ଏଇ ଭାରତରେ

ମୁମ୍ବାଇର ଜଣେ ମହିଳା ନିଜସ୍ବ ଉଦ୍ୟମରେ ବର୍ଜ୍ୟବସ୍ତୁକୁ ରିସାଇକ୍ଲିଂ କରିବାରେ ଯେଭଳି ସଫଳତା ପାଇଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ। ଏହି ମହିଳାଙ୍କ ନାମ ମନୀଷା ନାର୍କେ। ତାଙ୍କୁ ବର୍ତ୍ତମାନ ବୟସ ୪୫। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଘର ସମ୍ମୁଖରେ ଠୁଳ ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁୁଥିବା ଲକ୍ଷ୍ୟ କରିବା ପରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ଆରମ୍ଭ ହୋଇଥିଲା ତାଙ୍କ ଘରୁ। ସେ ବର୍ଜ୍ୟବସ୍ତୁକୁ ଉପଯୋଗ କରି ଖତ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନଙ୍କଠାରୁ ଏହାର କୌଶଳ ସମ୍ପର୍କରେ ଜାଣିବା ପରେ ଘରେ ଖତ ପ୍ରସ୍ତୁତ କରିଥିଲେ। ପରେ ତାଙ୍କ ଝିଅ ପଢୁଥିବା ସ୍କୁଲ୍‌ର ପିଲାଙ୍କ ମା’ମାନଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ସେମାନେ ମଧ୍ୟ ମନୀଷାଙ୍କ ସହ ହାତ ମିଳାଇଥିଲେ ଓ ୨୦୦୯ରେ ଏକ ସ୍ବେଚ୍ଛାସେବୀ ଗ୍ରୁପ୍‌ ‘ରୁର୍‌’ (ଆର୍‌ ୟୁ ରିଡ୍ୟୁସିଂ, ରିୟୁଜିଂ,ରିସାଇକ୍ଲିଂ ) ଗଠନ କରିଥିଲେ। ୧୦ ବର୍ଷ ମଧ୍ୟରେ ଏହି ଗ୍ରୁପ୍‌ ଆଶାତୀତ ସଫଳତା ହାସଲ କରିପାରିଛି। ବର୍ଷକୁ ୭୫୦ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ରିସାଇକ୍ଲିଂ କରାଯାଉଛି ଓ ଏହାଦ୍ୱାରା ୮୦ ଟନ୍‌ କାର୍ବନ୍‌ଡାଇଅକ୍ସାଇଡ ନିର୍ଗମନ କମ୍‌ କରାଯାଇପାରୁଛି ବୋଲି କହନ୍ତି ମନୀଷା। ସେମାନେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ କର୍ମଶାଳା ମାଧ୍ୟମରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷା ଦେଇସାରିଲେଣି। ପ୍ରାୟ ୧୦୦ଟି ସ୍ଥାନରେ ବାୟୋ କମ୍ପୋଷ୍ଟର୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି ଓ ୨୦୦ଟି କେନ୍ଦ୍ରରେ ଖତ ବିକ୍ରି କରାଯାଉଛି। ରୁର୍‌ ଗ୍ରୀନଲାଇଫ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ତା ମାଧ୍ୟମରେ ସେ ‘ରୁର୍‌’ର ଉତ୍ପାଦ ବିକ୍ରି କରୁଛନ୍ତି। ଏହା ମାଧ୍ୟମରେ ବର୍ଜ୍ୟ ପରିଚାଳନା କର୍ମଶାଳା ମୁମ୍ବାଇର ବିଭିନ୍ନ ସ୍କୁଲ, ଅଫିସ୍‌ରେ ଆୟୋଜନ କରାଯାଉଛି। ଟେଟ୍ରାପ୍ୟାକ୍‌ ଇଣ୍ଡିଆ ସହ ମିଳିତ ଭାବେ ରୁର୍‌ ବର୍ଜ୍ୟବସ୍ତୁ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଛି। ଟେଟ୍ରା ପ୍ୟାକ୍‌ କାର୍ଟୁନଗୁଡିକୁ ଲୋକମାନଙ୍କଠାରୁ ସଂଗ୍ରହ କରାଯାଇ ତାହାକୁ ରିସାଇକ୍ଲିଂ କରାଯାଉଛି। ସେଥିରୁ ସ୍କୁଲ ଡେସ୍କ,ଗାର୍ଡେନ ବେଞ୍ଚ, ପେନ୍‌ଷ୍ଟାଣ୍ଡ , ଟ୍ରେ ଆଦି ଜିନିଷ ମଧ୍ୟ ତିଆରି କରାଯାଉଛି। ରୁର୍‌ ମାଧ୍ୟମରେ ଏବେସୁଦ୍ଧା ମୁମ୍ବାଇରେ ୪୪ଟି କେନ୍ଦ୍ରରେ ଟେଟ୍ରା ପ୍ୟାକ୍‌ କାର୍ଟୁନ ଓ ୧୮୦ଟି କେନ୍ଦ୍ରରେ ଲୋକଙ୍କଠାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri