ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଆରମ୍ଭ ହେବାଠାରୁ ଅଦ୍ୟାବଧି ପ୍ରାୟ ୨୦୦ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମହାରାଷ୍ଟ୍ରର ବିଦ୍ୟା ଶେଲ୍‌କେ। ମୁମ୍ବାଇର ଉପାନ୍ତ ଅଞ୍ଚଳ ମୁଲନ୍ଦରେ ତାଙ୍କ ସ୍ବାମୀ ଓ ଦୁଇ ସନ୍ତାନଙ୍କ ସହ ରହନ୍ତି ୨୭ ବର୍ଷୀୟା ବିଦ୍ୟା। ସେ ଚାକିରି କରିଥିଲେ। କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ତାହା ହରାଇଲେ। ଏହି ବିପର୍ଯ୍ୟୟ ତାଙ୍କ ପାଇଁ ସୁଯୋଗ ବି ଆଣିଦେଲା। କିଶୋରୀ ଅବସ୍ଥାରେ ଡ୍ରାଇଭିଂ ଶିଖିଥିବା ବିଦ୍ୟା ପୁଣି ଟ୍ୟାକ୍ସି ଚଳାଇବା ଆରମ୍ଭ କରି ପରିବାର ପ୍ରତିପୋଷଣ କରିବା ସହ ଅସହାୟ ଲୋକମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଉଛନ୍ତି। ଅସହାୟମାନଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇବା ସମ୍ପର୍କରେ ପ୍ରଥମେ ଏକ ଭିଡିଓ ମେସେଜ୍‌କୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ଲୋକମାନେ ତାଙ୍କ ସହଯୋଗ ଲୋଡିଥିଲେ। ଅପ୍‌ଲୋଡ କରିବାର ମାତ୍ର ୧୦ ମିନିଟ୍‌ ପରେ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ପ୍ରବାସୀ ଶ୍ରମିକଙ୍କ ପରିବାରଙ୍କଠାରୁ କଲ୍‌ ପାଇଥିଲେ ଓ ତାଙ୍କୁ ସାହାଯ୍ୟ କରିବା ଲାଗି ବାହାରି ପଡିଥିଲେ। ସେବେଠାରୁ ପ୍ରତିକୂଳ ପରିସ୍ଥିତିରେ ସାହସିକତାର ପରିଚୟ ଦେଇଆସୁଛନ୍ତି ବିଦ୍ୟା। ଏମିତି କି ଶହ ଶହ କିଲୋମିଟର ଦୂରରେ ଲୋକମାନଙ୍କୁ ପହଞ୍ଚାଉଛନ୍ତି। ମହାମାରୀ ଯୋଗୁ ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରାଯାଉଥିଲେ ବି ପ୍ରଶାସନର ଅନୁମତି ନେଇ ସେ ଲୋକମାନଙ୍କୁ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri