ଏଇ ଭାରତରେ

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁା ରହିଛି ଯେଉଁଠି ନିଶାଦ୍ରବ୍ୟ ସେବନ ପାଇଁ ବାରଣ କରାଯାଇଥାଏ । ଏହି ଗଁାର ନାମ ହେଉଛି ଟିକଲା। ଗଁାର ଜନସଂଖ୍ୟା ୧୬ ଶହରୁ ଅଧିକ। ଗାଁର ପିଲାଠାରୁ ବୁଢ଼ାଯାଏ କେହି କୌଣସି ନିଶାଦ୍ରବ୍ୟ ସେବନ କରନ୍ତିି ନାହିଁ। ଗଁାରେ କାହା ଘରକୁ ଅତିଥି ଆସିଲେ ସେମାନେ ମଧ୍ୟ ଧୂମପାନଠାରୁ ଦୂରେଇ ରୁହନ୍ତି। ଗଁାକୁ କେହି ଅଜଣା ଲୋକ ପ୍ରବେଶ କଲେ ମୁଖିଆମାନେ ସେମାନଙ୍କୁ ବିଡି, ସିଗାରେଟ୍‌, ପାନ, ଗୁଟ୍‌ଖା ଆଦି ବ୍ୟବହାର କରୁଛନ୍ତି କି ନାହିଁ ପ୍ରଶ୍ନ କରନ୍ତି। ଅତିଥି ଜଣକ ହଁ କହିଲେ, ତାଙ୍କୁ ଗଁାରୁ ତଡ଼ିଦିଆଯାଏ। ନା କହିଲେ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳେ। ଗଁାରେ ବାବା ଭଗବାନ ଦାସଙ୍କ ମନ୍ଦିର ଏବଂ ସମାଧି ଥିବାରୁ ଏଠାରେ ନିଶାଦ୍ରବ୍ୟକୁ ବାରଣ କରାଯାଏ। ବାବା ଭଗବାନ ଦାସ ପ୍ରଥମେ ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ଏପରି ସଂକଳ୍ପ ବର୍ତ୍ତମାନର ସମାଜ ପାଇଁ ଏକ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri