ଏଇ ଭାରତରେ

ରାନୋଦୀପ ଶାହା। ବୟସ ୨୪। ଜୀବିକା ଅନ୍ବେଷଣରେ ନିଜେ ସଫଳ ହେବା ସହ ସାରା ଭାରତରେ ୧୦,୦୦୦ କାରିଗରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ରାନୋଦୀପ ରହୁଛନ୍ତି କୋଲକାତାରେ । ପିଲାବେଳୁ ରାନୋଦୀପ୍‌ଙ୍କ ମାତାପିତା ତାଙ୍କୁ ଚିତ୍ର ଆଙ୍କିବା ଲାଗି ଉତ୍ସାହିତ କରିଥିତ୍ଲେ। ପ୍ରଥମେ ଏଥିପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ପେଣ୍ଟିଂ ମାୟାରେ ପଡ଼ିଯାଇଥିତ୍ଲେ। ପରେ ସେ ‘ରେୟାର ପ୍ଲାନେଟ୍‌’ ଷ୍ଟାର୍ଟ ଅପ୍‌ ଆରମ୍ଭ କରି ପୁରୁଣା ତଥା ପାରମ୍ପରିକ ଟେରାକୋଟା ବା ଚିତ୍ରିତ ମାଟିପାତ୍ର ତିଆରି କଲେ। ପରେ ତମ୍ବା, କାଠ, ସେରାମିକ୍‌, ପିତ୍ତଳ ଏବଂ ମାର୍ବଲର ହସ୍ତଶିଳ୍ପ ଏଥିରେ ସାମିଲ କରିଛନ୍ତି। ୨୦୧୫ରୁ ‘ରେୟାର ପ୍ଲାନେଟ୍‌’ ଏହାର ଯାତ୍ରା ଆରମ୍ଭ କରିବା ପରେ ଏଯାବତ୍‌ ୧୦ ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କୁ ଏଥିରେ ଯୋଡି ସାରିଲାଣି। ଅର୍ଥାଭାବରୁ ପ୍ରଥମେ ରାନୋଦୀପ ମାଟି ଜିନିଷଗୁଡ଼ିକୁ ତାଙ୍କ ବାପାଙ୍କ ସାହାଯ୍ୟରେ ବିକ୍ରି କରୁଥିଲେ। ପ୍ରଥମ ମାସରେ ୧.୫ ଲକ୍ଷ ଟଙ୍କା ରୋଜଗାର କରିବା ପରେ ସେ ଏହି କାର୍ଯ୍ୟରେ ଲୋକଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲେ। ଏହିସବୁ ଜିନିଷକୁ କୋଲକାତା ସମେତ ଭାରତର ୧୦୦ଟି ସ୍ଥାନରେ ବିକ୍ରି କରୁଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହାକୁ ବିକ୍ରି କରାଯାଉଛି। ଏବେ ରାନୋଦୀପଙ୍କ ବ୍ୟବସାୟିକ କାରବାର ୧୦୦ କୋଟି ଟଙ୍କାକୁ ଟପିଯାଇଛି। ‘ରେୟାର ପ୍ଲାନେଟ୍‌’ରେ ପ୍ରଥମ କାରିଗର ଭାବେ ଯୋଗ ଦେଇଥିତ୍ବା ବିଜୟ କୁମାର ଏବେ ଏହାର ସହ ପ୍ରତିଷ୍ଠାତା ଭାବେ କାର୍ଯ୍ୟ କରୁଛନ୍ତି।