ଏଇ ଭାରତରେ

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁା ରହିଛି ଯେଉଁଠି ନିଶାଦ୍ରବ୍ୟ ସେବନ ପାଇଁ ବାରଣ କରାଯାଇଥାଏ । ଏହି ଗଁାର ନାମ ହେଉଛି ଟିକଲା। ଗଁାର ଜନସଂଖ୍ୟା ୧୬ ଶହରୁ ଅଧିକ। ଗାଁର ପିଲାଠାରୁ ବୁଢ଼ାଯାଏ କେହି କୌଣସି ନିଶାଦ୍ରବ୍ୟ ସେବନ କରନ୍ତିି ନାହିଁ। ଗଁାରେ କାହା ଘରକୁ ଅତିଥି ଆସିଲେ ସେମାନେ ମଧ୍ୟ ଧୂମପାନଠାରୁ ଦୂରେଇ ରୁହନ୍ତି। ଗଁାକୁ କେହି ଅଜଣା ଲୋକ ପ୍ରବେଶ କଲେ ମୁଖିଆମାନେ ସେମାନଙ୍କୁ ବିଡି, ସିଗାରେଟ୍‌, ପାନ, ଗୁଟ୍‌ଖା ଆଦି ବ୍ୟବହାର କରୁଛନ୍ତି କି ନାହିଁ ପ୍ରଶ୍ନ କରନ୍ତି। ଅତିଥି ଜଣକ ହଁ କହିଲେ, ତାଙ୍କୁ ଗଁାରୁ ତଡ଼ିଦିଆଯାଏ। ନା କହିଲେ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳେ। ଗଁାରେ ବାବା ଭଗବାନ ଦାସଙ୍କ ମନ୍ଦିର ଏବଂ ସମାଧି ଥିବାରୁ ଏଠାରେ ନିଶାଦ୍ରବ୍ୟକୁ ବାରଣ କରାଯାଏ। ବାବା ଭଗବାନ ଦାସ ପ୍ରଥମେ ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ଏପରି ସଂକଳ୍ପ ବର୍ତ୍ତମାନର ସମାଜ ପାଇଁ ଏକ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri