ଏଇ ଭାରତରେ

ଏବେ ଅନେକ ପରିବାରରେ ବୃଦ୍ଧବ୍ୟକ୍ତିମାନେ ସମସ୍ୟାରେ ରହୁଛନ୍ତି। କେହି ସନ୍ତାନସନ୍ତତିଙ୍କଠାରୁ ଦୂରେଇ ରହୁଛନ୍ତି ତ ଆଉ କେହି ଘରୁ ବାହାରିଯାଇ ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି। ବାର୍ଦ୍ଧକ୍ୟରେ ଅବହେଳାର ଶିକାର ହେବା ଲକ୍ଷ୍ୟ କରି ଏମାନଙ୍କୁ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେରଳର ଅରୁଣ ଏସ୍‌ ଅନ୍ୟତମ। ଥିରୁଭାନନ୍ତପୁରମ ଜିଲାର ବାସିନ୍ଦା ଅରୁଣ ଓ ତାଙ୍କ ପରିବାର ବୃଦ୍ଧବ୍ୟକ୍ତିମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଅରୁଣଙ୍କ ପରିବାର ସେମାନଙ୍କ ପସନ୍ଦର ଓ ସ୍ବାଦର ଖାଦ୍ୟ ରାନ୍ଧିବା ସହ ସେମାନଙ୍କ ନିକଟରେ ତାହା ପହଞ୍ଚାଇ ଦେଉଛନ୍ତି। ଅରୁଣ ପେସାରେ ଜଣେ ଡିସ୍କ ଜକି( ଡିଜେ)। ୧୦ ବର୍ଷ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପରେ ତାହାକୁ ଛାଡି ବୃଦ୍ଧମାନଙ୍କ ପାଇଁ ରୋଷେଇ ଆରମ୍ଭ କରିଛନ୍ତି। ପ୍ରଥମେ ସେ ରୋଷେଇ କରି ତାହାକୁ ହ୍ବାଟ୍ସ ଆପ୍‌ ଷ୍ଟାଟସ୍‌ରେ ଛାଡିବା ପରେ ତାଙ୍କଠାରୁ ଖାଦ୍ୟ ନେବା ପାଇଁ ଅର୍ଡର ପହଞ୍ଚତ୍ବାରେ ଲାଗିଛି। ଏବେ ସପ୍ତାହକୁ ତାଙ୍କୁ ୧୦୦ଟି ଅର୍ଡର ମିଳୁଛି। ଅରୁଣଙ୍କ ଏହି ଖାଦ୍ୟ କୋଭିଡ୍‌ ସମୟରେ ବୃଦ୍ଧବ୍ୟକ୍ତିମାନଙ୍କୁ ସହାୟ ହୋଇପାରିଛି। ସକାଳ ୫ଟାରୁ ଉଠି ସେ ମାର୍କେଟିଂରେ ବାହାରି ଯାଉଛନ୍ତି । ଅରୁଣ ରୋଷେଇ କରିବା ପରେ ତାଙ୍କ ବାପା ପ୍ୟାକିଂରେ ଲାଗି ପଡୁଛନ୍ତି। ମା’ବି ରୋଷେଇରେ ସାହାଯ୍ୟ କରୁଛନ୍ତି । ଅରୁଣଙ୍କ ସ୍ତ୍ରୀ ପରିବାପତ୍ର କଟାକଟି ଓ ମଜାମଜି କାର୍ଯ୍ୟ କରୁଛନ୍ତି। ସେ ରୋଷେଇ ପାଇଁ ଜଣେ ସହଯୋଗୀ ମଧ୍ୟ ରଖିଛନ୍ତି। ବୃଦ୍ଧବ୍ୟକ୍ତିମାନଙ୍କୁ ସେ ଯେଉଁ ମୂଲ୍ୟର ଖାଦ୍ୟ ଦେଉଛନ୍ତି ତା’ବଦଳରେ ସେ ପାଉଛନ୍ତି କମ୍‌, ହେଲେ ଏଭଳି ସେବାରୁ ସେ ଅମତ୍ସନ୍ତୋଷ ଲାଭ କରୁଛନ୍ତି ବୋଲି କହନ୍ତି ଅରୁଣ।