ଏଇ ଭାରତରେ

ପରିବେଶ ଓ ପରିସ୍ଥିତି ବହୁ ସମୟରେ ସେବା ଲାଗି ବାଟ କଢ଼ାଇ ନିଏ, ଯାହା ଘଟିଛି କେରଳର ଜୋଲି ଜନଶନ୍‌ଙ୍କ କ୍ଷେତ୍ରରେ। ସେ ଖବରକାଗଜ ବିକି ନିଜସ୍ବ ସଂସ୍ଥା ଲାଗି ପାଣ୍ଠି ଯୋଗାଡ଼ କରିବା ସହ ୨୦୦୦ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଥିରେ ମାନସିକ ଅନଗ୍ରସର ପିଲାମାନେ ବି ରହିଛନ୍ତି। ଦିବ୍ୟାଙ୍ଗ ପିଲାମାନଙ୍କୁ ବିଭିନ୍ନ କୌଶଳ ବିକାଶ ପ୍ରୋଗ୍ରାମ୍‌ ମାଧ୍ୟମରେ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରାଉଛନ୍ତି ଜୋଲି। ହେଲ୍‌ପିଂ ହ୍ୟାଣ୍ଡ୍‌ସ୍‌ ଅର୍ଗାନାଇଜେଶନ ଦ୍ୱାରା ସେ ଏହି ସେବା ଜାରି ରଖିଛନ୍ତି। ଏହି ସଂସ୍ଥା ସହ କେରଳର ବିଭିନ୍ନ କଲେଜର ପ୍ରାୟ ୧୨,୦୦୦ ଛାତ୍ର ସ୍ବେଚ୍ଛାସେବୀ ଭାବେ ସାମିଲ ହୋଇ ସେବାକାର୍ଯ୍ୟ ପରିଚାଳନା କରୁଛନ୍ତିି। ସ୍ବେଚ୍ଛାସେବୀମାନେ ପୁରୁଣା ଖବରକାଗଜ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବାରେ ଜୋଲିଙ୍କୁ ସହଯୋଗ କରିବା ସହ ସେମାନଙ୍କ ମଧ୍ୟରୁ ଅନେକେ ପ୍ରଶିକ୍ଷଣ ବି ଦେଉଛନ୍ତି। ଜୋଲିଙ୍କୁ ବର୍ତ୍ତମାନ ବୟସ ୩୬। ଥିରୁଭାନନ୍ତପୁରମ୍‌ ଜିଲା ଭଳିଥୁରା ଗାଁରେ ତାଙ୍କର ଜନ୍ମ । ୧୦ମ ପାସ କରିବା ପରେ କଲେଜରେ ପଢିବା ସମୟରେ ସେ ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାଉଥିଲେ। ସପ୍ତାହାନ୍ତରେ ଭେଟିଥୁରାର ସନ୍ଥଓ୍ବାଲା ଜରା ନିବାସକୁ ଯାଇ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ। ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ଚାକିରି କରିଥିଲେ, କିନ୍ତୁ ତାହାକୁ ଛାଡି ଘରେ ଦିବ୍ୟାଙ୍ଗ ପିଲାଙ୍କ ଯନତ୍ ନେଉଥିଲେ। ପରେ ୨୦୧୨ରେ ହେଲ୍‌ପିଂ ହ୍ୟାଣ୍ଡ୍‌ସ୍‌ ଅର୍ଗାନାଇଜେଶନ ପ୍ରତିଷ୍ଠା କରି ଦିବ୍ୟାଙ୍ଗ ପିଲାମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସଂସ୍ଥା ପକ୍ଷରୁ ପିଲାମାନଙ୍କ ପାଇଁ ବିହେଭିୟରାଲ ଥେରାପି, ହର୍ଟିକଲଚର ଥେରାପିର ବ୍ୟବସ୍ଥା କରାଯାଇଛି।
୧୫ରୁ ଅଧିକ ବୟସର ପିଲାଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri