ଏଇ ଭାରତରେ

ବେଙ୍ଗାଲୁରୁ ସହରର ଜନସଂଖ୍ୟା ବୃଦ୍ଧି ଯୋଗୁ ପ୍ରାକୃତିକ ଜଳଉତ୍ସ ପ୍ରଦୂଷିତ ହେବା ସହ ଭୂତଳ ଜଳ ମଧ୍ୟ ନିମ୍ନଗାମୀ ହେଉଛି। ସହରର ଜଳ ସଙ୍କଟ ଉକତ୍ଟ ରୂପ ନେବାରେ ଲାଗିଛିି। ଏଭଳି ସ୍ଥିତିରେ ଏହି ସମସ୍ୟା ଦୂର କରିବାରେ ଉମା ମାହେଶ୍ୱରଙ୍କ ପ୍ରୟାସ ପ୍ରଶଂସନୀୟ। ବର୍ଷାଜଳ ସଂରକ୍ଷଣ କରି ତାହାକୁ ଲୋକମାନେ କିଭଳି ଉପଯୋଗ କରିପାରିବେ ସେଥିପାଇଁ ବାଟ ଦେଖାଇ ଏହି ସିଷ୍ଟମ୍‌ରେ ବେଙ୍ଗାଲୁରୁରେ ଲକ୍ଷ ଲକ୍ଷ ଲିଟର ପାଣି ବଞ୍ଚାଇବାରେ ସେ ସଫଳ ହୋଇଛନ୍ତି। ଉମା ବେଙ୍ଗାଲୁରୁ ଓ୍ବାଟର ସପ୍ଲାଏ ଏବଂ ସ୍ବେରେଜ ବୋର୍ଡର ପ୍ଲମ୍ବିଂ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ବେଙ୍ଗାଲୁରୁରେ ଲୋକମାନେ ଜଳାଭାବର ଶିକାର ହେବା ଦେଖିବା ପରେ ସେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ତାହା ଦୂର କରିବାକୁ ଲାଗି ପଡ଼ିିଛନ୍ତି। ଗତ ୧୩ ବର୍ଷ ମଧ୍ୟରେ ସହରରେ ସେ ୧ ହଜାରରୁ ଊର୍ଦ୍ଧ୍ୱ ରେନ୍‌ ହାର୍ଭେଷ୍ଟିଂ ଓ୍ବାଟର (ଆର୍‌ଡବ୍ଲ୍ୟୁଏଚ୍‌) ସିଷ୍ଟମ୍‌ ଲାଗାଇଛନ୍ତି। ଉମା ଏହି କାର୍ଯ୍ୟ ୨୦୦୭ରୁ ଆରମ୍ଭ କରିଥିଲେ। ୨୦୦୯ ଯାଏ ଏହାକୁ ସେ ପୂରା ମାଗଣାରେ ବସାଉଥିଲେ। ଏବେ କିନ୍ତୁ କିଛି ଦେୟ ନେଉଛନ୍ତି, ହେଲେ କୌଣସି କାରଣରୁ ଏହା ଖରାପ ହୋଇଗଲେ ତାହାକୁ ସେ ମାଗଣାରେ ସଜାଡୁଛନ୍ତି। ଏଭଳି ସିଷ୍ଟମ୍‌ ଦ୍ୱାରା ଲୋକମାନେ ଉପକୃତ ହେବା ସହ ପରିବେଶକୁ ଉପକାର ବି ହେଉଛି। ଲୋକମାନେ ବର୍ଷକୁ ଯେତିକି ଟ୍ୟାଙ୍କର ପାଣି କିଣୁଥିଲେ ଏବେ ତାହା ଅପେକ୍ଷା କମ୍‌ କିଣୁଛନ୍ତି ଓ ଲକ୍ଷାଧିକ ଟଙ୍କା ବଞ୍ଚାଇ ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri