ଏଇ ଭାରତରେ

ଲୋକଙ୍କ ପାଖରେ ବିଜ୍ଞାନ ପହଞ୍ଚିଯାଉଛି ଗାଡ଼ିରେ। ଶୁଣିବାକୁ ଅଜବ ଲାଗୁଥିଲେ ବି ପଞ୍ଜାବର ଜଣେ ଶିକ୍ଷକଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପଟିଆଲାର ଅବସରପ୍ରାପ୍ତ ଶିକ୍ଷକ ଯଶବିନ୍ଦର ସିଂ ତାଙ୍କ କାରରେ ଏକ ଚଳନ୍ତି ବିଜ୍ଞାନାଗାର କରି ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଗଣିତର ବିଭିନ୍ନ ସୂତ୍ରଠାରୁ ଆରମ୍ଭ କରି ମହାକାଶ ଦୁନିଆର ସବୁକିଛି ପ୍ରଦର୍ଶନ କରୁଛନ୍ତି ଯଶବିନ୍ଦର। ସେ ଏହି ଅଭିଯାନର ନଁା ରଖିଛନ୍ତି ‘ଲାବ୍‌ ଅନ୍‌ ହ୍ବିଲ’ ଅର୍ଥାତ୍‌ ଗାଡ଼ିରେ ପରୀକ୍ଷାଗାର। ୧୧ ବର୍ଷ ହେଲା ଯଶବିନ୍ଦର ଏହି ଲାବ୍‌କୁ ନେଇ ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ କରୁଛନ୍ତି। ଏବେ ସୁଦ୍ଧା ସେ ୧୧ ରାଜ୍ୟରେ ତାଙ୍କ ଚଳନ୍ତି ବିଜ୍ଞାନାଗାରକୁ ପ୍ରଦର୍ଶନ କରିସାରିଲେଣି। ମୋଟ ୧୩୫୯ଟି ପ୍ରଦର୍ଶନୀ ଆୟୋଜନ କରିସାରିଛନ୍ତି। ଏହା ମାଧ୍ୟମରେ ସେ ପାଖାପାଖି ୭ ଲକ୍ଷ ଲୋକଙ୍କୁ ବିଜ୍ଞାନ ସହ ଯୋଡ଼ି ସାରିଲେଣି। ସେ ଏହି ଭ୍ରାମ୍ୟମାଣ ବା ଚଳନ୍ତି ପରୀକ୍ଷାଗାରକୁ ନିଜ ଖର୍ଚ୍ଚରେ ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ଶିକ୍ଷାରତ୍ନ ପୁରସ୍କାର ଏବଂ ପ୍ରାଇଡ୍‌ ଅଫ୍‌ ପଞ୍ଜାବ ସମ୍ମାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri