ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଶଟ୍‌ଡାଉନ ପରେ ଏବେ ଜୀବନ ଜୀବିକା ସ୍ବାଭାବିକ କରିବା ଲାଗି ପ୍ରକ୍ରିୟା ଅନ୍‌ଲକ ୫.୦ରେ ପହଞ୍ଚିଲାଣି। ବିଭିନ୍ନ କଟକଣା ଭିତରେ ୭ ମାସ ଚାଲିଲାଣି। ଏହା ଭିତରେ କୋଭିଡ୍‌ ସଂକ୍ରମଣ ବଢିବା ସହ ଘରୋଇ ହିଂସା ଓ ନିର୍ଯାତନାର ଶିକାର ହେଉଥିତ୍ବା ମହିଳାଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ଯାତନାରୁ ମହିଳାମାନଙ୍କୁ ବଞ୍ଚାଇବାରେ ଆଗକୁ ଆସିଛନ୍ତି ବେଙ୍ଗାଲୁରୁର ଇତି ରାଓ୍ବତ। ଓମେନ ଏଣ୍ଟରପ୍ରିନ୍ୟୁର ଫାଉଣ୍ଡେଶନର ପ୍ରତିଷ୍ଠାତା ଇତି ମାର୍ଚ୍ଚ ୩୦ ପରଠାରୁ ଏଯାବତ ୧୮୯ଟି ନିର୍ଯାତନା ଘଟଣା ଉପରେ ହସ୍ତକ୍ଷେପ କରି ରାଜସ୍ଥାନ, ବିହାର ଓ ପଞ୍ଜାବର ବିଭିନ୍ନ ସ୍ଥାନରୁ ୭୩ ଜଣ ମହିଳାଙ୍କୁ ଏଥିରୁ ମୁକାଳିପାରିଛନ୍ତି। ୨୦୧୮ରେ ଇତି ଏହି ସଂଗଠନ ପ୍ରତିଷ୍ଠା କରି ଏହା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଆସୁଛନ୍ତି। ଏଥିରେ ଏବେ ୧୫୦୦ ମହିଳା ସଦସ୍ୟା ରହିଛନ୍ତି। ଏମାନେ ଦେଉଥିବା ଫି’ରେ ଏହି ସବୁ କାର୍ଯ୍ୟ କରାଯାଉଛି। । ଲକ୍‌ଡାଉନ ଲାଗୁ ହେବା ପରେ ସେ ‘ରେଡ୍‌ ଡଟ୍‌ ଅଭିଯାନ’ ଆରମ୍ଭ କରି ଘରୋଇ ହିଂସାର ଶିକାର ହେଉଥିତ୍ବା ମହିଳାମାନଙ୍କୁ ଉଦ୍ଧାର କରି ଥଇଥାନ କରିବାରେ ଲାଗିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଅଭିଯାନରେ ୫୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାହାରେ ଏଥିପାଇଁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି କହନ୍ତି ଇତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri