ଏଇ ଭାରତରେ

ପିଲାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ, ତୁମେ ବଡ଼ ହେଲେ କ’ଣ ହେବାକୁ ଚାହଁୁଛ, ସେମାନେ ଡାକ୍ତର, ଇଞ୍ଜିନିୟର, ପାଇଲଟ କିମ୍ବା ଲୟର ହେବେ ବୋଲି ଉତ୍ତର ଦେଇଥାନ୍ତି। କେହି କେବେ କୃଷକ ହେବାକୁ କହନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ହେଉଛନ୍ତି ଆଗ୍ରାର ଦୁଇ ଭାଇ ଆୟୁଷ ଓ ରିଷଭ ଗୁପ୍ତା। ଆୟୁଷ(୨୫) ଲଣ୍ଡନରେ ଓ ରିଷଭ(୨୭) ଦୁବାଇରେ ଏମ୍‌ବିଏ କରୁଥିଲେ। କୋଭିଡ୍‌ ସମୟରେ ୨୦୨୦ରେ ଘରକୁ ଫେରିବା ପରେ ଆଉ ପଢ଼ିବା ଲାଗି ବିଦେଶ ନ ଯାଇ ଚାଷ କରିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ। ୨୦୨୦ର ଶେଷ ଭାଗରେ ସେମାନେ ଫାର୍ମ ପ୍ରତିଷ୍ଠା କରିଥିଲେ। ପ୍ରଥମେ ପରିବା ଚାଷ କରିବା ପରେ ୨୦୨୨ରେ ଛତୁଚାଷ ଆରମ୍ଭ କରିଥିଲେ। ଏଥିପାଇର୍ଁ ସେମାନେ ସରକାରଙ୍କଠାରୁ ଲୋନ କରିଥିଲେ। ଏବେ ସେମାନେ ୩ ଏକର ଜମିରେ ଅର୍ଗାନିକ ପଲିହାଉସ କରି ୧୬ ପ୍ରକାର ପରିବା ଓ ଛତୁଚାଷ କରୁଛନ୍ତି। ୧ ଏକରରେ କାକୁଡ଼ି ଓ ଟମାଟୋ ଚାଷ କରାଯାଉଥିବାବେଳେ ୨ ଏକରରେ ଛତୁଚାଷ ହେଉଛି। ପ୍ରତିଦିନ ସେମାନେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦ ବିକ୍ରି କରୁଛନ୍ତି। ପ୍ରତି ମାସରେ ୪୦ ଟନ ପରିବା ଓ ୪୦ ଟନ ଛତୁ ବିକ୍ରି କରି ବାର୍ଷିକ ୭.୫ କୋଟି ଟଙ୍କା ପାଉଛନ୍ତି। ଗୁପ୍ତା ଅର୍ଗାନିକ ଫାର୍ମସ୍‌ ଓ ଏ-୩ ମସ୍‌ରୁମ୍‌ ଫାର୍ମସ୍‌ ବ୍ରାଣ୍ଡ୍‌ରେ ଏହିସବୁ ଉପତ୍ାଦ ବିକ୍ରି କରାଯାଉଛି।