ଏଇ ଭାରତରେ

ଆଶ୍ରମ ଶବ୍ଦ ଶୁଣିବା କ୍ଷଣି ଏକ ଆଧ୍ୟାମତ୍ିକ ସ୍ଥାନ କଥା ମନେପଡିଯାଏ, ଯେଉଁଠି ଦିବ୍ୟ ପରିବେଶ,ଜଣେ ଗୁରୁ ,ତାଙ୍କ ଅନୁଗାମୀଙ୍କ ଛବି ସାମ୍‌ନାକୁ ଆସିଥାଏ। କିନ୍ତୁ ମହୀଶୂରରେ ଏମିତି ଏକ ଆଶ୍ରମ ରହିଛି ଯେଉଁଠି ଆଧ୍ୟାମତ୍ିକ ଶିକ୍ଷା ନୁହେଁ, ବରଂ ପିଲାମାନଙ୍କୁ ବିନା ଦେୟରେ ବିଜ୍ଞାନ ଶିକ୍ଷା ଦିଆଯାଉଛି। ଏହି ଆଶ୍ରମର ନାମ ‘ବିଜ୍ଞାନ ଆଶ୍ରମ’। ଧ୍ରୁବ ଭି. ରାଓ ଓ ରୋହନ ଅଭିଜିତ ନାମକ ଦୁଇଜଣ ଯୁବକ ଚାକିରି ଛାଡି ଆଶ୍ରମରେ ପିଲାମାନଙ୍କୁ ୬ ମାସିଆ ଶିକ୍ଷା ଦେଉଛନ୍ତି। ଏହି ସମୟ ମଧ୍ୟରେ ପିଲାମାନେ ୨୦ରୁ ୨୫ଟି ସେସନରେ ଘଣ୍ଟାଏ ଲେଖାଏ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଉଛନ୍ତି। ୪ର୍ଥ କିମ୍ବା ତଦୂର୍ଦ୍ଧ୍ୱ ଶ୍ରେଣୀର ପିଲାମାନେ ଏହି ଆଶ୍ରମର ଛାତ୍ର। ୨୦୧୩ରେ ସେମାନେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରିବା ପରେ କର୍ପୋରେଟ କ୍ଷେତ୍ରରେ ଚାକିରି କରିଥିଲେ। ପରେ ଚାକିରି ଛାଡି ୨୦୧୪ରେ ଧ୍ରୁବ ଓ ରୋହନ ବିଜ୍ଞାନ ଆଶ୍ରମ ପ୍ରତିଷ୍ଠା କରିଥିଲେ। ପିଲାମାନେ ଆଶ୍ରମର ଷ୍ଟୋର୍‌ରୁ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଆଣି ବିଜ୍ଞାନଭିତ୍ତିକ ପ୍ରୋଜେକ୍ଟକୁ ପୂର୍ଣ୍ଣାଙ୍ଗ କରୁଛନ୍ତି। ଏଠାରୁ ଶିକ୍ଷା ଲାଭ କରି ସେମାନେ ବିଭିନ୍ନ ଉପତ୍ାଦ ତିଆରି କରିବାରେ ସକ୍ଷମ ହେଉଛନ୍ତି। ବିଭିନ୍ନ କମ୍ପାନୀ ପକ୍ଷରୁ ଆର୍ଥିକ ସହଯୋଗ ପାଇ ଧ୍ରୁବ ଓ ରୋହନ ଏବେ ଏହି ଆଶ୍ରମର ଶାଖା ବେଙ୍ଗାଲୁରୁ, ମାଙ୍ଗାଲୋର, କୁର୍ଗ, ପୁଣେ, ମୁମ୍ବାଇ ଓ ହାଇଦ୍ରାବାଦରେ ଖୋଲି ଅଧିକ ପ୍ରଶିକ୍ଷକଙ୍କ ସହଯୋଗରେ ପାଖାପାଖି ୫ ହଜାର ପିଲାଙ୍କୁ ଶିକ୍ଷା ଦେଉଛନ୍ତି।