ଏଇ ଭାରତରେ

ସୃଜନଶୀଳତା ସ୍ରଷ୍ଟାଙ୍କ ଦାନ। ଏହା ହୋଇ ନ ଥିଲେ ଜଣେ ଚା’ ବିକାଳି କେମିତି ବହି ପରେ ବହି ଲେଖିଚାଲନ୍ତା! ଏଭଳି ଦିବ୍ୟକୃପା ଲାଭ କରିଥିବା ଚା’ ବିକାଳି ଜଣକ ହେଉଛନ୍ତି ଦିଲ୍ଲୀର ଲକ୍ଷ୍ମଣ ରାୟ। ତାଙ୍କୁ ଏବେ ବୟସ ୬୭। ସେ ଜଣେ ଚା’ ଦୋକାନୀ, ଜଣେ ଲେଖକ ଓ ପ୍ରକାଶକ। ତାଙ୍କ ଲିଖିତ ବହିଗୁଡ଼ିକୁ ଚା’ ଦୋକାନରେ ବିକ୍ରି କରୁଛନ୍ତି। କେବଳ ବହି ବିକ୍ରିକରି ସେ ମାସକୁ ୮,୦୦୦ ଟଙ୍କା ପାଉଛନ୍ତି। ତାଙ୍କ ଜୀବନର ଅନୁଭୂତିକୁ ସାଉଁଟି ଏବେ ସୁଦ୍ଧା ସେ ୨୫ଖଣ୍ଡ ବହି ଲେଖି ସାରିଲେଣି ଓ ସେଥିରୁ ୩୦,୦୦୦ କପି ବିକ୍ରି କରିଛନ୍ତି। ଲକ୍ଷ୍ମଣଙ୍କ ଜନ୍ମ ମହାରାଷ୍ଟ୍ରର ଅମରାବତୀ ସହରରେ । ୮ ବର୍ଷ ବୟସବେଳୁ ସେ ବହି ପଢିବା ଆରମ୍ଭ କରିଥିଲେ। ପରେ ଦିଲ୍ଲୀ ଆସି କିଛିଦିନ ଶ୍ରମିକ ଭାବେ କାମ କରି ରୋଜଗାର କଲେ। ୧୯୭୭ରେ ଚା’ଦୋକାନ କରିବା ପରେ ୧୯୭୯ରେ ସାହିତ୍ୟକଳା ପ୍ରକାଶନ ଖୋଲି ତାଙ୍କ ପ୍ରଥମ ବହି ପ୍ରକାଶ କରିଥିଲେ। ୫୦ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ଓ ୬୩ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଲକ୍ଷ୍ମଣ। ସେ ମଧ୍ୟ ସାଇକେଲରେ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଯାଇ ବହି ବିକ୍ରି କରୁଛନ୍ତି। ଲକ୍ଷ୍ମଣ ତାଙ୍କ ଲେଖା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ପୁରସ୍କାର ଗ୍ରହଣ କରିିଛନ୍ତି। ସେ ଏବେ ପିଏଚ୍‌ଡି କରିବା ଲାଗି ଯୋଜନା କରିଛନ୍ତି। ଚା’ଦୋକନ ତାଙ୍କୁ ଜୀବନରେ ସବୁ ଦେଇଛି ଓ ସେ ଜୀବନସାରା ତାହାକୁ ଚଳାଇବେ ବୋଲି କହିଛନ୍ତି।