ଏଇ ଭାରତରେ

ଜଣେ ବ୍ୟକ୍ତି ୪୩୦ରୁ ଅଧିକ ପ୍ରକାର କଦଳୀ ଚାଷ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏହି ଚାଷୀଙ୍କ ନାମ ବିନୋଦ ସହଦେବନ ନାୟାର। ତାଙ୍କୁ ବର୍ତ୍ତମାନ ବୟସ ୬୦। ତ୍ରିଭାନ୍ଦ୍ରମର ପରାସାଲା ଗାଁରେ ସେ ୩ ଏକର ଜମିରେ କଦଳୀ ଚାଷ କରୁଛନ୍ତି। ୩୦ ବର୍ଷ ମଧ୍ୟରେ ଏତେ ସଂଖ୍ୟକ କିସମର କଦଳୀ ସଂଗ୍ରହ କରି ପାରିଛନ୍ତି। ସେ ବି.ଏସ୍‌ସି( ପଦାର୍ଥ ବିଜ୍ଞାନ) ଡିଗ୍ରୀ ହାସଲ କରିବା ପରେ କୋଚିରେ ଏକ ଓ୍ବେବ ଡିଜାଇନିଂ ଫାର୍ମ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ମା’ଙ୍କ ଦେହାନ୍ତ ହେବା ପରେ ପାରାସାଲାକୁ ଫେରି ଆସି ଚାଷ ଆରମ୍ଭ କରିଥିଲେ। ବିନୋଦ ଭାରତର ବିଭିନ୍ନ ରାଜ୍ୟ ତଥା ମାଲେସିଆ,ଆଫ୍ରିକା,ଅଷ୍ଟ୍ରେଲିଆ,ହାଓ୍ବାଇ ଏବଂ ହଣ୍ଡୁରାସରୁ ବିରଳ କିସମ କଦଳୀ ଆଣି ଚାଷ କରୁଛନ୍ତି। ଲେଡି ଫିଙ୍ଗର ବାନାନା, ରେଡ୍‌ ବାନାନା ଏବଂ ବ୍ଲୁ ଜାଭା ଆଦି ବିଦେଶୀ କିସମ ବି ତାଙ୍କ ଫାର୍ମରେ ରହିଛି। ଦେଶରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ ଗବେଷଣା ପରେ ଯେଉଁ ନୂଆ କିସମର କଦଳୀ ବିକାଶ କରାଯାଉଛି ତାହାକୁ ସେ ସଂଗ୍ରହ କରୁଛନ୍ତି ଓ ଚାଷରେ ବି ସଫଳତା ପାଉଛନ୍ତି। ଉକ୍ତ ଚାଷ କରି ସେ ଲିମକା ବୁକ୍ସ ଅଫ୍‌ ରେକର୍ଡରେ ବି ସ୍ଥାନ ପାଇଛନ୍ତି ଓ ଆଇସିଏଆର୍‌-ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଫର୍‌ ବାନାନା ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri