ଏଇ ଭାରତରେ

ଜୀବନର ମୋଡ଼ କେତେବେଳେ ବଦଳିଯାଏ ତାହା କହିବା କଷ୍ଟକର। ଏମିତି ଏକ ପରିବର୍ତ୍ତନ ଆସିଛି ବେଙ୍ଗାଲୁରୁର ଚାଷୀ ଅମିତ କିଷାନଙ୍କ ଜୀବନରେ। ସେ ବ୍ୟାଙ୍କ ଚାକିରି ଛାଡ଼ି କୃଷି କ୍ଷେତ୍ରରେ ପ୍ରବେଶ କରି ବର୍ଷକୁ ୨୧ କୋଟି ଟଙ୍କା ରୋଜଗାର କରିବା ସହ ୩୦୦୦ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଲୋକମାନଙ୍କୁ ଜୈବିକ ଖାଦ୍ୟ ଯୋଗାଇ ଦେବା ପାଇଁ ସେ ୨୦୧୯ରେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଦେଢ଼ କୋଟି ଟଙ୍କା ଋଣ ଆଣି ୬୫୦ ଏକର ବିଶିଷ୍ଟ ଫାର୍ମରେ ଏବେ ଚାଷ କରୁଛନ୍ତି। ଅମିତ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଜୈବିିକ ପଦ୍ଧତିରେ ଉପତ୍ାଦିତ ପନିପରିବା, ଡାଲି ଏବଂ ଦୁଗ୍ଧଜାତୀୟ ଖାଦ୍ୟ ଯୋଗାଉଛନ୍ତି। ଫସଲ ଉପତ୍ାଦନ କରିବାଠାରୁ ଆରମ୍ଭ କରି ଦୁଗ୍ଧଜାତୀୟ ଉପତ୍ାଦ ପ୍ରସ୍ତୁତ କରିବା କାର୍ଯ୍ୟରେ ସେ ୩୦୦୦ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ଫାର୍ମରେ ବିଭିନ୍ନ ପ୍ରଜାତିର ୭୦୦ ଦେଶୀ ଗାଈ ରଖିଛନ୍ତି। ଚାଷରେ କୌଣସ ପ୍ଲାଷ୍ଟିକ ବ୍ୟବହାର ହେଉନି, ଏପରି କି ଟ୍ରାକ୍ଟର ଦ୍ୱାରା ଚାଷ କରାଯାଉନାହିଁ। ଚାଷ କେବଳ ପାରମ୍ପରିକ ପଦ୍ଧତିରେ କରାଯାଉଛି । ସେ ମଧ୍ୟ ଫାର୍ମ ଟୁରିଜମ୍‌କୁ ପ୍ରୋତ୍ସାହିତ କରୁଛନ୍ତି। ଜୈବିକ ଖତ,କୀଟନାଶକ ଏବଂ ବାୟୋଗ୍ୟାସ ପ୍ରସ୍ତୁତ କରି ନିଜେ ଚାଷରେ ବ୍ୟବହାର କରିବା ସହ ଅନ୍ୟ ଚାଷୀମାନଙ୍କୁ ତାହା ଶସ୍ତାରେ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri