ଏଇ ଭାରତରେ

କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଚାଲିଛି। ଭାରତରେ ଏହାର ମୁକାବିଲା କରିବା ଲାଗି ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତଥାପି କରୋନା ସଂକ୍ରମଣ ଦେଶରେ ସଂଖ୍ୟ ବୃଦ୍ଧି ପାଉଥିବାବେଳେ ଲଦାଖରେ ଜଣେ ବୌଦ୍ଧ ସନ୍ନ୍ୟାସୀ ଏହି ଯୁଦ୍ଧରେ କରୋନାକୁ ହରାଇବା ଲାଗି ଆଗକୁ ଆସିଛନ୍ତି। ୪୯ ବର୍ଷୀୟ ସନ୍ନ୍ୟାସୀ ଲାମା ଥୁପ୍‌ସ୍ତାନ୍‌ ଚୋଗ୍ୟାଲ ଲଦାଖ ମୁଖ୍ୟ ସହରଠାରୁ ୮ କିଲୋମିଟର ଦୂରରେ ଲଦାଖ ହାର୍ଟ ଫାଉଣ୍ଡେଶନ ପ୍ରତିଷ୍ଠା କରି ଲୋକମାନଙ୍କୁ ମଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏବେ ଲଦାଖରେ ୧୩ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ କେସ ୍‌ମିଳିବା ପରେ ଚୋଗ୍ୟାଲ ତାଙ୍କ ହସ୍ପିଟାଲରେ ସେବା ଯୋଗାଇ ଦେଉଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ କରୁଛି। ଏଠାରେ କରୋନା ସନ୍ଦିଗ୍ଧଙ୍କ ଉପରେ ଅନୁଧ୍ୟାନ କରାଯାଉଛି। ହସ୍ପିଟାଲର ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଚାଳକମାନେ ବିନା ଭୟରେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି। ଏହି ସେବା ସ୍ଥାନୀୟ ପ୍ରଶାସନକୁ ଏମାନେ ଦିନରାତି ଯୋଗାଇଦେଉଛନ୍ତି। ଲେହ ନିକଟରେ ସ୍ପିଟୁକ ଗାଁରେ ଚୋଗ୍ୟାଲଙ୍କ ଜନ୍ମ। ପୁରୁଷାନୁକ୍ରମେ ତାଙ୍କ ପରିବାର ପାରମ୍ପରିକ ଓଷଧୀୟ ଚିକିତ୍ସା ବ୍ୟବସ୍ଥାକୁ ଆପଣାଇ ଲୋକମାନଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଚୋଗ୍ୟାଲ ଜଣେ ଜଣେ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଥିଲେ । ପରେ ୧୯୯୭ରେ ଲଦାଖ ହାର୍ଟ ଫାଉଣ୍ଡେଶନ ସୋସାଇଟିି ପ୍ରତିଷ୍ଠା କରି ଲୋକମାନଙ୍କ ସେବାରେ ଲାଗିଲେ ।
ପରେ ୨୦୦୨ରେ ସେ ହସ୍ପିଟାଲ ନିର୍ମାଣ ଆରମ୍ଭ କରି ୨୦୦୮ରେ ଶେଷ କରିଥିଲେ । ଏହା ମାଧ୍ୟମରେ ସେ ହୃଦ୍‌ରୋଗ ସମ୍ପର୍କରେ ସଚେତନତା ଅଭିଯାନ ଆୟୋଜନ କରୁଛନ୍ତି ଓ ଏହି ହସ୍ପିଟାଲରେ ଏଯାବତ୍‌ ୩୦୦ ଦୃଦରୋଗୀଙ୍କ ସର୍ଜରୀ କରାଯାଇଛି। ଏଠାରେ ଅନ୍ୟ ରୋଗର ଚିକିତ୍ସା ମଧ୍ୟ କରାଯାଉଛି। ଏବେ କରୋନା ମୁକାବିଲା ପାଇଁ ସହଯୋଗ କରି ଚୋଗ୍ୟାଲ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri