ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ଲାଗି ବର୍ଷାପାଣି ବ୍ୟବହାରର ଆବଶ୍ୟକତା ଏବେ ଅନୁଭବ କରାଗଲାଣି। ଏଥିପାଇଁ ବର୍ଷାଜଳ ସଂରକ୍ଷଣ ଓ ତାହାର ବ୍ୟବହାର ସମ୍ପର୍କରେ ବହୁ ବ୍ୟକ୍ତି ଓ କମ୍ପାନୀ ଚେଷ୍ଟା କରୁଛନ୍ତି। ତେବେ ଗୁଜରାଟ ସୁରଟର ଯୁବକ ରାହୁଲ କାଚା ବର୍ଷାପାଣି ସଂରକ୍ଷଣ କରିବା ସହ ତାହାକୁ ପାନୀୟଯୋଗ୍ୟ କରି ସେଥିରୁ ଆୟ କରିପାରୁଛନ୍ତି। ବର୍ଷାପାଣି ଅମୃତ ବୋଲି ପ୍ରମାଣ କରିଦେଇଛନ୍ତି। ରାହୁଲ ୨୦୨୧ରେ ଏହାର ବ୍ୟବହାର ସମ୍ପର୍କରେ ବିଚାର କରି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ବର୍ଷାପାଣିକୁ ଗଚ୍ଛିତ କରି ତାହାକୁ ଫିଲ୍‌ଟର କରୁଛନ୍ତି ଓ ବୋତଲରେ ଭର୍ତ୍ତି କରି ୧୫୦ ଜଣ ଲୋକଙ୍କୁ ଦେଉଛନ୍ତି। ସେ ଯେଉଁ ପ୍ରଣାଳୀରେ ବର୍ଷାଜଳକୁ ପାନୀୟଯୋଗ୍ୟ କରିପାରୁଛନ୍ତି, ସେ ସମ୍ପର୍କିତ ଜ୍ଞାନକୌଶଳ ଅନ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି । ପ୍ରାରମ୍ଭରେ ଏହି କାର୍ଯ୍ୟ ସହଜ ନ ଥିଲା। ଏହା ମଧ୍ୟ ବ୍ୟୟବହୁଳ ଥିଲା। ସେଥିପାଇଁ ରାହୁଲ ତାଙ୍କ ଟେକ୍ନୋଲୋଜି ସମ୍ପର୍କରେ ଅନେକ ଲୋକଙ୍କୁ ଜଣାଇବା ପରେ ସେମାନେ ଆର୍ଥିକ ସହଯୋଗ କରିଥିଲେ। ଏବେ ସେ ୨ ଲକ୍ଷ ଲିଟରର ଷ୍ଟୋରେଜ ଟାଙ୍କି ଓ ୧ ଲକ୍ଷ ଲିଟରର ଟାଙ୍କି ନିର୍ମାଣ କରିଛନ୍ତି। ଏଥିରେ ମୋଟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଏତିକି ନୁହେଁ,ରାହୁଲ ବର୍ଷା ପାଣି ଉପରେ ଲୋକଙ୍କୁ ସଚେତନ କରୁଛନ୍ତି। ଏବେ ସେ ତାଙ୍କ ଘର ଆଖପାଖରେ ଥିବା ୧୫୦ ଘରକୁ ବର୍ଷାପାଣି ପିଇବା ଲାଗି ଯୋଗାଇ ଦେଉଛନ୍ତି। ବର୍ଷାଜଳ ସଂରକ୍ଷଣରେ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri