ଏଇ ଭାରତରେ

ଦେଶସେବା ପରେ ଏବେ ଚାଷରେ ଲାଗିଛନ୍ତି ରାଜସ୍ଥାନର ମୋତି ସିଂ। ତାଙ୍କ ଚାଷକୁ ନେଇ ଚର୍ଚ୍ଚା ହେଉଛି ଏଇଥିତ୍ପାଇଁ ଯେ, ସେ ଦେଢ଼ଫୁଟ ଲମ୍ବର ଲଙ୍କା ଫଳାଉଛନ୍ତି। ମୋତି ସେନାରେ ଚାକିରି କରିଥିତ୍ଲେ। ସେଥିରୁ ଅବସର ନେବା ପରେ ସେ ଜୈବିକ ପଦ୍ଧତିରେ ଚାଷ କରି ସବୁଠୁ ଲମ୍ବା ଲଙ୍କା ଫଳାଇବାରେ ସକ୍ଷମ ହୋଇଛନ୍ତି। ୧୯୯୨ରେ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ସେ ଗୁରୁତର ଆହତ ହୋଇଥିଲେ। ସୁସ୍ଥ ହେବା ପରେ ୧୯୯୫ରେ ସେନାରୁ ଅବସର ନେଇ ସ୍ଲେମା ଗାଁରେ ଚାଷ ଆରମ୍ଭ କରିଥିଲେ। ମୋତିଙ୍କ ବୟସ ୫୧। ଅବସର ସମୟରେ ସେ ପାଇଥିବା ୧.୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଥମେ ଟମାଟୋ ଚାଷ କରି ୮୦,୦୦୦ ଟଙ୍କା ଲାଭ ପାଇଥିଲେ। ପରେ ସେ ପଲିହାଉସ ନିର୍ମାଣ କରି ଲଙ୍କା ଚାଷ ଆରମ୍ଭ କଲେ। ଏବେ ସେଥିରେ ସେ ଦେଢ଼ଫୁଟ ଲମ୍ବର ଲଙ୍କା ଫଳାଉଛନ୍ତି। ଲଙ୍କା ସହ ସେ ଟମାଟୋ, କାକୁଡ଼ି, କ୍ୟାପ୍ସିକମ୍‌ ବି ଚାଷ କରୁଛନ୍ତି। ସେ ଲମ୍ବା ଲଙ୍କା ଫଳାଇ ଗିନିଜ୍‌ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ତାଙ୍କ ନାମ ସାମିଲ କରିବା ଲାଗି ଲକ୍ଷ୍ୟ ରଖିତ୍ଛନ୍ତି। ପଲିହାଉସରେ ଚାଷ କରି ପ୍ରଚୁର ଲାଭ ପାଉଥିବାରୁ ତାଙ୍କ ଚାଷ ପଦ୍ଧତି ସମ୍ପର୍କରେ ଜାଣିବା ଲାଗି ବିଭିନ୍ନ ଜାଗାରୁ ଚାଷୀମାନେ ଆସୁଛନ୍ତି। ସେ ଚାଷରେ ବହୁ ପୁରସ୍କାର ଲାଭ କରିଛନ୍ତି। ଅନେକ ମନ୍ତ୍ରୀ ଓ ସରକାରୀ ଅଧିକାରୀ ତାଙ୍କ ପଲିହାଉସ ପରିଦର୍ଶନରେ ଆସୁଛନ୍ତି। ତେବେ ଯୁବପିଢ଼ିଙ୍କୁ ଏହି ପଦ୍ଧତିର ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ସେ ଅଭିଯାନ ଆରମ୍ଭ କରିଦେଇଛନ୍ତି।