ଏଇ ଭାରତରେ

ପରିବେଶ ସୁରକ୍ଷାରେ ସଦା ବ୍ୟସ୍ତ ମହାରାଷ୍ଟ୍ରର ମହମ୍ମଦ ଦିଲାଓ୍ବାର। ସେ ଘରଚଟିଆଙ୍କ ସହ ଦେଶୀ ପ୍ରଜାତି ଗଛଗୁଡ଼ିକର ସଂରକ୍ଷଣ କରୁଛନ୍ତି। ମହମ୍ମଦ ରହୁଛନ୍ତି ନାସିକରେ। ଏବେ ସୁଦ୍ଧା ମହମ୍ମଦ ଭାରତରେ ଥିତ୍ବା ୪୦୦ ପ୍ରଜାତିର ଦେଶୀ ଗଛ ସଂଗ୍ରହ କରିଛନ୍ତି। ଗଛଗୁଡ଼ିକୁ ସେ ନାସିକସ୍ଥିତ ଦିଲାଓ୍ବାର ନର୍ସରିରେ ରଖିଛନ୍ତି । କେବଳ ନର୍ସରିରେ ଚାରା ଉତାରୁ ନାହାନ୍ତି, ବରଂ ତାହାକୁ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ପାଲଘର ଏବଂ ନାସିକ ସହରରେ ରୋପଣ କରି ୨୫ଟି ସିଟି ଫରେଷ୍ଟ ସୃଷ୍ଟି କରିପାରିଛନ୍ତି। ଘରଚଟିଆ ବଂଶ ରକ୍ଷା ପାଇଁ ଦେଶୀ ଗଛର ଆବଶ୍ୟକତାକୁ ଲକ୍ଷ୍ୟକରି ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏବେ ସୁଦ୍ଧା ସିଟି ଫରେଷ୍ଟଗୁଡ଼ିକରେ ମହମ୍ମଦ ଓ ତାଙ୍କ ଟିିମ୍‌ ଦେଶୀ ପ୍ରଜାତିର ୨୫,୦୦୦ ଗଛ ଲଗାଇ ସାରିଛନ୍ତି। ଭାରତର ୩୫,୦୦୦ରୁ ଊର୍ଦ୍ଧ୍ୱ ଦେଶୀ ପ୍ରଜାତି ଗଛ ମଧ୍ୟରୁ ୫,୦୦୦ ପ୍ରଜାତିର ଗଛ ତାଙ୍କ ନର୍ସରିରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମହମ୍ମଦ।
୨୦୧୫ରେ ପୁଣେର ଓ୍ବିପ୍ରୋ କ୍ୟାମ୍ପସରେ ପ୍ରଥମେ ସେ ସିଟି ଫରେଷ୍ଟ ଆରମ୍ଭ କରିଥିଲେ। ଏଥିତ୍ରେ ସଫଳତା ପାଇବା ପରେ ମହାରାଷ୍ଟ୍ର ସରକାର, ଏନ୍‌ଜିଓ ଓ ଘରୋଇ ସଂସ୍ଥାଗୁଡ଼ିକ ସହ ମିଳିତ ଭାବେ ଅନ୍ୟ ସହରଗୁଡ଼ିକରେ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ମହମ୍ମଦ ପ୍ରତିଷ୍ଠା କରିଥିବା ସଂସ୍ଥା ‘ନେଚର ଇଣ୍ଡିଆ ନର୍ସରି’ ମାଧ୍ୟମରେ ଗଛ ସଂରକ୍ଷଣ ପାଇଁ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରୋଗ୍ରାମ କରୁଛନ୍ତି।