ଏଇ ଭାରତରେ

ଜଣେ ବ୍ୟକ୍ତି ୪୩୦ରୁ ଅଧିକ ପ୍ରକାର କଦଳୀ ଚାଷ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏହି ଚାଷୀଙ୍କ ନାମ ବିନୋଦ ସହଦେବନ ନାୟାର। ତାଙ୍କୁ ବର୍ତ୍ତମାନ ବୟସ ୬୦। ତ୍ରିଭାନ୍ଦ୍ରମର ପରାସାଲା ଗାଁରେ ସେ ୩ ଏକର ଜମିରେ କଦଳୀ ଚାଷ କରୁଛନ୍ତି। ୩୦ ବର୍ଷ ମଧ୍ୟରେ ଏତେ ସଂଖ୍ୟକ କିସମର କଦଳୀ ସଂଗ୍ରହ କରି ପାରିଛନ୍ତି। ସେ ବି.ଏସ୍‌ସି( ପଦାର୍ଥ ବିଜ୍ଞାନ) ଡିଗ୍ରୀ ହାସଲ କରିବା ପରେ କୋଚିରେ ଏକ ଓ୍ବେବ ଡିଜାଇନିଂ ଫାର୍ମ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ମା’ଙ୍କ ଦେହାନ୍ତ ହେବା ପରେ ପାରାସାଲାକୁ ଫେରି ଆସି ଚାଷ ଆରମ୍ଭ କରିଥିଲେ। ବିନୋଦ ଭାରତର ବିଭିନ୍ନ ରାଜ୍ୟ ତଥା ମାଲେସିଆ,ଆଫ୍ରିକା,ଅଷ୍ଟ୍ରେଲିଆ,ହାଓ୍ବାଇ ଏବଂ ହଣ୍ଡୁରାସରୁ ବିରଳ କିସମ କଦଳୀ ଆଣି ଚାଷ କରୁଛନ୍ତି। ଲେଡି ଫିଙ୍ଗର ବାନାନା, ରେଡ୍‌ ବାନାନା ଏବଂ ବ୍ଲୁ ଜାଭା ଆଦି ବିଦେଶୀ କିସମ ବି ତାଙ୍କ ଫାର୍ମରେ ରହିଛି। ଦେଶରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ ଗବେଷଣା ପରେ ଯେଉଁ ନୂଆ କିସମର କଦଳୀ ବିକାଶ କରାଯାଉଛି ତାହାକୁ ସେ ସଂଗ୍ରହ କରୁଛନ୍ତି ଓ ଚାଷରେ ବି ସଫଳତା ପାଉଛନ୍ତି। ଉକ୍ତ ଚାଷ କରି ସେ ଲିମକା ବୁକ୍ସ ଅଫ୍‌ ରେକର୍ଡରେ ବି ସ୍ଥାନ ପାଇଛନ୍ତି ଓ ଆଇସିଏଆର୍‌-ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଫର୍‌ ବାନାନା ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri