ଏଇ ଭାରତରେ

ଗୁଜରାଟର ଜଣେ ପ୍ରଧାନଶିକ୍ଷକ ଜୈବିକ କୃଷି ମାଧ୍ୟମରେ ପିଲାଙ୍କ ଉପସ୍ଥାନ ଶତ ପ୍ରତିଶତରେ ପହଞ୍ଚାଇବାରେ ସଫଳ ହେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ପ୍ରଧାନଶିକ୍ଷକ ହେଉଛନ୍ତି ନରେନ୍ଦ୍ର ଚୌହାନ। ୨୦୧୧ରେ ସେ ବଡୋଦରାର ଭାୟାଦପୁର ପ୍ରାଇମେରୀ ସ୍କୁଲ୍‌ରେ ଯୋଗଦେଇଥିତ୍ଲେ। ସେତେବେଳେ ପିଲାମାନେ ସ୍କୁଲ୍‌କୁ ଆସୁ ନ ଥିଲେ କି ମଧ୍ୟାହ୍ନଭୋଜନ ଖାଇବାରେ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଦାରିଦ୍ର୍ୟ ଯୋଗୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ ପଠାଉ ନ ଥିଲେ। ଏଣୁ ୨୦୧୩ରେ ସେ ନିଜସ୍ବ ଉଦ୍ୟମରେ ସ୍କୁଲ୍‌ରେ ଦୁଇଟି କିଚେନ ଗାର୍ଡନ କରି ପରିବା ଚାଷ ଆରମ୍ଭ କରିଥିଲେ। ସେଥିରୁ ଉପତ୍ାଦିତ ପରିବା ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ଦେଇଥିଲେ। ଧୀରେ ଧୀରେ ପିଲାମାନେ ସ୍କୁଲ ଆସିବା ଆରମ୍ଭ କରିଥିଲେ। ଏବେ ଦୈନିକ ସବୁ ପିଲା ସ୍କୁଲକୁ ଆସୁଛନ୍ତି। ପ୍ରଧାନଶିକ୍ଷକଙ୍କୁ ଚାଷ କରିବା ଦେଖି ପିଲାମାନେ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ଏହା ମଧ୍ୟରେ ୧୭ ବର୍ଷ ବିତିଯାଇଛି, ହେଲେ ଏହି ପ୍ରଧାନ ଶିକ୍ଷକ ଜଣକ ତାଙ୍କ ଲକ୍ଷ୍ୟରୁ ଓହରିନାହାନ୍ତି। ଏବେ ସ୍କୁଲ୍‌ ବଗିଚାରେ ସେ ପିଲାମାନଙ୍କ ସହଯୋଗରେ ସବୁପ୍ରକାର ପରିବା ଓ ଶାଗ ଚାଷ କରୁଛନ୍ତି। ଚାଷରେ ଜୈବିକ ଖତ ଓ କୀଟନାଶକ ବ୍ୟବହାର କରୁଛନ୍ତି। ଏଯାବତ୍‌ ଚୌହାନ ସ୍କୁଲ୍‌ ବଗିଚାରୁ ୮ ହଜାର କେଜି ପରିବା ଉପତ୍ାଦନ କରିସାରିଛନ୍ତି। ମଧ୍ୟାହ୍ନଭୋଜନରେ ଆବଶ୍ୟକତା ପୂରଣ ପରେ ବଳକା ପରିବା ପିଲାମାନଙ୍କୁ ଦେଉଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ଉପକୃତ ହେବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଖାଇପାରୁଛନ୍ତି। ଅଭିଭାବକମାନେ ନିୟମିତ ପିଲାଙ୍କୁ ସ୍କୁଲ ପଠାଉଛନ୍ତି ଓ ପିଲାମାନେ ପଢିବା ସହ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ପାଉଛନ୍ତି।