ଏଇ ଭାରତରେ

ଲକ୍‌ଡାଉନ ସମୟରେ ପିଲାମାନେ ଅନ୍‌ଲାଇନ କ୍ଲାସ୍‌ କରୁଥିବା ସମୟରେ ପୁଣେର ଛାତ୍ରମାନେ କିନ୍ତୁ ସେଠାକାର ବରିଷ୍ଟ ନାଗରିକମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଉନାହାନ୍ତି। ଛାତ୍ରମାନେ ସେମାନଙ୍କ ଅଞ୍ଚଳର ପରିବାରଗୁଡିକୁ ବିନା ଦେୟରେ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ଓ୍ୟଷଧ ଯୋଗାଇ ଦେଉଛନ୍ତି। ପୁଣେର ୬୦ ହଜାର ଛାତ୍ର ଏଭଳି ମହତ କାର୍ଯ୍ୟରେ ଲାଗିଛନ୍ତି। ସାବିତ୍ରୀବାଈ ଫୁଲେ ପୁଣେ ୟୁନିଭର୍ସିଟି(ଏସ୍‌ପିପିୟୁ)ର ନ୍ୟାଶନାଲ ସର୍ଭିସ ସ୍କିମ୍‌(ଏନ୍‌ଏସ୍‌ଏସ୍‌)ର ଭୂମିକା ଏ କ୍ଷେତ୍ରରେ ଅଧିକ ।
ଏହା ଛାତ୍ରମାନଙ୍କ ମଧ୍ୟରେ ସଂଯୋଜକ ଭାବେ କାର୍ଯ୍ୟ କରୁଛି। ପ୍ରତ୍ୟେକ ଛାତ୍ର ତାଙ୍କ ଅଞ୍ଚଳରେ ରହୁଥିବା କେତୋଟି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ମହାମାରୀର ଦୁର୍ଦ୍ଦିନରେ ପରିବାରଗୁଡିକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛନ୍ତି। ପ୍ରତ୍ୟେକ ଛାତ୍ର ସେମାନଙ୍କ ଅଞ୍ଚଳରେ ଅତି କମ୍‌ରେ ୧୦ଟି ପରିବାରକୁ ପୋଷ୍ୟଭାବେ ଗ୍ରହଣ କରୁଛନ୍ତି। ୨୪ ଏପ୍ରିଲ ସୁଦ୍ଧା ଏମାନେ ୧,୯୯,୦୦୫ ପରିବାରକୁ ସାହାଯ୍ୟ ଯୋଗାଇ ଦେଇ ସାରିଛନ୍ତି। ଆବଶ୍ୟକ ସାମଗ୍ରୀ କିଣିବା ଲାଗି ଛାତ୍ରମାନଙ୍କୁ ୟୁନିଭର୍ସିଟି ଆର୍ଥିକ ସହାୟତା ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri