗତ ୮ବର୍ଷ ହେଲା ନାଶିକ ସାଇକ୍ଲିଷ୍ଟ ଫାଉଣ୍ଡେଶନ୍‌ (ଏନ୍‌ସିଏଫ୍‌) ଦ୍ୱାରା ସେଠାକୁ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ଅନ୍ୟମାନଙ୍କ ସହ ଏହି ୮ବର୍ଷର ବାଳକ ଖୁସିରେ ସାଇକେଲ ଯାତ୍ରା କରୁଥିଲେ। ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆଉ କିଛି ବାଟ ବାକି ଥିବାବେଳେ ନାଶିକ-ପୁଣେ ହାଇଓ୍ବେ ଉପରେ ଏକ ଟ୍ରକ୍‌ ଧକ୍କାରେ ବାଳକଙ୍କ ଜୀବନଦୀପ ଲିଭିଯାଇଛି। ଦୁର୍ଘଟଣା ପରେ ଅଧିକାଂଶ ତୀର୍ଥଯାତ୍ରୀ ଘରକୁ ଫେରିଯାଇଛନ୍ତି।