ଏଇ ଭାରତରେ

ପରିଣତ ବୟସ ଅଟକାଇ ପାରିନି ଅରୂପ ସେନଗୁପ୍ତାଙ୍କୁ। ସେ କୋଲକାତାରେ ଦେହଜୀବୀ ଓ ସେମାନଙ୍କ ପିଲାମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। ୭୦ ବର୍ଷ ବୟସରେ ଅସୁସ୍ଥତା ସତ୍ତ୍ୱେ ସେ ‘ନତୂନ ଜୀବନ’ ବା ‘ନୂଆ ଜୀବନ’ ଏନ୍‌ଜିଓ ମାଧ୍ୟମରେ ଏହି ସେବା କରୁଛନ୍ତି। ୪ ବର୍ଷ ତଳେ ସେ ଏହି ସଂସ୍ଥା ଆରମ୍ଭ କରିଥିଲେ ଓ ଏବେ ୪୦ ଜଣ ପିଲାଙ୍କୁ ପଢ଼ାଉଛନ୍ତି। ଏମାନେ ସମସ୍ତେ ଦେହଜୀବୀଙ୍କ ସନ୍ତାନ। ଏକ ସ୍ବଚ୍ଛଳ ପରିବାରରେ ଜନ୍ମିତ ଅରୂପଙ୍କ ମାତାପିତାଙ୍କ ଦେହାନ୍ତ ପରେ ଅରୂପଙ୍କୁ ଯକ୍ଷ୍ମା ହେବାରୁ କଲୋନୀରୁ ବାହାର କରିଦିଆଗଲା। ପରେ ସେ ଏକ ଆଶ୍ରୟସ୍ଥଳୀରେ ରହିଲେ ଓ ସୌଭାଗ୍ୟକୁ ବଞ୍ଚତ୍ଗଲେ। ତା’ପରେ କାମ କରି ସେହି ରୋଜଗାରରେ କଲେଜ ଶିକ୍ଷା ଶେଷ ହେବା ପରେ ୪୫ ବର୍ଷ ଧରିି ବିଭିନ୍ନ ଜାଗାରେ କାମ କଲେ। ୨୦୧୬ରେ କୋଲକାତା ଫେରି ‘ନତୂନ ଜୀବନ’ ପଞ୍ଜୀକରଣ କରିଥିଲେ। ଦେହଜୀବୀଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ମଧ୍ୟ ସଶକ୍ତ କରିବାରେ ଲାଗିଛନ୍ତି। ୬ ଜଣ ଦେହଜୀବୀ ଓ ୩ ଜଣ ଅସହାୟ ମହିଳାଙ୍କୁ ନିଯୁକ୍ତି ଦେଇ ‘ନାରୀ ଶକ୍ତି ଟିମ୍‌’ ଗଠନ କରିଛନ୍ତି। ଏମାନେ ଏନ୍‌ଜିଓର ପରିଚାଳନା କରିବା ସହ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ୩ରୁ ୧୨ ବର୍ଷର ପିଲାମାନେ ପ୍ରତିଦିନ ସନ୍ଧ୍ୟାରେ ପଢ଼ିବାକ୍‌ୁ ଆସନ୍ତି। କୋଭିଡ-୧୯ ମହାମାରୀ ସମୟରେ ଏଥିରେ ବାଧା ଉପୁଜିଛି। ଏହି ସଂସ୍ଥା ମଧ୍ୟ ୪୦୦ ଦେହଜୀବୀ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦେଇଛି।