ଏଇ ଭାରତରେ

ବୃନ୍ଦାବନରେ ବିଧବାମାନଙ୍କୁ ରହିବା, ଖାଇବା ଓ ଚିକିତ୍ସା କ୍ଷେତ୍ରରେ ଲକ୍ଷ୍ମୀ ଗୌତମଙ୍କ ପଚେଷ୍ଟା ପ୍ରଶଂସନୀୟ। ୬୦ ବର୍ଷୀୟା ଲକ୍ଷ୍ମୀ ବୃନ୍ଦାବନର ରାସ୍ତାକଡ଼ରେ ରହୁଥିବା ଅନେକ ଅସହାୟ ବିଧବାଙ୍କୁ ଉଦ୍ଧାର କରି ସେମାନଙ୍କୁ ଆଶ୍ରୟ ଦେଇଛନ୍ତି। ସେମାନଙ୍କର ଖାଇବା ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। କେବଳ ଏତିକି ନୁହେଁ, ଅସହାୟ ଅବସ୍ଥାରେ ପ୍ରାଣତ୍ୟାଗ କରୁଥିବା ଏହି ମହିଳାମାନଙ୍କର ଶେଷକୃତ୍ୟ ମଧ୍ୟ ସେ ସମ୍ପନ୍ନ କରନ୍ତି। ଏବେ ସୁଦ୍ଧା ସେ ୧୦୦୦ରୁ ଅଧିକ ବିଧବାଙ୍କ ଅନ୍ତିମ ସଂସ୍କାର କରିସାରିଲେଣି। ଲକ୍ଷ୍ମୀ ପେସାରେ ଜଣେ ପ୍ରଫେସର। ସେ ବୃନ୍ଦାବନରେ କୌଣସି ମହିଳା ଅସହାୟ ଅବସ୍ଥାରେ ରହିଥିବାର ଫୋନ କଲ୍‌ ପାଇବା କ୍ଷଣି ତାଙ୍କ ପାଖରେ ପହଞ୍ଚି ଉଦ୍ଧାର କରିଥାନ୍ତି। ସେ ଏହିି କାର୍ଯ୍ୟ ‘କନକ ଧାରା’ ସଂସ୍ଥା ଦ୍ୱାରା ଚଳାଇଛନ୍ତି। ଏଥିପାଇଁ ବୃନ୍ଦାବନରେ ଲକ୍ଷ୍ମୀଙ୍କୁ ‘ଏଞ୍ଜଲ ଅଫ୍‌ ବୃନ୍ଦାବନ’ ବା ବୃନ୍ଦାବନର ଦେବଦୂତ ବୋଲି କହନ୍ତି।