ଏଇ ଭାରତରେ

ଭାରତବର୍ଷରେ ଏପରି ସ୍ଥାନ ଅଛି ଯେଉଁଠି ପ୍ରତି ଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି, ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ ଗାଁ ମୁରୈନାରେ ପ୍ରତି ମହିଳାଙ୍କର ଏକାଧିକ ସ୍ବାମୀ ରହିଥିବା କଥା ଅନେକଙ୍କୁ ଜଣା ନ ଥିବ। ବିବାହିତ ମହିଳା ଜଣେ ଜଣେ ସ୍ବାମୀଙ୍କ ନିକଟରେ ନିର୍ଦ୍ଦିଷ୍ଟ କିଛି ସମୟ ପର୍ଯ୍ୟନ୍ତ ରହିଥାଆନ୍ତି। ତେବେ ଏହି ପରମ୍ପରା ବେଶି ପୁରୁଣା ନୁହେଁ ବୋଲି କୁହାଯାଏ। କିଛି ବର୍ଷ ପୂର୍ବେ ଗାଁ ଲୋକେ ଏହି ପ୍ରଥା ପ୍ରଚଳନ କରିଛନ୍ତି। ଏହି ଗାଁରେ ଝିଅଙ୍କ ସଂଖ୍ୟା ଖୁବ୍‌ କମ୍‌। ତେଣୁ ପଞ୍ଚାୟତର ନିଷ୍ପତ୍ତିକ୍ରମେ ଯେଉଁ ଘରେ ଏକରୁ ଅଧିକ ପୁଅ ରହିଛନ୍ତି ସେମାନେ ଗୋଟିଏ ଝିଅକୁ ବିବାହ କରିବେ ଓ ସେହି ଝିଅ ଉପରେ ସମସ୍ତଙ୍କର ସମାନ ଅଧିକାର ରହିବ। ଜଣେ ଜଣେ ଯୁବତୀ ଏଠି ସର୍ବାଧିକ ୮ ଜଣ ସ୍ବାମୀ ଗ୍ରହଣ କରିଥିବା ଦୃଷ୍ଟାନ୍ତ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗଁାର ଝିଅ ଅଥବା ପୁଅ ଅନ୍ୟ ଗାଁରେ ବିବାହ କରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।