ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଶଟ୍‌ଡାଉନ ପରେ ଏବେ ଜୀବନ ଜୀବିକା ସ୍ବାଭାବିକ କରିବା ଲାଗି ପ୍ରକ୍ରିୟା ଅନ୍‌ଲକ ୫.୦ରେ ପହଞ୍ଚିଲାଣି। ବିଭିନ୍ନ କଟକଣା ଭିତରେ ୭ ମାସ ଚାଲିଲାଣି। ଏହା ଭିତରେ କୋଭିଡ୍‌ ସଂକ୍ରମଣ ବଢିବା ସହ ଘରୋଇ ହିଂସା ଓ ନିର୍ଯାତନାର ଶିକାର ହେଉଥିତ୍ବା ମହିଳାଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ଯାତନାରୁ ମହିଳାମାନଙ୍କୁ ବଞ୍ଚାଇବାରେ ଆଗକୁ ଆସିଛନ୍ତି ବେଙ୍ଗାଲୁରୁର ଇତି ରାଓ୍ବତ। ଓମେନ ଏଣ୍ଟରପ୍ରିନ୍ୟୁର ଫାଉଣ୍ଡେଶନର ପ୍ରତିଷ୍ଠାତା ଇତି ମାର୍ଚ୍ଚ ୩୦ ପରଠାରୁ ଏଯାବତ ୧୮୯ଟି ନିର୍ଯାତନା ଘଟଣା ଉପରେ ହସ୍ତକ୍ଷେପ କରି ରାଜସ୍ଥାନ, ବିହାର ଓ ପଞ୍ଜାବର ବିଭିନ୍ନ ସ୍ଥାନରୁ ୭୩ ଜଣ ମହିଳାଙ୍କୁ ଏଥିରୁ ମୁକାଳିପାରିଛନ୍ତି। ୨୦୧୮ରେ ଇତି ଏହି ସଂଗଠନ ପ୍ରତିଷ୍ଠା କରି ଏହା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଆସୁଛନ୍ତି। ଏଥିରେ ଏବେ ୧୫୦୦ ମହିଳା ସଦସ୍ୟା ରହିଛନ୍ତି। ଏମାନେ ଦେଉଥିବା ଫି’ରେ ଏହି ସବୁ କାର୍ଯ୍ୟ କରାଯାଉଛି। । ଲକ୍‌ଡାଉନ ଲାଗୁ ହେବା ପରେ ସେ ‘ରେଡ୍‌ ଡଟ୍‌ ଅଭିଯାନ’ ଆରମ୍ଭ କରି ଘରୋଇ ହିଂସାର ଶିକାର ହେଉଥିତ୍ବା ମହିଳାମାନଙ୍କୁ ଉଦ୍ଧାର କରି ଥଇଥାନ କରିବାରେ ଲାଗିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଅଭିଯାନରେ ୫୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାହାରେ ଏଥିପାଇଁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି କହନ୍ତି ଇତି।