Odisha Elections 2024

କମିଲା ଅଳଙ୍କାର ରପ୍ତାନି

ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ରାଜନୈତିକ ଓ ଯୁଦ୍ଧ ଭଳି ସମସ୍ୟା ଲାଗି ରହିଛି। ଏହାର ପ୍ରଭାବ ଘରୋଇ ଅଳଙ୍କାର ବଜାରର ରପ୍ତାନି ଉପରେ ପଡ଼ିଛି। ଫଳରେ ଚଳିତ ବର୍ଷ ଅକ୍ଟୋବର ମାସରେ ଦେଶର ସାମଗ୍ରିକ ରତ୍ନ ଏବଂ ଅଳଙ୍କାର ରପ୍ତାନି ୧୧.୪୯% ହ୍ରାସ ପାଇ ୨୨,୮୭୩.୧୯ କୋଟି (୨,୭୪୮.୦୧ ମିଲିୟନ ଡଲାର) ରେ ପହଞ୍ଚତ୍ଛି ବୋଲି ରତ୍ନ ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦ ( ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପର୍ଟ ପ୍ରମୋଶନ କାଉନସିଲ ବା ଜିଜେଇପିସି) ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ସେହିଭଳି ଜିଜେଇପିସିର ସୂଚନା ଅନୁଯାୟୀ ୨୦୨୩ ଅକ୍ଟୋବରରେ ଭାରତର ସାମଗ୍ରିକ ରତ୍ନ ଏବଂ ଅଳଙ୍କାର ରପ୍ତାନି ୧୧.୪୯% ହ୍ରାସ ହୋଇ ୨୨,୮୭୩.୧୯ କୋଟିରେ ପହଞ୍ଚତ୍ଛି। ଏପରିକି ୨୦୨୨ ଅକ୍ଟୋବରରେ ମୋଟ ରପ୍ତାନି ୨୫,୮୪୩.୮୪ କୋଟି (୩,୧୩୪.୮୫ ମିଲିୟନ ଡଲାର) ଥିଲା। ସେହିଭଳି ୨୦୨୩ ସେପ୍ଟେମ୍ବରରେ କଟ୍‌ ଆଣ୍ଡ ପଲିସିଡ୍‌ ଡାଇମଣ୍ଡ (ସିପିଡି) ରପ୍ତାନିରେ ମଧ୍ୟ ୩୨.୭୦% ହ୍ରାସ ହୋଇ ୧୦,୪୯୫.୦୬ କୋଟି (୧,୨୬୦.୯୧ ମିଲିୟନ ଡଲାର)ରେ ରହିଥିଲା ବେଳେ ୨୦୨୨ ସେପ୍ଟେମ୍ବରର କାରବାର ତୁଳନାରେ ୧୫,୫୯୪.୪୯ କୋଟି (୧,୮୯୧.୨ ମିଲିୟନ ଡଲାର) ହ୍ରାସ ପାଇଛି। ଅପରପକ୍ଷରେ ଚଳିତ ବର୍ଷ ଅକ୍ଟୋବରରେ ପଲିସ୍‌ ହୋଇଥିବା ଲାବ୍‌ ଗ୍ରାଉଣ୍ଡ ହୀରା (ଏଲ୍‌ଜିଡି)ର ମୋଟ ରପ୍ତାନି ୨୩.୦୧% ହ୍ରାସ ହୋଇ ୧,୧୩୫.୧୬ କୋଟି (୧୩୬.୩୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ବିଶେଷକରି ୨୦୨୨ ଅକ୍ଟୋବରରେ ଏହାର ପରିମାଣ ୧,୪୭୪.୩୮ କୋଟି (୧୭୮.୭୩ ନିୟୁତ) ଥିଲା।
ଏ ସମ୍ପର୍କରେ ଜେଜିଇପିସିର ଅଧ୍ୟକ୍ଷ ଭିପୁଲ ଶାହା କହିଥିଲେ, ଚଳିତ ବର୍ଷ ଅକ୍ଟୋବରରେ ଦେଶର ସାମଗ୍ରିକ ରତ୍ନ ଏବଂ ଅଳଙ୍କାର ରପ୍ତାନି ହ୍ରାସ ପାଇଥିଲାବେଳେ ଆମେରିକା ଭଳି ପ୍ରମୁଖ ଅଳଙ୍କାର ବଜାରରେ ଚାହିଦା ହ୍ରାସ ଏବଂ ହୀରା ଯୋଗାଣରେ ସୀମିତତା ରହିଥିଲା। ଏପରିକି ଅଳଙ୍କାର ରପ୍ତାନି ପରିବହନର ମୋଟ ଅଂଶ ୫୦% ରହିଥାଏ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଚଳିତ ବର୍ଷର ଖ୍ରୀଷ୍ଟମାସ ସମୟରେ ଅଳଙ୍କାର ରପ୍ତାନି ବଜାରଗୁଡିକ ଉଠିବ ବୋଲି ଆମେ ଆଶା କରୁଛୁ। ସେହିପରି ସୁନା ଅଳଙ୍କାରର ମୋଟ ରପ୍ତାନି ୨୦୨୩ ଅକ୍ଟୋବରରେ ୩୩.୪୮% ବୃଦ୍ଧି ହୋଇ ୮,୬୧୯.୩୮କୋଟି (୧,୦୩୫.୫୪ ମିଲିୟନ ଡଲାର) ହୋଇଥିବାବେଳେ ଗତ ବର୍ଷ ଅକ୍ଟୋବରରେ ଏହାର ପରିମାଣ ୬,୪୫୭.୪୮କୋଟି (୭୮୪.୧୧ ମିଲିୟନ)ରୁ ଅଧିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri