ଏଇ ଭାରତରେ

ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର ପୁରାତନ ଏକ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ। ସେମାନେ ଏହାର ସୁରକ୍ଷା ନିମିତ୍ତ ଅଣ୍ଟା ଭିଡ଼ିଛନ୍ତି ।
ସେମାନେ ପ୍ରତିବର୍ଷ ବରଗଛର ଜନ୍ମଦିନ ଖୁବ୍‌ ଆଡମ୍ବର ସହକାରେ ପାଳନ କରୁଛନ୍ତି। ସ୍ଥାନୀୟ ବାରପେଟା ଜିଲାର ଜଲିଖେତି ଗାଁରେ ଏହି ବରଗଛ ରହିଛି। ପ୍ରତିବର୍ଷ ଜୁନ୍‌ ୫ ପରିବେଶ ଦିବସ ଅବସରରେ ଗଁା ଲୋକେ ଏକତ୍ର ହୋଇ ବରଗଛର ଜନ୍ମଦିନ ପାଳନ କରନ୍ତି। ୨୦୧୨ରେ ବରଗଛକୁ ୨ଶହ ବର୍ଷ ପୂରଣ ହୋଇଥିଲା। ସେବେଠାରୁ ଗ୍ରାମବାସୀ ଏଭଳି କରିଆସୁଛନ୍ତି। ୨ଶହ ବର୍ଷ ପୂରଣ ଅବସରରେ ୬୨ କିଲୋଗ୍ରାମ୍‌ର ଏକ ବଡ଼ କେକ୍‌ କଟାଯାଇଥିଲା। ଗଛର ସୁରକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ସଦସ୍ୟ ଭାବେ ସ୍ଥାନୀୟ ନେତା, ଶିକ୍ଷକ, ଯବାନ ଆଦିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପରିବେଶ ସୁରକ୍ଷା ଦିଗରେ ଏହି ଗଁା ଲୋକଙ୍କର ବୃକ୍ଷ ବଞ୍ଚାଇବା ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।