ଏଇ ଭାରତରେ

ଭାରତରେ ମହିଳା ଫୁଟ୍‌ବଲର ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। ମହିଳାମାନଙ୍କ ପୋଷାକ ଉପରେ ବିଭିନ୍ନ ଅଞ୍ଚଳରେ ଥିବା ସାମାଜିକ କଟକଣାକୁ ପଛରେ ପକାଇ ଝିଅମାନେ ଜର୍ସି ପିନ୍ଧି ଖେଳିବାକୁ ବାହାରି ଆସୁଛନ୍ତି। ହେଲେ ପାରମ୍ପରିକ ପୋଷାକର ଛିଟା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ବାଲିୟରରେ ଅନୁଷ୍ଠିତ ଏକ ୨ଦିନଆ ଫୁଟ୍‌ବଲ ଟୁର୍ନାମେଣ୍ଟରେ। ସେଠାରେ ମହିଳାମାନେ ଜର୍ସି ବଦଳରେ ଶାଢ଼ି ପିନ୍ଧି ଖେଳିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ନିଆରା ଖେଳ, ଯାହା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଦୁଇଦିନିଆ ଟୁର୍ନାମେଣ୍ଟର ନାଁ ଥିଲା ‘ଗୋଲ୍‌ ଇନ୍‌ ଶାଢ଼ି’। ମହିଳାମାନେ ଶାଢ଼ି ପିନ୍ଧି ଚମକତ୍ାର ଖେଳ ପ୍ରଦର୍ଶନ କରିଥିଲେ। ମଧ୍ୟପ୍ରଦେଶରେ ମହିଳା ଫୁଟ୍‌ବଲ ପ୍ରତି ମହିଳାମାନଙ୍କୁ ଆକର୍ଷିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ଟୁର୍ନାମେଣ୍ଟରେ ଗ୍ବାଲିୟର ମ୍ୟୁନିସିପାଲ କର୍ପୋରେଶନ କମିଶନର କମେଣ୍ଟ୍ରି କରିଥିଲେ।