ଏଇ ଭାରତରେ

ଭାରତରେ ବହୁ ସମୟରେ ଛୋଟ ଛୋଟ ଏନ୍‌ଜିଓଗୁଡ଼ିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ବିଫଳ ହୋଇଥାନ୍ତି। ଏଭଳି କେତେକ ଏନ୍‌ଜିଓକୁ ସହାୟତାର ହାତ ବଢ଼ାଇଛନ୍ତି ବେଙ୍ଗାଲୁରୁର ଅନୁଷ୍କା ଜୈନ। ଏସବୁ ଏନ୍‌ଜିଓ ନିକଟରେ ଲୋକଙ୍କ ଦାନ କିଭଳି ସହଜ ଓ ସରଳରେ ପହଞ୍ଚିପାରିବ ସେଥିପାଇଁ ସେ ଏକ ସଫଳ ଅଭିଯାନ ଚଳାଇଛନ୍ତି। ସେ ‘ଶେୟାର ଆଟ୍‌ ଡୋର ଷ୍ଟେପ୍‌’ ନାମକ ଏକ ସାମାଜିକ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଘରଗୁଡ଼ିକରୁ ପୋଷାକ, ଖେଳନା, ବହି ଏବଂ ପୁରୁଣା ଫ୍ରିଜ୍‌, ଓ୍ବାଶିଂ ମେଶିନ ଇତ୍ୟାଦି ସାମଗ୍ରୀ ସଂଗ୍ରହ କରି ସେଗୁଡ଼ିକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ଏନ୍‌ଜିଓ ନିକଟରେ ପହଞ୍ଚାଉଛନ୍ତି। ସେ ଏଥିପାଇଁ ଏକ େଓବ୍‌ସାଇଟ ଖୋଲିଛନ୍ତି ଓ ଏଥିରେ ସହରର ଲୋକମାନେ ଦାନ ଦେବାକୁ ଚାହଁୁଥିବା ଜିନିଷ ପଞ୍ଜୀକରଣ କରୁଛନ୍ତି। ପରେ ଅନୁଷ୍କା ସେଗୁଡ଼ିକୁ ସ୍ବେଚ୍ଛାସେବୀମାନଙ୍କ ମାଧ୍ୟମରେ ସକାଳୁ ଯାଇ ଆଣୁଛନ୍ତି। ଏବେସୁଦ୍ଧା ସେ ଦେଶର ୧୩୫ଟି ଏନ୍‌ଜିଓକୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିସାରିଲେଣି। ସେ ୧୦ ଲକ୍ଷରୁ ଊର୍ଦ୍ଧ୍ୱଦାନ ଗ୍ରହଣ କରିସାରିଛନ୍ତି। କେବଳ ବେଙ୍ଗାଲୁରୁ ନୁହେଁ ଭାରତର ଅନ୍ୟ କେତୋଟି ସହରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହିି ପ୍ରକ୍ରିୟାକୁ ବିଦେଶକୁ ସମ୍ପ୍ରସାରିତ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri