ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ ଯୋଗଦାନ ବେଶ୍‌ ପ୍ରେରଣାଦାୟକ। ସେ ଜଣେ ଟ୍ରାନ୍ସଜେଣ୍ଡର। ଦେହଜୀବୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଲିଡାରିଟି ଫାଉଣ୍ଡେଶନରେ କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ ଘୋଷଣା ହେବା ପୂର୍ବରୁ ବି ବୀଣା ରାସ୍ତାରେ ଯିବା ସମୟରେ ବହୁ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି, ସେମାନଙ୍କ ସମସ୍ୟା ବି ସମାଧାନ କରିଥାନ୍ତି। କିନ୍ତୁ ଲକ୍‌ଡାଉନରେ ବେଙ୍ଗାଲୁରୁର ଗାନ୍ଧୀନଗର ପାଖରେ ରହୁଥିବା ୫୦୦ରୁ ଊର୍ଦ୍ଧ୍ୱ ପରିବାରକୁ ସେ ରାଶନ ସାମଗ୍ରୀ ଯୋଗାଇଦେବା ସହ ଟ୍ରାନ୍ସଜେଣ୍ଡରମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଦେଉଛନ୍ତି। ଏଥିପାଇଁ ସବୁ ଖର୍ଚ୍ଚ ସେ ନିଜ ପଟେକରୁ କରୁଛନ୍ତି। ସେ ପ୍ରତିଦିନ ୩୦୦ ଜଣଙ୍କୁ ଖାଦ୍ୟ ପାର୍ସଲ ଦେଉଛନ୍ତି। ଓକାଲିପୁରମ୍‌ରେ ରହୁଥିବା ଟ୍ରାନ୍ସଜେଣ୍ଡମାନଙ୍କୁ ୨୦୦ଟି ପାର୍ସଲ ଦେବା ପରେ ଆଉ ୧୦୦ଟି ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚାଉଛନ୍ତି। ଆଖପାଖ ଅଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ନିଜ ପରିବାର ସଦସ୍ୟ ମନେକରି ସେମାନଙ୍କୁ ସାହାଯ୍ୟ କଲେ ଏହି ଲକ୍‌ଡାଉନ ସମୟରେ କାହାର ବି କୌଣସି ଅସୁବିଧା ରହିବ ନାହିଁ ବୋଲି କହନ୍ତି ବୀଣା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri