କମିଲା ଅଳଙ୍କାର ରପ୍ତାନି

ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ରାଜନୈତିକ ଓ ଯୁଦ୍ଧ ଭଳି ସମସ୍ୟା ଲାଗି ରହିଛି। ଏହାର ପ୍ରଭାବ ଘରୋଇ ଅଳଙ୍କାର ବଜାରର ରପ୍ତାନି ଉପରେ ପଡ଼ିଛି। ଫଳରେ ଚଳିତ ବର୍ଷ ଅକ୍ଟୋବର ମାସରେ ଦେଶର ସାମଗ୍ରିକ ରତ୍ନ ଏବଂ ଅଳଙ୍କାର ରପ୍ତାନି ୧୧.୪୯% ହ୍ରାସ ପାଇ ୨୨,୮୭୩.୧୯ କୋଟି (୨,୭୪୮.୦୧ ମିଲିୟନ ଡଲାର) ରେ ପହଞ୍ଚତ୍ଛି ବୋଲି ରତ୍ନ ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦ ( ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପର୍ଟ ପ୍ରମୋଶନ କାଉନସିଲ ବା ଜିଜେଇପିସି) ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ସେହିଭଳି ଜିଜେଇପିସିର ସୂଚନା ଅନୁଯାୟୀ ୨୦୨୩ ଅକ୍ଟୋବରରେ ଭାରତର ସାମଗ୍ରିକ ରତ୍ନ ଏବଂ ଅଳଙ୍କାର ରପ୍ତାନି ୧୧.୪୯% ହ୍ରାସ ହୋଇ ୨୨,୮୭୩.୧୯ କୋଟିରେ ପହଞ୍ଚତ୍ଛି। ଏପରିକି ୨୦୨୨ ଅକ୍ଟୋବରରେ ମୋଟ ରପ୍ତାନି ୨୫,୮୪୩.୮୪ କୋଟି (୩,୧୩୪.୮୫ ମିଲିୟନ ଡଲାର) ଥିଲା। ସେହିଭଳି ୨୦୨୩ ସେପ୍ଟେମ୍ବରରେ କଟ୍‌ ଆଣ୍ଡ ପଲିସିଡ୍‌ ଡାଇମଣ୍ଡ (ସିପିଡି) ରପ୍ତାନିରେ ମଧ୍ୟ ୩୨.୭୦% ହ୍ରାସ ହୋଇ ୧୦,୪୯୫.୦୬ କୋଟି (୧,୨୬୦.୯୧ ମିଲିୟନ ଡଲାର)ରେ ରହିଥିଲା ବେଳେ ୨୦୨୨ ସେପ୍ଟେମ୍ବରର କାରବାର ତୁଳନାରେ ୧୫,୫୯୪.୪୯ କୋଟି (୧,୮୯୧.୨ ମିଲିୟନ ଡଲାର) ହ୍ରାସ ପାଇଛି। ଅପରପକ୍ଷରେ ଚଳିତ ବର୍ଷ ଅକ୍ଟୋବରରେ ପଲିସ୍‌ ହୋଇଥିବା ଲାବ୍‌ ଗ୍ରାଉଣ୍ଡ ହୀରା (ଏଲ୍‌ଜିଡି)ର ମୋଟ ରପ୍ତାନି ୨୩.୦୧% ହ୍ରାସ ହୋଇ ୧,୧୩୫.୧୬ କୋଟି (୧୩୬.୩୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ବିଶେଷକରି ୨୦୨୨ ଅକ୍ଟୋବରରେ ଏହାର ପରିମାଣ ୧,୪୭୪.୩୮ କୋଟି (୧୭୮.୭୩ ନିୟୁତ) ଥିଲା।
ଏ ସମ୍ପର୍କରେ ଜେଜିଇପିସିର ଅଧ୍ୟକ୍ଷ ଭିପୁଲ ଶାହା କହିଥିଲେ, ଚଳିତ ବର୍ଷ ଅକ୍ଟୋବରରେ ଦେଶର ସାମଗ୍ରିକ ରତ୍ନ ଏବଂ ଅଳଙ୍କାର ରପ୍ତାନି ହ୍ରାସ ପାଇଥିଲାବେଳେ ଆମେରିକା ଭଳି ପ୍ରମୁଖ ଅଳଙ୍କାର ବଜାରରେ ଚାହିଦା ହ୍ରାସ ଏବଂ ହୀରା ଯୋଗାଣରେ ସୀମିତତା ରହିଥିଲା। ଏପରିକି ଅଳଙ୍କାର ରପ୍ତାନି ପରିବହନର ମୋଟ ଅଂଶ ୫୦% ରହିଥାଏ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଚଳିତ ବର୍ଷର ଖ୍ରୀଷ୍ଟମାସ ସମୟରେ ଅଳଙ୍କାର ରପ୍ତାନି ବଜାରଗୁଡିକ ଉଠିବ ବୋଲି ଆମେ ଆଶା କରୁଛୁ। ସେହିପରି ସୁନା ଅଳଙ୍କାରର ମୋଟ ରପ୍ତାନି ୨୦୨୩ ଅକ୍ଟୋବରରେ ୩୩.୪୮% ବୃଦ୍ଧି ହୋଇ ୮,୬୧୯.୩୮କୋଟି (୧,୦୩୫.୫୪ ମିଲିୟନ ଡଲାର) ହୋଇଥିବାବେଳେ ଗତ ବର୍ଷ ଅକ୍ଟୋବରରେ ଏହାର ପରିମାଣ ୬,୪୫୭.୪୮କୋଟି (୭୮୪.୧୧ ମିଲିୟନ)ରୁ ଅଧିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?